fbpx

କରୋନାର ନୂଆ ଭାରିଏଣ୍ଟକୁ ନେଇ କେନ୍ଦ୍ରର ସତର୍କ ସୂଚନା : ଗୁରୁତ୍ୱପୂର୍ଣ୍ଣ ବୈଠକରେ ସମସ୍ତ ରାଜ୍ୟକୁ ପରାମର୍ଶ

ନୂଆଦିଲ୍ଲୀ : ଦେଶରେ କରୋନାର ନୂଆ ଭାରିଏଣ୍ଟକୁ ନେଇ ଦେଶ ସଜାଗ ହେବାରେ ଲାଗିଛି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ପି.କେ ମିଶ୍ରା କୋଭିଡ-୧୯ର ବର୍ତ୍ତମାନ ସ୍ଥିତି ଏବଂ ପ୍ରସ୍ତୁତିର ସମୀକ୍ଷା ପାଇଁ ଏହି ବୈଠକରେ ଅଧକ୍ଷତା କରିଥିଲେ । କରୋନା ଭାଇରସର ଏହି ନୂଆ ଭାରିଏଣ୍ଟ ଉପରେ ନଜର ରଖାଯାଇଛି । ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ଲୋକମାନଙ୍କୁ ପରୀକ୍ଷା କରାଯିବା ସହ ତାଙ୍କୁ ଜିନମ ସିକ୍ୟୁଏନ୍ସିଙ୍ଗ ମଧ୍ୟ କରାଯାଉଛି । ବର୍ତ୍ତମାନ କରୋନାର ନୂଆ ଭାରିଏଣ୍ଟ ବିଏ ୨.୮୬ ଯୋଗୁଁ ପଜିଟିଭ ମାମଲା ବଢିବାରେ ଲାଗିଛି । ଏହି ବୈଠକରେ ନୀତି ଆୟୋଗର ଡା. ବିନୋଦ ପାଲ, କ୍ୟାବିନେଟ ସଚିବ ରାଜୀବ ଗୋବାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ସାମିଲ ଥିଲେ ।

ବିଶ୍ୱରେ ବୃଦ୍ଧି ପାଉଥିବା ବୃଦ୍ଧି ପାଉଥିବା କରୋନା ସ୍ଥିତିକୁ ନେଇ ଏହି ବୈଠକରେ ଟିପ୍ପଣୀ ଦେଇଥିଲେ ସ୍ୱାସ୍ଥ୍ୟ ସଚିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ସେ କହିଛନ୍ତି ଇଜି.୫ (ଏରିସ) ଭାରିଏଣ୍ଟ ବିଶ୍ୱା ପ୍ରାୟ ୫୦ରୁ ଅଧିକ ଦେଶରେ ରିପୋର୍ଟ କରାଯାଇଥିବା ବେଳେ ବି.ଏ୨.୮୬ ଭାରିଏଣ୍ଟ ମାତ୍ର ୪ଟି ଦେଶରେ ଚିହ୍ନଟ କରାଯାଇଛି । ତେବେ ଦେଶରେ ଗତ ୭ ଦିନ ମଧ୍ୟରେ କୋଭିଡ ଭାରିଏଣ୍ଟର ୨,୯୬,୨୧୯ ମାମଲା ସାମ୍ନାକୁ ଆସିଥିବା ଏହି ବୈଠକରେ କୁହାଯାଇଛି । ଭାରତରେ ଗୋଟିଏ ସପ୍ତାହ ମଧ୍ୟରେ ୨୨୩ ନୂଆ ମାମଲା ଦେଖିବାକୁ ମିଳିଛି ।

ଅନ୍ୟ ପକ୍ଷରେ ଏବେ ଦେଶର ସ୍ଥିତି ସ୍ଥିର ଥିବା ନେଇ ପ୍ରଧାନ ସଚିବ ପି.କେ ମିଶ୍ରା ଦାବି କରିଛନ୍ତି । କିନ୍ତୁ ରାଜ୍ୟରେ ଜିନମ ସିକ୍ୟୁଏନ୍ସିଙ୍ଗ ଦ୍ୱାରା ଏହି ଭାଇରସ ଉପରେ କଡା ନଜର ରଖିବାକୁ ପଡିବ । ଏହା ବ୍ୟତୀତ ରାଜ୍ୟରେ ଇନଫ୍ଲୁଏଞ୍ଜା ପରି ରୋଗ ଉପରେ ନଜର ରଖିବାକୁ ସେ ପରାମର୍ଶ ଦେଇଛନ୍ତି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଳାୟ ତରଫରୁ ଜାରି କରାଯାଇଥିବା ରିପୋର୍ଟ ଅନୁସାରେ, କରୋନା ଭାଇରସର ସଂକ୍ରମଣରେ ଏବେ ପର୍ଯ୍ୟନ୍ତ ୫,୩୨,୯୨୬ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ତେବେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୪,୪୯,୯୬,୬୫୩ ରହିଛି ।

Get real time updates directly on you device, subscribe now.