fbpx

‘ଦେଶୀ ଦେଶୀ ନା ବୋଲିୟା କର୍ ଛୋରୀ…’ ଗୀତର କଣ୍ଠଶିଳ୍ପୀଙ୍କ ବିୟୋଗ: ବହୁ ଦିନରୁ ଥିଲେ ଅସୁସ୍ଥ

ମୁମ୍ବାଇ: ‘ଦେଶୀ ଦେଶୀ ନା ବୋଲିୟା କର୍ ଛୋରୀ ରେ…’ ଗୀତକୁ ଯୁବପିଢୀ ଖୁବ ପସନ୍ଦ କରିଛନ୍ତି । କିନ୍ତୁ ଏହି ଗୀତକୁ ନିଜ କଣ୍ଠସ୍ଥ କରିଥିବା ହରିୟାଣାର ଲୋକପ୍ରିୟ ସିଙ୍ଗର ରାଜୁ ପଞ୍ଜାବୀଙ୍କର ଆଜି ମୃତ୍ୟୁ ହୋଇଛି । ଦୀର୍ଘ ଦିନରୁ ଅସୁସ୍ଥ ହୋଇ ରାଜୁ ଚିକିତ୍ସିତ ଅବସ୍ଥାରେ ରହିଥିଲେ । କିନ୍ତୁ ଆଜି ଭୋର ୪ଟା ବେଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରାଜୁ । ମାତ୍ର ବର୍ଷ ବୟସରେ ସେ ରୋଗାଗ୍ରସ୍ତ ହୋଇ ପ୍ରାଣ ମୃତ୍ୟୁବରଣ କରିଛନ୍ତି ।

ସୂଚନା ଅନୁସାରେ, କିଛି ଦିନରୁ ଅସୁସ୍ଥ ଥିବା ରାଜୁ ଏକ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସାରତ ଥିଲେ । ପିଲିୟା ନାମକ ଏକ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ରାଜୁ ପଞ୍ଜାବୀ । ଚିକିତ୍ସା ସମୟରେ ସ୍ୱାସ୍ଥ୍ୟରେ ସୁଧାର ଆସିଥିବା ବେଳେ ତାଙ୍କୁ ଘରକୁ ପଠାଇ ଦିଆଯାଇଥିଲା । କିନ୍ତୁ ପରେ ପୁଣିଥରେ ସେ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତିକ କରାଯାଇଥିଲା । କିନ୍ତୁ ଆଜି ଭୋର ୪ଟାରେ ରାଜୁଙ୍କର ଦେହାନ୍ତ ହୋଇଛି । ମାତ୍ର ୪୦ ବର୍ଷ ବୟସରେ ରାଜୁ ଆଖି ବୁଜିଛନ୍ତି ।

 

View this post on Instagram

 

A post shared by Raju Punjabi (@rajupunjabiofficial)

ତେବେ ଲୋକପ୍ରିୟ କଣ୍ଠଶିଳ୍ପୀ ରାଜୁଙ୍କ ବିୟୋଗ ପରିବାର ସହିତ ସାରା ଦେଶବାସୀଙ୍କୁ ଚକିତ କରି ଦେଇଛି । ରାଜୁଙ୍କ ସଂଗୀତ ଜଗତରେ ତଥା ସିନେ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ତାଙ୍କର ମୃତ୍ୟୁ ପରେ ହିସାର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଆଜି ହିସାରରେ ତାଙ୍କର ଅନ୍ତିମ କ୍ରିୟା କରାଯିବ । ତାଙ୍କ କଣ୍ଠରେ ସ୍ଥାନ ପାଇଥିବା ‘ଦେଶୀ ଦେଶୀ ନା ବୋଲିୟା କର୍ ଛୋରୀ…’ ଗୀତ ସାରା ଦେଶରେ ଖୁବ ଲୋକପ୍ରିୟ ହୋଇ ପାରିଛି । ଏହି ଗୀତ ତାଙ୍କୁ ସ୍ୱତନ୍ତ୍ର ପରିଚୟ ମଧ୍ୟ ଦେଇଥିଲା ।

Get real time updates directly on you device, subscribe now.