fbpx
BJD SKY
BJD SKY

ଦୋକାନରୁ ଦାମୀ ଚକୋଲେଟ୍ ଚୋରାଇ ଫେରାର ହୋଇଗଲେ ୪ ଯୁବତୀ, ଏବେ ଚକୋଲେଟ୍ ଚୋରଣୀକୁ ଧରିବାକୁ ସହର ଘାଣ୍ଟୁଛି ପୋଲିସ

BJD

ଗ୍ୱାଲିୟର:ମଧ୍ୟପ୍ରଦେଶ ଗ୍ୱାଲିୟରରୁ ଏକ ଅଜବ ଚୋରୀ ମାମଲା ସାମ୍ନାକୁ ଆସିଛି । ଏଠାରେ ୪ ଜଣ ଯୁବତୀ ଏକ ଦୋକାନରୁ ଦାମୀ ଚକୋଲେଟ ଚୋରି କରି ଫେରାର ହୋଇଯାଇଛନ୍ତି । ଏବେ ପୋଲିସ ଏହି ଚକୋଲେଟ ଚୋରଣୀଙ୍କୁ ସାରା ସହରରେ ଖୋଜି ବୁଲୁଛି । ଘଟଣାକୁ ନେଇ ଏବେ ସାରା ସହରରେ ଚର୍ଚ୍ଚା ଖେଳିଯାଇଛି । କାରଣ ଲୋକେ ଦୋକାନରୁ କିଛି ବଡ ଦାମୀ ଜିନିଷ ଚୋରୀ କରୁଥିବାର ଆମେ ଜାଣିଥିଲୁ । କିନ୍ତୁ ଚକୋଲେଟ ଚୋରାଇବା ଘଟଣା ବୋଧହୁଏ ପ୍ରଥମ ଘଟଣା ।

ଦୋକାନୀ ପୋଲିସରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଦୋକାନରୁ ୪ ଜଣ ଯୁବତୀ ପ୍ରାୟ ୫୦୦ଟଙ୍କାର ଚକୋଲେଟ୍ ଚୋରୀ କରି ନେଇଯାଇଛନ୍ତି । ତେବେ ଚୋରୀ ସମୟର ସମସ୍ତ ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଛି । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଯାଞ୍ଚ ଆରମ୍ଭ କରି ଦେଇଛି । ଏହି ଘଟଣା ସହରର ଡିଡି ନଗର ଗେଟ୍ ସ୍ଥିତ ଡିପାର୍ଟମେଣ୍ଟାଲ ଷ୍ଟୋରର । ସିସିଟିଭିରେ ଦେଖିବାକୁ ମିଳୁଛି ଜଣେ ଯୁବତୀ ଫ୍ରିଜରୁ ଚକୋଲେଟ୍ ବାହାର କରି ନିଜ ଜିନ୍ସରେ ଭର୍ତ୍ତି କରୁଛି ଓ ଏହାପରେ ପଇସା ନ ଦେଇ ସେଠାରୁ ଫେରାର ହୋଇଯାଉଛି ।

କୁହାଯାଉଛି ଏହି ଯୁବତୀ ନିକଟସ୍ଥ କୌଣସି ଏକ ହଷ୍ଟେଲରେ ରହୁଛନ୍ତି । ଯୁବତୀ ଚାଲିଗଲା ପରେ ଦୋକାନୀ ଫ୍ରିଜ୍ ଖୋଲିବା ପରେ କମ୍ ଚକୋଲେଟ୍ ଥିବାର ଦେଖିଥିଲେ । ଏହାପରେ ସିସିଟିଭି ଫୁଟେଜ୍ ଚେକ୍ କରାଯାଇଥିଲା । ଦେଖାଯାଇଥିଲା ଯେ, ଷ୍ଟୋରକୁ ଆସିଥିବା ୪ ଜଣ ଝିଅଙ୍କ ମଧ୍ୟରୁ ଜଣେ ଫ୍ରିଜରୁ ଗୁଡାଏ ଚକୋଲେଟ୍ ବାହାର କରି ଜିନ୍ସରେ ଭର୍ତ୍ତି କରୁଛି ଓ ପଇସା ନ ଦେଇ ସେଠାରୁ ଫେରାର ହୋଇଯାଉଛି । ଦୋକାନୀଙ୍କ ଅଭିଯୋଗ ପରେ ମହାରାଜପୁରା ଥାନା ପୋଲିସ ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛି ।

Get real time updates directly on you device, subscribe now.