fbpx

ହାର୍ଟ ଆଟାକରେ ଅଭିନେତା ପବନ ସିଂହଙ୍କ ପରଲୋକ, ମାତ୍ର ୨୫ବର୍ଷ ବୟସରେ ଦୁନିଆକୁ କହିଲେ ଅଲବିଦା

ନୂଆଦିଲ୍ଲୀ: ସିନେମା ଜଗତ ପାଇଁ ଗତ କିଛି ସମୟ ଭଲ ନଥିଲା । ସିନେମା ଜଗତରୁ ଗୋଟିଏ ପରେ ଗୋଟିଏ କଳାକାରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଅନ୍ୟ ଜଣେ କଳାକାରଙ୍କର ଅଳ୍ପ ବୟସରେ ଦେହାନ୍ତ ହେବାର ଖବର ସାମ୍ନାକୁ ଆସୁଛି । କୁହାଯାଉଛି ଯେ ମାତ୍ର ୨୫ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ଖବର ଅନୁଯାୟୀ ତାଙ୍କ ମୃତ୍ୟୁର କାରଣ ହେଉଛି ହୃଦଘାତ ।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୫ ଟା ସମୟରେ ପୱନଙ୍କୁ ହାର୍ଟ ଆଟାକ ଆସିଥିଲା । ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ପୱନଙ୍କ ମୃତ୍ୟୁ ଯୋଗୁଁ ଉଭୟ ହିନ୍ଦୀ ଏବଂ ତାମିଲ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି ।

୨୫ବର୍ଷ ବୟସର ପବନ ଆଗକୁ ଅନେକ କିଛି କାମ କରିବା ପାଇଁ ଯୋଜନା ରଖିଥିଲେ। ସେସବୁ ଅଧାରେ ରହିଗଲା ବୋଲି ଅଭିନେତାଙ୍କ ପରିବାରଲୋକେ କହିଛନ୍ତି। ପବନଙ୍କ ମୃତ୍ୟୁ ଖବରକୁ କେହି ବି ସହଜରେ ଗ୍ରହଣ କରି ପାରୁ ନାହାନ୍ତି।

କିଛିଦିନ ତଳେ କନ୍ନଡ ଅଭିନେତା ବିଜୟ ରାଘବେନ୍ଦ୍ରଙ୍କ ସ୍ତ୍ରୀ ସ୍ପନ୍ଦନାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ସ୍ପନ୍ଦନା ଥାଇଲ୍ୟାଣ୍ଡରେ ତାଙ୍କ ପରିବାର ସହିତ ଛୁଟି କାଟିବାକୁ ଯାଇଥିବା ବେଳେ ହୃତଘାତର ଶିକାର ହୋଇଥିଲେ।

Get real time updates directly on you device, subscribe now.