fbpx

ଆସିଲା ଖୁସି ଖବର, ଏହି ବ୍ୟାଙ୍କ ଚାକିରୀ ଲାଗି ବଢିଲା ଆବେଦନ ତାରିଖ

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀ ଚୟନ ସଂସ୍ଥାନ (IBPS) ପ୍ରୋବେସନାରୀ ଅଫିସର, ମ୍ୟାନେଜମେଣ୍ଟ ଟ୍ରେନି ଓ ସ୍ପେଶଶଲିଷ୍ଟ ଅଫିସର ପଦ ଲାଗି ଆବେଦନ କରିବାର ସମୟସୀମା ବୃଦ୍ଧି କରିଛି । ଆଇବିପିଏସ୍ ଏହାର ଅଧିକାରୀକ ୱେବସାଇଟରେ ଆବେଦନ କରିବାର ତାରିଖ ବୃଦ୍ଧି ସଂପର୍କିତ ନୋଟିସ ଜାରି କରିଛି । ବ୍ୟାଙ୍କ ଚାକିରୀ ଲାଗି ପ୍ରସ୍ତୁତି କରୁଥିବା ଯେଉଁ ପ୍ରାର୍ଥୀମାନେ ଏ ପର୍ଯ୍ୟନ୍ତ ଆବେଦନ କରିନାହାନ୍ତି ସେମାନେ ଏହାର ଅଧିକାରୀକ ୱେବସାଇଟ ibps.in କୁ ଯାଇ ଆବେଦନ କରିପାରିବେ ।

ଆଇବିପିଏସ୍ ର ନୋଟିସ୍ ଅନୁସାରେ ଆଶାୟୀ ପ୍ରାର୍ଥୀ ଏବେ ଏହି ପରୀକ୍ଷା ଲାଗି ୨୮ ଅଗଷ୍ଟ ପର୍ଯ୍ୟନ୍ତ ଅନଲାଇନ୍ ରେଜିଷ୍ଟ୍ରେସନ କରିପାରିବେ । ଏହା ପୂର୍ବରୁ ଆବେଦନର ଶେଷ ତାରିଖ ୨୧ ଅଗଷ୍ଟ ଥିଲା । ତେବେ ଆଇବିପିଏସ୍ ର ନୋଟିସ୍ ରେ କୁହାଯାଇଛି ପରୀକ୍ଷାର୍ଥୀଙ୍କ ଲାଗି ଅନ୍ୟ ସମସ୍ତ ନିୟମ ଓ ସର୍ତ୍ତ ଅପରିବର୍ତ୍ତିତ ରହିବ । ଆଇବିପିଏସ୍ ପିଓ ପ୍ରିଲିମ୍ସ ପରୀକ୍ଷା ଲାଗି କଲ୍ ଲେଟର ସେପ୍ଟେମ୍ବରରେ ଜାରି ହେବ ଓ ପରୀକ୍ଷା ସେପ୍ଟେମ୍ବର ଓ ଅକ୍ଟୋବରରେ ହେବାର ସମ୍ଭାବନା ରହିଛି । ଏହି ପରୀକ୍ଷା ଲାଗି ଅନୁସୂଚୀତ ଜାତି ଜନଜାତି ଏବଂ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ଲାଗି ଆବେଦନ ଶୁଳ୍କ ୧୭୫ ଟଙ୍କା ଓ ସାଧାରଣ ପ୍ରାର୍ଥୀଙ୍କ ଲାଗି ଆବେଦନ ଶୁଳ୍କ ୮୫୦ଟଙ୍କା ରହିଛି ।

 

Get real time updates directly on you device, subscribe now.