fbpx

ମା’ ତାରିଣୀଙ୍କ ମନ୍ଦିରରେ ଅଭାବନୀୟ ଘଟଣା , ଆଳତି ବେଳେ ଉଡିଗଲା ମହିଳାଙ୍କ ପ୍ରାଣବାୟୁ

AAKASH

ଘଟଗାଁ: ଆଜି ସକାଳୁ ଘଟଗାଁ ମା’ ତାରିଣୀଙ୍କ ମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଆଜି ମଙ୍ଗଳବାର ହୋଇଥିବାରୁ ମନ୍ଦିରରେ ବହୁ ମାତ୍ରାରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ମା’ଙ୍କ ସକାଳ ଆଳତି ଚାଲିଥିଲା । ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ଶ୍ରଦ୍ଧାଳୁଙ୍କ ଦେହାନ୍ତ ହୋଇଯାଇଛି । ମୃତ ମହିଳାଙ୍କ ନାମ ସରସ୍ୱତୀ ବେହେରା । ତାଙ୍କର ବୟସ ୭୦ରୁ ଉଦ୍ଧ୍ୱର୍ ବୋଲି ଜଣାଯାଇଛି ।

ସରସ୍ୱତୀଙ୍କ ଘର ଭୁବନେଶ୍ୱରର ପଟିଆ ଅଞ୍ଚଳରେ ବୋଲି ଜଣାପଡିଛି । ସେ ନିଜ ପରିବାର ସହ ଘଟଗାଁ ଆସିଥିଲେ । ସକାଳେ ମା’ଙ୍କୁ ୧୦୮ ନଡିଆ ଭୋଗ ଲାଗି କରିବା ସହ ଆଳତି ଦର୍ଶନ ଲାଗି ମା’ଙ୍କ ନିକଟରେ ବସିଥିଲେ । ଏହି ସମୟରେ ହଠାତ୍ ସେ ଟଳିପଡିଥିଲେ । ଏହାପରେ ତାଙ୍କୁ ତୁରନ୍ତ ଘଟଗାଁ ମେଡିକାଲକୁ ନିଆଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.