fbpx
BJD SKY
BJD SKY

ମୁଁ ଆଉ ନିର୍ବାଚନ ଲଢିବି ନାହିଁ… ୨୦୨୪ Electionକୁ ନେଇ ସନ୍ନି ଦେଓଲଙ୍କ ଘୋଷଣା

BJD

ନୂଆଦିଲ୍ଲୀ: ଗଦାର-୨ ରିଲିଜ ପରେ ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚାରେ ରହିଛନ୍ତି ବଲିଉଡର ‘ତାରା ସିଂହ’ ସନ୍ନି ଦେଓଲ । ତାଙ୍କର ଗୋଟିଏ ପରେ ଗୋଟିଏ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟି ଯାଉଛି । ନିକଟରେ ଗଦାର-୩କୁ ନେଇ ତାଙ୍କ ବୟାନ ଭାଇରାଲ ହେବା ପରେ ଏବେ ଆଉ ଏକ ବୟାନ ଦେଇଛନ୍ତି ସନ୍ନି । ବଲିଉଡ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଏବେ ନିର୍ବାଚନରୁ ବିଦାୟ ନେବେ ବୋଲି ଘୋଷଣା କରି ଦେଇଛନ୍ତି । ସିନେ ଜଗତରେ ସନ୍ନିଙ୍କ ଗଦାର-୨ ରାଜ୍ କରୁଥିବା ବେଳେ ରାଜନୀତି ଜଗତରେ ସନ୍ନିଙ୍କ ଏହି ବୟାନ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ।

ବିଜେପି ସାଂସଦ ସନ୍ନି ଦେଓଲ କହିଛନ୍ତି ଯେ, ଅଭିନୟ ଦ୍ୱାରା ମୁଁ ଦେଶ ସେବା କରିପାରିବି । ଏକା ସାଙ୍ଗରେ ଅନେକ ଗୁଡ଼ିଏ କାମ କରିବା ଅସମ୍ଭବ । ଗୋଟିଏ ସମୟରେ କେବଳ ଗୋଟିଏ କାମ କରିବା ସମ୍ଭବ ହୋଇପାରେ । ସେ ଯେଉଁ ମନୋଭାବ ସହିତ ରାଜନୀତିକୁ ଆସିଥିଲେ, ତାହାକୁ ଅଭିନେତା ଭାବରେ ମଧ୍ୟ ସେ କରିପାରିବେ ବୋଲି ଅନୁଭବ କରିଛନ୍ତି । ତେଣୁ ରାଜନୀତିରୁ ଦୂରେଇ ଯିବା ପାଇଁ ସେ ମନସ୍ଥ କରିଛନ୍ତି । ଆଗାମୀ ଲୋକସଭା ନିର୍ବାଚନରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ ନାହିଁ ବୋଲି ଘୋଷଣା କରି ଦେଇଛନ୍ତି ।

ଏହାପରେ ସନ୍ନି କହିଛନ୍ତି ଯେ, ଅଭିନୟ କ୍ଷେତ୍ରରେ ରହି ସେ ତାଙ୍କ ଇଚ୍ଛା ଅନୁସାରେ କୌଣସି କାମ କରିପାରିବେ । କିନ୍ତୁ ରାଜନୀତିରେ କୌଣସି ପ୍ରତିଶ୍ରୁତି ଦେଇ ଏହାକୁ ପୂରଣ କରି ନ ପାରିଲେ, ତାହା ସହ୍ୟ କରାଯାଇ ପାରିବ ନାହିଁ । ତେଣୁ ସେ କେବଳ ଅଭିନୟରେ ହିଁ ଆଗେଇବେ ବୋଲି ପ୍ରକାଶ କରିଛନ୍ତି । ସାଂସଦ ଭାବରେ ଲୋକସଭାରେ ସନ୍ନି ଦେଓଲଙ୍କ ଉପସ୍ଥିତି ମାତ୍ର ୧୯ ପ୍ରତିଶତ ରହିଛି।

Get real time updates directly on you device, subscribe now.