fbpx

ହସ୍ପିଟାଲ ବାହାରେ ଶୋଇଲେ ଡିସିଡବ୍ଲୁ ଚିଫ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗର ମୁଖ୍ୟ ଶ୍ୱାତି ମାଲିୱାଲ ସୋମବାର ଦିନ ଏକ ହସ୍ପିଟାଲ ବାହାରେ ବସିଥିବା ଦେଖିବାକୁ ମିଳିଥିଲେ । ଏହା ଛଡା ସେ ରାତିରେ ସେଠାରେ ଶୋଇ ଥିବା ମଧ୍ୟ ଦେଖିବାକୁ ମିଳିଛି । ଜଣେ ଦୁଷ୍କର୍ମ ପିଡିତା ନାବାଳିକାଙ୍କ ସହିତ ଦେଖା କରିବାକୁ ନଦେବାରୁ ସେ ବାହାରେ ଶୋଇ ଅପେକ୍ଷା କରିଥିଲେ । ପୋଲିସର ଜଣେ ଅଧିକାରୀ କହିଥିଲେ ‘ମହିଳା ଏବଂ ଶିଶୁ ବିକାଶର ଜଣେ ଅଧିକାରୀ ନାବାଳିକାଙ୍କ ସହିତ ୨୦୨୦ରୁ ୨୦୨୧ ମଧ୍ୟରେ ଅନେକ ଥର ଦୁଷ୍ମର୍ମ କରିଥିଲେ । ଏହା ପରେ ତାଙ୍କ ପତ୍ନୀ ମଧ୍ୟ ନାବାଳିକାକୁ ଔଷଧ ଦେଇ ତାହାର ଗର୍ଭପାତ କରାଇଥିଲେ । ଯାହା ଫଳରେ ସେହି ଦମ୍ପତିଙ୍କୁ ଉପରେ ଆରୋପ ଲଗାଯିବା ସହିତ ନାବାଳିକା ଜଣଙ୍କୁ ହସ୍ପିଟାଲରେ ରଖାଯାଇଛି ।’

ଦିଲ୍ଳୀ ମହିଳା ଆୟୋଗର ଅଧକ୍ଷ ମାଲିୱାଲ ଆରୋପ ଲଗାଇଛନ୍ତି ତାଙ୍କୁ ନାବାଳିକା ସହିତ ଦେଖା କରିବା ପାଇଁ ହସ୍ପିଟାଲର ଅଧିକାରୀମାନେ ଅନୁମତି ଦେଇ ନଥିଲେ । ମାଲିୱାଲଙ୍କ କହିବା ଅନୁସାରେ ପିଡିତାଙ୍କୁ ଦେଖା କରିବାକୁ ହସ୍ପିଟାଲର ଅଧିକାରୀମାନେ ତାଙ୍କୁ ମନା କରିଥିଲେ । ଦିଲ୍ଲୀ ପୋଲିସର ଏସିପି ଏବଂ ଡିଏସପି ହସ୍ପିଟାଲ ଭିତରକୁ ଯିବାକୁ ତାଙ୍କୁ ମନା କରିଛନ୍ତି ବୋଲି ହସ୍ପିଟାଲର ଅଧିକାରୀମାନେ କହିଥିଲେ ।

ସୋସିଆଲ ମିଡିଆ ଏକ୍ସରେ ନିଜ ପୋଷ୍ଟରେ ମାଲିୱାଲ କହିଛନ୍ତି ‘ କାଲି ଦିନ ୧୨ଟାରୁ ମୁଁ ସେହି ନାବାଳିକା ଏବଂ ତାହାର ପରିବାର ଲୋକମାନଙ୍କ ସହିତ ଦେଖା କରିବା ପାଇଁ ଏଠାରେ ବସିଛି । ରାତିରେ ମଧ୍ୟ ହସ୍ପିଟାଲ ବାହାରେ ଶୋଇଲି । ଏନସିପିସିଆରଙ୍କୁ ନାବାଳିକାଙ୍କ ସହିତ ଦେଖାକରିବାକୁ ଅନୁମତି ମିଳିଲା କିନ୍ତୁ ମତେ ଅନୁମତି ମିଳିଲା ନାହିଁ । ଯାହା ଲାଗୁଛି ଏଠାରେ କିଛି ଲୁଚାଇବାକୁ ଚେଷ୍ଟା କରାଯାଉଛି ।’ ଏହା ସହିତ ସେ ଦାବି କରିଛନ୍ତି ଦିଲ୍ଲୀ ପୋଲିସ ଏଫଆଇଆର ଦାଖଲ କରିବାର ୮ ଦିନ ପରେ ମଧ୍ୟ ଆରୋପିମାନଙ୍କୁ ଗିରଫ କରାଯାଇ ନାହିଁ । ଦିଲ୍ଲୀ ପୋଲିସକୁ ନୋଟିସ ମଧ୍ୟ କରାଯାଉଛି । ଯାହାର କାମ ନାବାଳିକାମାନଙ୍କୁ ରକ୍ଷା କରିବା ଯଦି ସେହି ଲୋକ ପଶୁ ପାଲଟିବ ତେବେ ନାବାଳିକାମାନେ କାହାର ଆଶ୍ରୟ ନେବେ? ସେମାନଙ୍କୁ ଜଲଦି ଗିରଫ କରିବା ଆବଶ୍ୟକ । ମତେ ଯଦି ପିଡିତାଙ୍କ ସହିତ ଦେଖା କରିବାକୁ ଦିଆଯିବ ତେବେ ମୁଁ ତାଙ୍କୁ ଯଥା ସମ୍ଭବ ସାହାଯ୍ୟ ପ୍ରଦାନ କରିବି ।

ଏହା ଛଡା ମୁଖ୍ୟଶାସନ ସଚିବ ନରେଶ କୁମାରଙ୍କ କହିବା ଅନୁସାରେ, ଖାଖାଙ୍କୁ ସଙ୍ଗେ ସଙ୍ଗେ ବହିସ୍କାର କରାଯାଇ ନଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱା ଅଧିକାରୀଙ୍କୁ ନିଲମ୍ବନ କରିବାକୁ ସୂଚନା ଦେବା ପରେ ଏହା କରାଯାଇଥିଲା । ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଛନ୍ତି ଏହି ଘଟଣା ମାନବ ଜାତି ପାଇଁ ଅତ୍ୟନ୍ତ ଲଜ୍ୟାଜନକ । ଏହି ଘଟଣା ଜାଣିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ନିଲମ୍ବନ କରିବା ଆବଶ୍ୟକ କିନ୍ତୁ ତାହା ନ କରି ମୁଖ୍ୟ ମନ୍ତ୍ରୀଙ୍କ ଆଦେଶକୁ ଅପେକ୍ଷା କରାଯାଇଥିଲା । ସବୁଠାରୁ ବଡ କଥା ଏ ପର୍ୟ୍ୟନ୍ତ କାହିକିଁ ଆରୋପିକୁ ଗିରଫ କରାଯାଇନାହିଁ?

 

Get real time updates directly on you device, subscribe now.