ଚନ୍ଦ୍ରରେ ମଧ୍ୟ ସୂର୍ଯ୍ୟଙ୍କ ସାହାଯ୍ୟରେ ଚନ୍ଦ୍ରଯାନ -୩: ଯଦି ଆଲୋକ ନ ମିଳେ ତେବେ ବିକ୍ରମ-ପ୍ରଜ୍ଞାନ ହୋଇଯିବ ବନ୍ଦ

ନୂଆଦିଲ୍ଲୀ: ଋଷର ଲୁନା -୨୫ କ୍ରାସ ପରେ ଦେଶ ତଥା ବିଶ୍ୱର ନଜର ବର୍ତ୍ତମାନ ଚନ୍ଦ୍ରଯାନ -୩ ଉପରେ ରହିଛି । ଭାରତର ଏହି ସମ୍ମାନଜନକ ମିଶନ ବୁଧବାର ୨୩ ଅଗଷ୍ଟ ରାତି ୬ଟା ୪ ରେ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବ । ଏହି ମିଶନକୁ ସଫଳ କରିବାରେ ଇସ୍ରୋ ନିଜର ସମସ୍ତ ଶକ୍ତି ଲଗାଇଦେଇଛି, କିନ୍ତୁ ଚନ୍ଦ୍ରରେ ଏହି ମିଶନ ପାଇଁ ସୂର୍ଯ୍ୟଙ୍କର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ବର୍ତ୍ତମାନ ଲ୍ୟାଣ୍ଡିଂ ପାଇଁ ଚନ୍ଦ୍ରରେ ସୂର୍ଯ୍ୟୋଦୟକୁ ଅପେକ୍ଷା କରିଛି ଇସ୍ରୋ, କାରଣ ସୂର୍ଯ୍ୟ କିରଣରେ ହିଁ ବିକ୍ରମ ଏବଂ ପ୍ରଜ୍ଞାନ ଚାର୍ଜ ହେବ ଏବଂ ସେମାନେ ସେମାନଙ୍କର କାମ କରିବାକୁ ସମର୍ଥ ହେବେ ।

ଚନ୍ଦ୍ରଯାନ -୩ ପାଇଁ ସୂର୍ଯ୍ୟ କାହିଁକି ଆବଶ୍ୟକ, ଜାଣନ୍ତୁ…

ଚନ୍ଦ୍ରଯାନ -୩ ର ବିକ୍ରମ ଲ୍ୟାଣ୍ଡର୍ ବର୍ତ୍ତମାନ ଚନ୍ଦ୍ର ପୃଷ୍ଠର ଅତି ନିକଟତର ହୋଇଛି ଏବଂ ଅବତରଣ ପୂର୍ବରୁ ଆଭ୍ୟନ୍ତରୀଣ ଯାଞ୍ଚ କରୁଛି । ଏହି ଅନୁସନ୍ଧାନ ସମୟରେ ବିକ୍ରମ ଲାଣ୍ଡର ନିଜକୁ ସଫ୍ଟ ଲ୍ୟାଣ୍ଡିଂ ସ୍ଥିତିକୁ ଆଣିବ, ଯାହା ପରେ ୨୩ ଅଗଷ୍ଟରେ ସଫ୍ଟ ଲ୍ୟାଣ୍ଟିଂ ପ୍ରକ୍ରିୟା ଆରମ୍ଭ ହେବ । ସମସ୍ତ ବିବରଣୀ ଯାଞ୍ଚ କରିବା ପରେ ଇସ୍ରୋ ସୂଚନା ଦେଇଛି ଯେ, ଚନ୍ଦ୍ରଯାନ -୩ ଅଗଷ୍ଟ ୨୩ ଅର୍ଥାତ୍ ବୁଧବାର ଦିନ ୬.୪ ରେ ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡିଂ କରିବ ।

ଇସ୍ରୋ ଅନୁଯାୟୀ, ଯଦି ବିକ୍ରମ ଲାଣ୍ଡର ଚନ୍ଦ୍ରରେ ଏକ ସଫ୍ଟ ଲ୍ୟାଣ୍ଡିଂ କରେ, ତେବେ ପ୍ରକୃତ କାର୍ଯ୍ୟ ଆରମ୍ଭ ହେବ । ସଫ୍ଟ ଲ୍ୟାଣ୍ଡିଂ ବିକ୍ରମ ଲାଣ୍ଡରରୁ ପ୍ରଜ୍ଞାନ ରୋଭର ଧିରେ ଧିରେ ଓହ୍ଲାଇବ, ଏହି ସମୟରେ ବିକ୍ରମ ଲାଣ୍ଡର ଭିତରେ ସ୍ଥାପିତ କ୍ୟାମେରା ସମଗ୍ର ପ୍ରକ୍ରିୟାକୁ ରେକର୍ଡ କରିବ ଏବଂ ଏହାର ସିଧା ପ୍ରସାରଣ ହେବ । ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବା ପରେ ପ୍ରଜ୍ଞାନ ରୋଭରର ଲାଇଫ୍ ଲାଇନ୍ ସମୁଦାୟ ୧୪ ଦିନ ରହିବ, ଯାହା ଗୋଟିଏ ଚନ୍ଦ୍ର ଦିବସ ସହିତ ସମାନ, କିନ୍ତୁ ଏଠାରେ ସୂର୍ଯ୍ୟଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ।

Get real time updates directly on you device, subscribe now.