fbpx

ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ୭୫ଟି ଅମୃତ ସରୋବର ନିର୍ମାଣ ହେବ: କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ରାଜ୍ୟରେ ଯେଉଁଠି ଜଳ ସଙ୍କଟ ଦେଖାଯା‌ଉଛି, ଲୋକ ପାନୀୟ ଜଳ ପାଇବାରେ ସମସ୍ୟା ହେଉଛି ସେଠାରେ ଅଗ୍ରାଧିକାର ଭିତ୍ତିରେ ପୋଖରୀ ଖୋଳାଯିବ। ପ୍ରତି ଜିଲ୍ଲାରେ ଏହିଭଳି ୭୫ଟି ଲେଖାଏଁ ପୋଖରୀ ଖୋଳାଯିବ। ଦେଶରେ ଏ ପର୍ଯ୍ୟନ୍ତ ୬୬ ହଜାରରୁ ଅଧିକ ଅମୃତ ସରୋବରର ନିର୍ମାଣ ଓ ପୁନଃ ବିକଶିତ କରାଯାଇଛି ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମ୍‍ରେ ୭୫ଟି ଅମୃତ ସରୋବର ନିର୍ମାଣ କରାଯିବ । ଏହା ସହ କେତୋଟି ସରରୋବରକୁ ପୁନଃବିକଶିତ କରାଯିବାର ଯୋଜନା ରହିଛି । ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ଏ ପର୍ଯ୍ୟନ୍ତ ୧ଲକ୍ଷ ୧୨ ହଜାର ୨୭୭ଟି ଚିହ୍ନଟ ଅମୃତ ସରୋବର ମଧ୍ୟରୁ ୮୧ ହଜାର ୪୨୫ଟି ମୋଟ୍‍ ୬୬ ହଜାର ୨୭୮ଟି ଅମୃତ ସରୋବର ନିର୍ମାଣ ତଥା ପୁନଃ ବିକଶିତ କରାଯାଇଛି ।

ସେହିପରି ଏହି ପ୍ରକଳ୍ପରୁ ରାଜନେତାଙ୍କୁ ଦୂରରେ ରଖାଯିବ। ଲୋକଙ୍କ ସହଭାଗିତାରେ କାମ ହେବ। ସ୍ବାଧୀନତା ସଂଗ୍ରାମୀ, ସହିଦଙ୍କ ପରିବାର, ଉକ୍ତ ଅଞ୍ଚଳର ବରିଷ୍ଠ ନାଗରିକଙ୍କ ଦ୍ବାରା ଏହି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବାକୁ କୁହାଯାଇଛି। ସ୍ବାଧୀନତା ସଂଗ୍ରାମୀ ଏବଂ ସହିଦଙ୍କ ଗାଁରେ ଅଗ୍ରାଧିକାର ଭିତ୍ତିରେ ଏହି ଅମୃତ ସରୋବର କରାଯିବ। ଏହି ଅମୃତ ସରୋବର କାର୍ଯ୍ୟରେ ସ୍ଥାନୀୟ ସ୍ବୟଂସହାୟିକା ଗୋଷ୍ଠୀକୁ ଅନ୍ତର୍ଭୁକ୍ତ କରିବାକୁ କୁହାଯାଇଛି।

Get real time updates directly on you device, subscribe now.