fbpx

ଚନ୍ଦ୍ରଯାନ ଲ୍ୟାଣ୍ଡିଂ ସମୟରେ ଜନ୍ମନେଲେ ୪ ଶିଶୁ, ମୁହୂର୍ତ୍ତକୁ ସ୍ମରଣୀୟ କରିବାକୁ ଚନ୍ଦ୍ରଯାନ ନାମରେ ହିଁ ହେବ ନାମକରଣ

ଭୁବନେଶ୍ୱର: ଏବେ ଭାରତର ଚନ୍ଦ୍ରଯାନ ୩ର ସଫଳତାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା । ଚନ୍ଦ୍ରଯାନ ୩ ଚନ୍ଦ୍ରପୃଷ୍ଠରେ ପହଞ୍ଚି ଏହାର କାର୍ଯ୍ୟ ଆରମ୍ଭ କରିଦେଇସାରିଛି । ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରୁ ବିଭିନ୍ନ ଫଟୋ ମଧ୍ୟ ପଠାଇବା ଆରମ୍ଭ କରି ଦେଲାଣି । ଦେଶ ଓ ରାଜ୍ୟରେ ଏବେ ଏହି ସଫଳତାକୁ ସମସ୍ତେ ଘରେ ଘରେ ସେଲିବ୍ରେଟ କରୁଛନ୍ତି । ଏହାରି ମଧ୍ୟରେ ଏକ ଭିନ୍ନ ଖବର ସାମ୍ନାକୁ ଆସିଛି । ଖବରଟି ହେଉଛି ଚନ୍ଦ୍ରଯାନ ୩ ଅବତରଣ ସମୟରେ ଜନ୍ମ ନେଇଥିବା ଶିଶୁଙ୍କ ନାମ ଚନ୍ଦ୍ରାୟନ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସେମାନଙ୍କ ପିତାମାତା । ଏହି ଘଟଣାଟି ହେଉଛି ଓଡିଶାର । ଚନ୍ଦ୍ରଯାନ ଅବତରଣ କରିବା ସମୟରେ ହସ୍ପିଟାଲରେ ଜନ୍ମନେଇଥିବା ସମସ୍ତ ଶିଶୁଙ୍କ ନାମ ଚନ୍ଦ୍ରାୟନ ରଖିବାକୁ ସେମାନଙ୍କ ପିତାମାତା ସ୍ଥିର କରିଛନ୍ତି ।

ଓଡିଶାର କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲରେ ଜନ୍ମ ନେଇଥିବା ବହୁ ଶିଶୁଙ୍କ ପରିଜନ ସେମାନଙ୍କ ସନ୍ତାନଙ୍କ ନାମ ଚନ୍ଦ୍ରଯାନ ରଖିବାକୁ ସ୍ଥିର କରିଛନ୍ତି । ୨୩ ଅଗଷ୍ଟ ସନ୍ଧ୍ୟାରେ କେନ୍ଦ୍ରାପଡା ହସ୍ପିଟାଲରେ ୪ ଜଣ ଶିଶୁଙ୍କ ଜନ୍ମ ହୋଇଥିଲା । ଏମାନଙ୍କ ମଧ୍ୟରେ ୩ ଜଣ ପୁଅ ଓ ଜଣେ ଝିଅ ଥିଲେ । ଏବେ ଚନ୍ଦ୍ରଯାନର ସଫଳତାରେ ଖୁସି ହୋଇ ଶିଶୁଙ୍କ ମାତାପିତା ସେମାନଙ୍କ ନାମ ଚନ୍ଦ୍ରଯାନ ରଖିବାକୁ ସ୍ଥିର କରିଛନ୍ତି ।

ନବଜାତ ଶିଶୁଙ୍କ ପିତାମାତା କହିଛନ୍ତି ଚନ୍ଦ୍ରଯାନର ସଫଳତା ସମୟରେ ଆମର ସନ୍ତାନ ଲାଭ ଆମକୁ ଏକ ସମୟରେ ଦୁଇଟି ଖୁସି ଆଣି ଦେଇଛି । ଏଣୁ ଆମେ ନିଜ ସନ୍ତାନର ନାମ ଏହି ଚନ୍ଦ୍ର ଅଭିଯାନ ଅନୁଯାୟୀ ରଖିବାକୁ ଚାହୁଁଛୁ । ଏହା ବ୍ୟତିତ ଅନ୍ୟଜଣେ ପିତା କହିଛନ୍ତି ସମସ୍ତଙ୍କୁ ଗୋଟିଏ ନାମରେ ନାମିତ କରିବା ପରିବର୍ତ୍ତେ ଆମେ ଶିଶୁର ନାମ ଚନ୍ଦ୍ର କିମ୍ବା ଲୁନା ବି ରଖିପାରିବୁ ।

Get real time updates directly on you device, subscribe now.