fbpx

ନିଆରା ପରମ୍ପରା ! ନା ବୁଲେଟ୍, ନା ଟଙ୍କା…ଏଠାରେ ଯୌତୁକରେ ଦିଆଯାଏ ‘ନାଗ ସାପ’

ପ୍ରାୟତଃ ଝିଅମାନଙ୍କ ବିବାହରେ ବାପାମାନେ ନିଜ ଖୁସିରେ ଜ୍ୱାଇଁଙ୍କୁ ଟଙ୍କାଠୁ ଆରମ୍ଭ କରି ଦାମୀ ଗାଡ଼ି ପର୍ଯ୍ୟନ୍ତ ଦେଇଥିବା ଆପଣମାନେ ଜାଣିଥିବେ, କିନ୍ତୁ ଯଦି ଗଣେ ପିତା ନିଜ ଝିଅକୁ ଟଙ୍କା ଓ ଗାଡ଼ି ବଦଳରେ ବିଷାକ୍ତ ସାପ ଦିଏ, ଦେବେ କ’ଣ ହେବ ?

କିନ୍ତୁ ଏହି କଥା ସତ… ଆମ ଦେଶର ଛତିଶଗଡ ରାଜ୍ୟରେ ଯୌତୁକ ମଧ୍ୟରେ ବିଷାକ୍ତ ସାପ ଦେବାର ଏହି ପ୍ରଥା ପ୍ରଚଳିତ ଅଛି । ଆଜି ମଧ୍ୟ ଛତିଶଗଡର ସୱର ଜନଜାତିରେ ବିଷାକ୍ତ ସାପମାନଙ୍କୁ ଟଙ୍କା ଏବଂ ଯାନ ବଦଳରେ ଯୌତୁକ ଦିଆଯାଉଛି । ଆସନ୍ତୁ ସୱର ଜନଜାତି ବିଷୟରେ ବିସ୍ତୃତ ଭାବରେ ଜାଣିବା ।

ଆମେ କୋରବା ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୪୫ କିଲୋମିଟର ଦୂରରେ ଅବସ୍ଥିତ ମକୁନପୁର ଗ୍ରାମ ବିଷୟରେ କହୁଛୁ, ଯେଉଁଠାରେ ସୱର ଜନଜାତିର ଲୋକମାନେ ଗତ ୪୦ ବର୍ଷ ଧରି ବାସ କରୁଛନ୍ତି । ସୱର ଜନଜାତିର ବିଷାକ୍ତ ସାପ ସହିତ ଗଭୀର ସମ୍ପର୍କ ଅଛି । ସାପ ଏହି ଜନଜାତିର ଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ । ଏହି ଜନଜାତିର ଲୋକମାନେ କେବଳ ରୋଜଗାର ପାଇଁ ସାପ ଉପରେ ନିର୍ଭରଶୀଳ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ସାପ ଦେଖାଇବା ହେଉଛି ସୱର ଜନଜାତିର ମୁଖ୍ୟ ବୃତ୍ତି । ଏହାକୁ ସେମାନେ ନିଜର ରୋଜଗାରକୁ ବୋଲି ବିଚାର କରନ୍ତି ।

ସାପ ଦେଖାଇ ସେମାନେ ରୋଜଗାର କରନ୍ତି :-

ତେବେ ସାପ ଦେଖାଇ, ଘର ପାଇଁ ରୁଟି ଜୁଗାଡ୍ କରିବା ସେମାନଙ୍କର କାମ । ଯଦିଓ ଏହି ଲୋକମାନେ ଚାରି ପଇସା ରୋଜଗାର ପାଇଁ ଅନ୍ୟ କୌଣସି କାମ କରନ୍ତି, କିନ୍ତୁ ସାପମାନଙ୍କ ସହିତ ବୁଲିବା ଏବଂ ଭିକ ମାଗିବା ହେଉଛି ସେମାନଙ୍କର ପୂର୍ବପୁରୁଷ ପରମ୍ପରା, ଯାହାକୁ ସେମାନେ ଅନୁସରଣ କରନ୍ତି । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଯେ, ଯେତେବେଳେ ଏହି ସମ୍ପ୍ରଦାୟରେ ବିବାହ ହୁଏ, ବିଷାକ୍ତ ସାପକୁ ଝିିଅ ପକ୍ଷରୁ ଯୌତୁକ ରୂପେ ଦିଆଯାଏ । ସାପ ଦେବାର ଉଦ୍ଦେଶ୍ୟ ହେଉଛି ଏହି ଲୋକମାନେ ସାପ ଦେଖାଇ ନିଜର ଜୀବିକା ନିର୍ବାହ କରିପାରିବେ ।

Get real time updates directly on you device, subscribe now.