fbpx
BSKY SKY
BSKY SKY

ଭୁବନେଶ୍ୱରକୁ ଆଣି ସ୍ତ୍ରୀକୁ ବିକିଦେଲା ସ୍ୱାମୀ, ଜଣେ ବ୍ୟକ୍ତି ୨ ଦିନ ଧରି ଗୋଟେ ଘରେ ରଖି କରୁଥିଲେ..

BSKY

ଓଡିଶା ଭାସ୍କର; ସ୍ୱାମୀ ସ୍ତ୍ରୀର ସମ୍ପର୍କ କାଳେ ସାତ ଜନମର ସମ୍ପର୍କ ବୋଲି କୁହାଯାଏ । ବାହାଘର ପରେ ଜଣେ ନାରୀ ତା ସ୍ୱାମୀ ପାଖରେ ସବୁଠୁ ଅଧିକ ସୁରକ୍ଷିତ ବୋଲି ମନେ କରିଥାଏ । ଆଉ ମଥାରେ ସ୍ୱାମୀ ହାତର ସିନ୍ଦୁର ଲାଗିବା ପରେ ନୂଆ ସଂସାର ସହ ନୂଆ ସ୍ବପ୍ନ ଦେଖିଥାଏ ନାରୀଟିଏ । ହେଲେ ସ୍ବପ୍ନ ଦେଖାଇବାକୁ କହି ସ୍ୱାମୀ ଯଦି ଆଉ କାହା ହାତକୁ ଟେକିଦିଏ ତାହେଲେ କଅଣ ବା କରିପାରିବ ସେହି ଅସହାୟ ନାରୀ ଜଣକ । ତେବେ ଏହାରି ଭିତରେ ଏଭଳି ଏକ ଅଭାବନୀୟ ଘଟଣା ଦେଖାଦେଇଛି ରାଜଧାନୀ ଭୁବନେଶ୍ୱରରେ । ଯାହା ସାଧାରଣରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସୂଚନା ଅନୁଯାୟୀ, ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ସଂସାର ଗଢିବାର ପ୍ରତିଶୃତି ଦେଇ ଯୁବତୀ ଜଣଙ୍କୁ ମନ୍ଦିରରେ ଫୁଲମାଳ ଓ ସିନ୍ଦୁର ଦେଇ ବିବାହ କରିଥିଲେ । ଏହା ପରେ ତାଙ୍କୁ ବଡ଼ ବଡ଼ ସ୍ୱପ୍ନ ଦେଖାଇ ରାଜଧାନୀକୁ ଯିବା ପାଇଁ କହିଥିଲେ । ଭୁବନେଶ୍ୱର ଯାଇ କିଛି ଗୋଟେ କାମ କରି ସେଠାରେ ଉଭୟେ ମିଶିକି ଭଲରେ ଚଳିବା ବୋଲି ସ୍ୱାମୀ କହିଥିଲା । ଆଉ ସ୍ୱାମୀଙ୍କ କଥାରେ ଭୁବନେଶ୍ୱର ଆସିବା ପାଇଁ ସ୍ତ୍ରୀ ରାଜି ହୋଇଥିଲେ ।

ଘଟଣାରୁ ଜଣାଯାଇଛି, ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଘର ବାଲେଶ୍ଵର ଅଞ୍ଚଳରେ । ସ୍ୱାମୀଙ୍କ ନାମ ପ୍ରମୋଦ ଓ ସ୍ତ୍ରୀଙ୍କ ନାମ ମାଳତୀ(ଛଦ୍ମନାମ,୨୭) । ଉଭୟ ବସ ଯୋଗେ ୨ ଦିନ ତଳେ ବାଲେଶ୍ଵରରୁ ଭୁବନେଶ୍ୱର ଆସିଥିଲେ । ରସୁଲଗଡ଼ ଛକରେ ଓଲ୍ହାଇବା ପରେ ପ୍ରମୋଦ ମାଳତୀଙ୍କୁ ଜଣେ ଲୋକଙ୍କ ପାଖକୁ ନେଇ ଯାଇଥିଲେ । ଆଉ ସେଠାରେ ମାଳତୀକୁ ଛାଡି ପ୍ରମୋଦ କେଉଁଆଡେ ପଳାଇଥିଲେ । ସମ୍ପୃକ୍ତ ବ୍ୟକ୍ତି ମାଳତୀଙ୍କୁ ନେଇ ଏକ ଘରେ ରଖିଥିଲେ । ଏହା ସହ ତାଙ୍କୁ ୨ ଦିନ ଧରି ନିର୍ଯାତନା ଦେଇଥିଲେ । ତେବେ ଗତକାଲି ମାଳତୀ ଚାଲାଖ କରି ସେଠାରୁ ଖସି ପଳାଇଆସିଥିଲେ । ସେଠାରୁ ଆସି ମାଳତୀ ରସୁଲଗଡ଼ ଅଞ୍ଚଳର ଏକ ପରିତ୍ୟକ୍ତ ଘରେ ଲୁଚି ରହିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଦେଖି ତାଙ୍କ ବିଷୟରେ ପଚାରି ବୁଝିଥିଲେ । ଏହାପରେ ମାଳତୀ ସେ ତାଙ୍କ ଘଟଣା ସମ୍ପର୍କରେ ସେହି ଲୋକମାନଙ୍କୁ କହିଥିଲେ । ଏହା ପରେ ଉକ୍ତ ଲୋକମାନେ ଏହି ଘଟଣା ବିଷୟରେ ପିସିଆର ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ପିସିଆର ପୋଲିସ ଘଟଣାସ୍ଥଳରେ ପହଁଚି ମହିଳା ଜଣଙ୍କୁ ଉଦ୍ଧାର କରିଥିଲେ ।

ଏନେଇ ଥାନା ଅଧିକାରୀ କହିଛନ୍ତି ଯେ, ଘଟଣା ସମ୍ପର୍କରେ ପଚାରିବାରୁ ମହିଳା ଜଣଙ୍କ ସ୍ପଷ୍ଟ ଭାବେ କିଛି କହିପାରିନଥିଲେ । ଏପରିକି ପ୍ରମୋଦଙ୍କ ବିଷୟରେ ମଧ୍ୟ କିଛି ସଠିକ ଭାବେ କହି ପାରିନଥିଲେ । ତେବେ କାହାକୁ କେତେ ଟଙ୍କାରେ ତାଙ୍କ ସ୍ୱାମୀ ବିକ୍ରି କରିଥିଲେ ସେ ନେଇ ବି କୌଣସି ସୂଚନା ଦେଇ ପାରିନଥିଲେ । ମହିଳା ଜଣକ କେବଳ ତାଙ୍କ ଅସୁବିଧା ବିଷୟରେ ଥାନାରେ ଜଣାଇ ବାଲେଶ୍ୱର ଫେରିଯିବାକୁ କହିଥିଲେ । ଏନେଇ ସେ ଥାନାରେ କୌଣସି ଲିଖିତ ଅଭିଯୋଗ ମଧ୍ୟ କରିନାହାନ୍ତି । ତେଣୁ ପୋଲିସ ତାଙ୍କ କହିବା ମୁତାବକ ତାଙ୍କୁ କିଛି ଟଙ୍କା ଦେଇ ବାଲେଶ୍ୱରର ଏକ ବସରେ ବସାଇଦେଇଥିଲେ ।

Get real time updates directly on you device, subscribe now.