fbpx

ଭାରତ ଆସିବେ ଷ୍ଟାର୍ ଫୁଟବଲର ନେମାର ଜୁନିଅର୍‌! ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍ ଗ୍ରୁପ୍ ପର୍ଯ୍ୟାୟରେ ସମାନ ଗ୍ରୁପରେ ସ୍ଥାନ ପାଇଲେ ମୁମ୍ବାଇ ସିଟି ଓ ଅଲ ହିଲାଲ

ନୂଆଦିଲ୍ଲୀ: ଲିଓନେଲ ମେସି, ଏମିଲିଆନୋ ମାର୍ଟିଜେନ୍‌ଙ୍କ ପରେ ବ୍ରାଜିଲ୍‌ର ତାରକା ଫୁଟବଲର ନେମାର ଜୁନିଅର ଭାରତ ଆସିବାକୁ ଯାଉଛନ୍ତି । ଏଏଫ୍‌ସି ସାମ୍ପିଅନସିପ ଲିଗ୍ ପାଇଁ ସାଉଦି ପ୍ରୋ ଲିଗ୍ ଦଳ ‘ଅଲ ହିଲାଲ’ ସହିତ ଭାରତର ‘ମୁମ୍ବାଇ ସିଟି ଏଫ୍‌ସି’ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇବା ପରେ ଏହି ଖବର ଆସିଛି । ନିକଟରେ ନେମା ଜୁନିଅର ପ୍ୟାରିସ୍‌-ସେଣ୍ଟ-ଜର୍ମାନ୍‌(ପିଏସ୍‌ଜି) ଛାଡ଼ି ଅଲ ହିଲାଲ ସହିତ ଚୁକ୍ତି କରିଛନ୍ତି । ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ ପୁନେରେ ହେବାର ସମ୍ଭାବନା ରହିଛି ।

ନେମାରଙ୍କ ବ୍ୟତିତ ‘ରୁବେନ୍ ନେଭସ୍’ ଏବଂ ‘ମାଲକୋମ’ ମଧ୍ୟ ଏହି ପ୍ରତିଯୋଗହିତାର ଭାଗ ନେବା ପାଇଁ ଭାରତ ଆସିବେ । ଅଲ ହିଲାଲ ବ୍ୟତିତ ଇରାନର ‘ଏଫ୍‌ସି ନସାଜି ମଜାନାନଦ୍ରନ୍’ ଏବଂ ଉଜବେକିସ୍ତାନର ‘ନାଭୋର’ ମଧ୍ୟ ସମାନ ଗ୍ରୁପ୍ ଡି ରେ ସ୍ଥାନ ପାଇଛନ୍ତି, ଏବଂ ଆଗକୁ ମୁମ୍ବାଇ ଏଫ୍‌ସି ସହିତ ଏମାନଙ୍କର ମୁକାବିଲା ହେବ । ସାଉଦି ଆରବର ଅନ୍ୟତମ ଟିମ୍ ‘ଅଲ ନାସାର’ ଗ୍ରୁପ୍‌-ଇ ରେ ସ୍ଥାନ ପାଇଥିବାରୁ ଖ୍ରିଷ୍ଟିଆନୋ ରପନାଲ୍ଡୋ ଭାର ଆସିବେ ନାହିଁ ।

ତେବେ ୨୦୨୨ ଏଏଫ୍‌ସି ଚାମ୍ପିଅନସିପ୍‌ରେ ଅଲ ହିଲାଲକୁ ୨-୧ ଗୋଲ୍‌ରେ ହରାଇ ଚାମ୍ପିଅନ ହୋଇଥିବା ଜାପାନର ‘ଉରବା ରେଡ୍ ଡାଇମଣ୍ଡ’ ଘରୋଇ ଟୁର୍ଣ୍ଣାମେଣ୍ଟରେ ଦୁର୍ବଳ ପ୍ରଦର୍ଶନ କାରଣରୁ ଚଳିତ ଏଏଫ୍‌ସି ଚାମ୍ପିଅନସିପ୍ ଦୌଡ଼ରୁ ବାଦ୍ ପଡିଛି । ଯାହା ଅଲ ହିଲା ପାଇଁ ଏକ ଭଲ ଖବର ।

ତେବେ ଭାରତର ମୁମ୍ବାଇ ସିଟି ଏଫ୍‌ସି ଦ୍ୱିତୀୟ ଥର ପାଇଁ ଏଏଫ୍‌ସି ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ଅର୍ଜନ କରିଛି ଏବଂ ଚଳିତ ଥର ଏହି ଟୁର୍ଣ୍ଣାମେଣ୍ଟରେ ନିଜର ଚାପ ଛାଡ଼ିବାକୁ ଚେଷ୍ଟା କରିବ । ମୁମ୍ବାଇ ସିଟି ପ୍ରଥମ ଭାରତୀୟ ଟିମ୍ ଭାବେ ଏଏଫ୍‌ସି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଥିଲା । ୨୧/୨୨ ସିଜନରେ ମୁମ୍ବାଇ ଏୟାର ଫୋର୍ସ କ୍ଲବ୍‌କୁ ୨-୧ ଗୋଲ୍ ବ୍ୟବଧାନରେ ପରାଜିତ କରିଥିଲା ।

ଏଏଫ୍‌ସି ଚାମ୍ପିଅନସିପ୍ ରେ ମୋଟ୍ ୪୦ ଟିମ୍ ପ୍ରତିଯୋଗିତା କରିବେ । ପୁର୍ବ ଏବଂ ପଶ୍ଚିମ ଅଞ୍ଚଳରେ ୨୦ ଲେଖାଏଁ ଟିମ୍‌କୁ ଭାଗ କରିଦିଆଯାଇ ପ୍ରତ୍ୟେକ ଅଞ୍ଚଳରେ ୫ ଟି ଗ୍ରୁପ୍‌ରେ ୪ ଲେଖାଏଁ ଦଳ ରହିଛନ୍ତି । ତେବେ ୨୦୨୩/୨୪ ସିଜନରେ କିଛି ନିୟମରେ ପରିବର୍ତ୍ତନ କରାଯାଇଛି । ଟୁର୍ଣ୍ଣାମେଣ୍ଟରେ ଆଗାମୀ ସିଜନରେ ନୁଆକରି ଭିଡିଓ ଆସିଷ୍ଟାଣ୍ଟ ରେଫରୀ(ଭିଏଆର୍‌) ଲାଗୁ ହେବ । ଏହା ସହିତ ଏଏଫ୍‌ସି ବୋର୍ଡ ଚଳିତ ଥର ପ୍ରତ୍ୟେକ ଦଳରେ ବିଦେଶୀ ଖେଳାଳିଙ୍କ କୋଟା ସଂଖ୍ୟା ମଧ୍ୟ ବଢାଇଛି । ଯାହା ଫଳରେ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ପୁର୍ଣ୍ଣ ହୋଇପାରିବ ।

 

Get real time updates directly on you device, subscribe now.