fbpx

ଡାଲଚିନି ଖାଇବା ଦ୍ୱାରା କମିଥାଏ ପେଟର ଚର୍ବି

ଓଜନ କମାଇବାର ପ୍ରଥମ ପର୍ଯ୍ୟାୟ ହେଉଛି ଖାଦ୍ୟ-ପାନୀୟ ପ୍ରତି ଧ୍ୟାନ ଦେବା । ଯଦି ଡାଏଟ୍ ବାଲାନ୍ସରେ ରୁହେ, ତେବେ ଶରୀର ସୁସ୍ଥ ରହିଥାଏ ଏବଂ ଓଜନ କମିବା ମଧ୍ୟ ଆରମ୍ଭ ହୁଏ । ଅନେକ ରୋଷେଇ ସାମଗ୍ରୀ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ଗୋଟିଏ ହେଉଛି ଡାଲଚିନି । ସଠିକ୍ ଉପାୟରେ ଡାଲଚିନିକୁ ଖାଇବା ଦ୍ୱାରା ପେଟର ଚର୍ବି କମିଥାଏ ।

ଡାଲଚିନି ଏପରି ଏକ ମସଲା ଯାହା ଚା’ ଠାରୁ ଆରମ୍ଭ କରି ବିଭିନ୍ନ ଖାଦ୍ୟରେ ପକାଯାଏ । ଡାଲଚିନିର ସ୍ୱାଦ ସାମାନ୍ୟ ମିଠା ଏବଂ ରାଗ । ଓଜନ ହ୍ରାସ କରିବାକୁ, ଡାଲଚିନି ଆପଣଙ୍କ ଖାଦ୍ୟର ଏକ ଅଂଶ ହୋଇପାରେ । ଓଜନ ହ୍ରାସ ପାଇଁ, ଡାଲଚିନିରେ ଚା’ ପ୍ରସ୍ତୁତ କରି ପିଇପାରିବେ । ଏଥିପାଇଁ ଆପଣଙ୍କୁ ଗୋଟିଏ କପ୍ ପାଣି, ଗୋଟିଏ ଚାମଚ ମହୁ, ଗୋଟିଏ ଚାମଚ ଲେମ୍ବୁ ରସ ଏବଂ ଏକ ଛୋଟ ଡାଲଚିନି ଖଣ୍ଡ ଆବଶ୍ୟକ ।

ଏକ ପାତ୍ରରେ ପାଣି ନେଇ ଏହାକୁ ଡାଲଚିନି ମିଶାଇ ଫୁଟାନ୍ତୁ । ତାପରେ ଏହାକୁ ଏକ କପ୍ ରେ ଛାଣି ଲେମ୍ବୁ ରସ ଓ ମହୁ ମିଶାଇ ପିଅନ୍ତୁ । ଡାଲଚିନିକୁ ଆପଣ କଫିରେ ମିଶାଇ ମଧ୍ୟ ପିଇପାରିବେ । ଏହା କଫିର ସ୍ୱାଦକୁ ଆହୁରି ବଢାଇଥାଏ । ଏହା ବ୍ୟତୀତ ଓଜନ ହ୍ରାସ କରିବା ପାଇଁ ଡାଲଚିନିକୁ ଆପଣ ପାଣି ପିଇପାରିବେ । ଡାଲଚିନି ପାଣି ତିଆରି କରିବା ପାଇଁ, ଏକ ଗ୍ଲାସ ପାଣିରେ ଅଧା ଚାମଚ ଡାଲଚିନି ପକାଇ ରାତ୍ରି ଭୋଜନ କରିବାର ଅଧ ଘଣ୍ଟା ପରେ ପିଅନ୍ତୁ । ଏହା ଶରୀର ଉପରେ ଭଲ ପ୍ରଭାବ ପକାଇଥାଏ ।

Get real time updates directly on you device, subscribe now.