fbpx

ଜି-୨୦ ଲାଗି ଦିଲ୍ଲୀରେ ଆକାଶ ଛୁଇଁଛି ହୋଟେଲର ଦାମ୍, ଗୋଟିଏ ରୁମ୍ ଲାଗି ଦେବାକୁ ପଡିବ ୨୦ ଲକ୍ଷ ଟଙ୍କା ଭଡା

ନୂଆଦିଲ୍ଲୀ:ଦିଲ୍ଲୀରେ ଆଗାମୀ ମାସରେ ଆୟୋଜିତ ହେବାକୁ ଯାଉଛି ଜି ୨୦ ସମ୍ମିଳନୀ । ଏବେ ଏଥିପାଇଁ ଦିଲ୍ଲୀର ହୋଟେଲ୍ ଇଣ୍ଡଷ୍ଟ୍ରୀ ଚଳଚଞ୍ଚଳ ହୋଇପଡିଛି । ସମ୍ମିଳନୀରେ ସାମିଲ ହେବା ପାଇଁ ଆସୁଥିବା ରାଷ୍ଟ୍ରାଧ୍ୟକ୍ଷ ଓ ବିଭିନ୍ନ ପଦାଧିକାରୀଙ୍କ ଲାଗି ଦିଲ୍ଲୀ ଓ ଏହାର ନିକଟବର୍ତ୍ତୀ କ୍ଷେତ୍ରରେ ବିଭିନ୍ନ ହୋଟେଲ ବୁକ୍ କରାଯାଇଛି । ଏହି କାରଣରୁ ଦିଲ୍ଲୀରେ ଏବେ ହୋଟେଲ ରୁମ୍ ର ମୂଲ୍ୟ ଆକାଶଛୁଆଁ ହୋଇଛି । ବିଭିନ୍ନ ଲଗଜୁରୀ ହୋଟେଲରେ ରୁମ୍ ପ୍ରତିନିଧି ମଣ୍ଡଳଙ୍କ ଦ୍ୱାରା ବୁକ୍ କରାଯାଇଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ୧୮ ତମ ଜି୨୦ ଶିଖର ସମ୍ମିଳନୀ ସେପ୍ଟେମ୍ବର ୮,୯ ଓ ୧୦ରେ ଦିଲ୍ଲୀରେ ଆୟୋଜିତ ହେବ । ଏହି ଜି୨୦ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଚୀନ୍ ରାଷ୍ଟ୍ରପତି ଶୀ ଜିନପିଙ୍ଗ, ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକ ଓ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ବହୁ ରାଷ୍ଟ୍ରାଧ୍ୟକ୍ଷ ସାମିଲ ହେବେ ।

ଜି ୨୦ ଲାଗି ଚୀନ୍ ରାଷ୍ଟ୍ରପତି ଶୀ ଜିନପିଙ୍ଗଙ୍କ ଲାଗି ତାଜ ହୋଟେଲ ବୁକ୍ କରାଯାଇଛି । ଏହି ହୋଟେଲରେ ଚୀନ୍ ରାଷ୍ଟ୍ରପତିଙ୍କ ସହିତ ତାଙ୍କ ସହଯୋଗୀ ରହିବେ । ଏହି ହୋଟେଲରେ ୟୁଏଇ ଓ ବ୍ରାଜିଲରୁ ଆସୁଥିବା ଅତିଥିମାନେ ବି ରହିବେ । ସେହିପରି ବ୍ରିଟେନର ପ୍ରଧାନମନ୍ତ୍ରୀ ରୁଷି ସୁନକ ହୋଟେଲ ସାଙ୍ଗରୀ ଲାରେ ରହିବେ । ଏହି ହୋଟେଲରେ ବ୍ରିଟେନର ପ୍ରତିନିଧିଙ୍କ ବ୍ୟତିତ ଜର୍ମାନୀରୁ ଆସୁଥିବା ଅତିଥିମାନେ ବି ରହିବେ ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଲାଗି ଦିଲ୍ଲୀ ଆଇଟିସି ମୌର୍ଯ୍ୟ ହୋଟେଲ ବୁକ୍ କରାଯାଇଛି । ଏହି ହୋଟେଲର ୪୦୦ ରୁମ୍ ବାଇଡେନ ଓ ତାଙ୍କର ଅଧିକାରୀମାନଙ୍କ ଲାଗି ବୁକ୍ କରାଯାଇଛି । ତେବେ ଜି୨୦ ସମ୍ମିଳନୀରେ ଯୋଗ ଦେବା ଲାଗି ଆସୁଥିବା ଅତିଥିଙ୍କ ପାଇଁ ଏବେ ଦିଲ୍ଲୀର ହୋଟେଲ ରୁମ୍ ଦାମ୍ ଆକାଶଛୁଆଁ ହୋଇଛି । ଏକ ସୂଚନାରୁ ଜଣାପଡିଛି ଇନ୍ଦିରା ଗାନ୍ଧୀ ବିମାନବନ୍ଦର ନିକଟସ୍ଥ ଏୟାରସିଟିରେ ଏକ ହୋଟେଲରେ ଗୋଟିଏ ରୁମର ଭଡା ଏବେ ୨୦ ଲକ୍ଷ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

ଜି-୨୦ ସମ୍ମିଳନୀ ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅଫିସ୍ ଓ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିବା ନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଓ ରାଜ୍ୟପାଳ ଏହାକୁ ମଞ୍ଜୁରୀ ଦେଇଛନ୍ତି । ୮, ୯ ଓ ୧୦ ସେପ୍ଟେମ୍ବରରେ ଦିଲ୍ଲୀର ସମସ୍ତ ଘରୋଇ ଓ ଦିଲ୍ଲୀ ସରକାରଙ୍କ ଅଫିସ ବନ୍ଦ ରହିବ । ଏହି ସମୟରେ ସମସ୍ତ ସ୍କୁଲ, କଲେଜ ବି ବନ୍ଦ ରହିବ । ସେହିପରି ନୂଆଦିଲ୍ଲୀ ଜିଲ୍ଲାରେ ବ୍ୟାଙ୍କ ଓ ବାଣିଜ୍ୟିକ ପ୍ରତିଷ୍ଠାନ, ମାର୍କେଟ ବି ବନ୍ଦ ରହିବ ।

Get real time updates directly on you device, subscribe now.