fbpx

OPTCL ରେ ୪୧୨ ଜଣଙ୍କୁ ନିଯୁକ୍ତି କଲେ ମୁଖ୍ୟମନ୍ତ୍ରୀ, ଦେଲେ ଏପରି ଗୁରୁମନ୍ତ୍ର

ଭୁବନେଶ୍ୱର: ବିଦ୍ୟୁତ ବିତରଣ କମ୍ପାନି OPTCL ରେ ୪୧୨ ଜଣଙ୍କୁ ମିଳିଲା ନିଯୁକ୍ତି । ୪୧୨ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ଗୁରୁମନ୍ତ୍ର ଦେଇ କହିଛନ୍ତି ଯେ, ‘ଗୁଣାତ୍ମକ ଓ ନିର୍ଭରଯୋଗ୍ୟ ବିଜୁଳି ସମସ୍ତଙ୍କ ଅଧିକାର ।’ ଗ୍ରାହକ, ଚାଷୀ ଓ ଶିଳ୍ପକୁ ନିରବିଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ସେ ଆହ୍ବାନ ଦେଇଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ଲୋକସେବା ଭବନରେ ଶକ୍ତି ବିଭାଗରେ ୪୧୨ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ନୂତନ ଭାବେ ଚାକିରି ପାଇଥିବା ୧୬୧ ଜଣ ଇଲେକ୍‍ଟ୍ରିକାଲ୍‍ ଇଞ୍ଜିନିୟର, ୫୪ ଜଣ କାର୍ଯ୍ୟାଳୟ ସହାୟକ ଏବଂ ୧୯୭ ଜଣ ଇଲେକ୍‍ଟ୍ରିକାଲ୍‍ ଟେକ୍ନିସିଆନ୍‍ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଗତମାସରେ ୧୨୯ ଜଣ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ମିଳିଥିଲା। ଅନୁସୂଚିତ ଜାତି ଜନଜାତି କଲ୍ୟାଣ ବିଭାଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଥିଲେ।

Get real time updates directly on you device, subscribe now.