fbpx

ପ୍ରଥମ ଥର ଭାରତକୁ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ: ହ୍ୱାଇଟ ହାଉସ

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଖୁବଶୀଘ୍ର ଭାରତ ଗସ୍ତରେ ଆସୁଛନ୍ତି । ତେବେ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ସେ ଭାରତ ଗସ୍ତରେ ଆସିବେ । ଆସନ୍ତା ସେପ୍ଟେମ୍ବର ୭ ତାରିଖରୁ ଭାରତକୁ ୪ ଦିନିଆ ଗସ୍ତରେ ଆସିବେ ଆମେରିକାର ରାଷ୍ଟ୍ରପତି । ଏହି ଗସ୍ତରେ ସେ ୨ ଥର ପ୍ରଧାନମନ୍ତ୍ରୀଙ୍କ ସହ ଭେଟି ଆଲୋଚନା କରିବେ । ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା କରାଯିବ ବୋଲି ଜାଣିବାକୁ ମିଳିଛି । ଏହାସହିତ ଦିଲ୍ଲୀର ଜି-୨୦ ସମ୍ମିଳନୀରେ ମଧ୍ୟ ବାିଡେନ୍ ସାମିଲ ହେବେ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.