fbpx

ଅଫିସରେ କରୁନାହାନ୍ତି ତ ଏପରି ଭୁଲ୍, ନିଜକୁ ସୁଧାରି ନିଅନ୍ତୁ ଅନ୍ୟଥା ଚାକିରୀ ଉପରେ ପଡିପାରେ ପ୍ରଭାବ

ନୂଆଦିଲ୍ଲୀ: କର୍ମଜୀବୀମାନଙ୍କର ବହୁ ସମୟ ଅଫିସରେ ହିଁ କଟିଥାଏ । ଏଣୁ ପ୍ରତି ବ୍ୟକ୍ତି ଅଫିସ୍ରେ ନିଜର ଉନ୍ନତି ଓ ସମ୍ମାନକୁ ବଜାୟ ରଖିବା ଲାଗି ୱାର୍କପ୍ଲେସ୍ ମ୍ୟାନର ପାଳନ କରିବା ଜରୁରୀ । ଏହାକୁ ଅଣଦେଖା କରିବା ଦ୍ୱାରା ବ୍ୟକ୍ତି କ୍ଷତିର ସାମ୍ନା କରିପାରେ । ୱାର୍କପ୍ଲେସ୍ ମ୍ୟାନର ଦ୍ୱାରା ବ୍ୟକ୍ତିର ପଦୋନ୍ନତିର ରାସ୍ତା ଆପେ ଆପେ ଖୋଲିଯାଏ । ଯଦି ଆପଣ ନିଜର ପ୍ରଫେସନାଲ ଲାଇଫରେ ସର୍ବଦା ଆଗକୁ ଯିବାକୁ ଚାହୁଁଛନ୍ତି ତେବେ ଜାଣିନିଅନ୍ତୁ ଅଫିସ୍ ରେ କେଉଁସବୁ କାମ କରିବା ଅନୁଚିତ ।

୧-ଯଦି ଆପଣ ଏବେ ଏବେ ନିଜ ଚାକିରୀ ବଦଳାଇଛନ୍ତି ତେବେ କେବେ ବି ନିଜ ପୁରୁଣା କମ୍ପାନୀର ପରିଚାଳକଙ୍କ ବିରୁଦ୍ଧରେ କିଛି କୁହନ୍ତୁ ନାହିଁ । ଏପରି କରିବା ଦ୍ୱାରା ପୁରୁଣା କମ୍ପାନୀର ମ୍ୟାନେଜରଙ୍କ ନୁହେଁ ବରଂ ଆପଣଙ୍କ ଇମେଜ୍ ଅନ୍ୟମାନଙ୍କ ସାମ୍ନାରେ ଖରାପ ହୋଇଯିବ । ଏହି କାରଣରୁ ଆଗକୁ ଆପଣଙ୍କ ପ୍ରମୋଶନ ବି ଅଟକିଯାଇପାରେ ।
୨-ବହୁ ସମୟରେ ନୂଆ କମ୍ପାନୀରେ ନୂଆ ଲୋକଙ୍କ ସହ ସାମିଲ ହେବା କଷ୍ଟକର ହୋଇଥାଏ । କିନ୍ତୁ ସମୟ ସହିତ ପ୍ରତି ବ୍ୟକ୍ତି ନୂଆ ଲୋକଙ୍କ ସହ ମିଶିଯାଇଥାଏ । ଯଦି ଆପଣ ପ୍ରଥମରୁ ନୂଆ ଲୋକଙ୍କ ସହ ଖାପଖୁଆଇ ଚଳିପାରୁନାହାନ୍ତି ତେବେ କୌଣସି ବ୍ୟକ୍ତିଙ୍କ ନିକଟରେ କାହାକୁ ନେଇ ଆଲୋଚନା କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଲୋକଙ୍କ ମଧ୍ୟରେ ଆପଣଙ୍କ ଛବି ଖରାପ ହୋଇଯିବ ।
୩-ଅଫିସର ସହକର୍ମୀଙ୍କ ସହ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଆଦୌ ଆଲୋଚନା କରନ୍ତୁ ନାହିଁ ।
୪-ଅଫିସର ମିଟିଂକୁ ସଠିକ୍ ସମୟରେ ପହଞ୍ଚନ୍ତୁ । ମିଟିଂରେ ସଠିକ୍ ସମୟରେ ନ ପହଞ୍ଚିବା ଦ୍ୱାରା ଆପଣଙ୍କ ଦାୟିତ୍ୱହୀନତା ପଦାରେ ପଡିଯାଏ ।
୫-ଅଫିସର ମିଟିଂରେ ନିଜକୁ ଠିକ୍ ଭାବରେ ଏକ୍ସପ୍ରେସ କରନ୍ତୁ । ନିଜ ଆଇଡିଆ ଉପରେ ସର୍ବଦା ଭଲ ଭାବରେ କାମ କରନ୍ତୁ ।
୬-ଅଫିସରେ ଅନ୍ୟମାନଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତୁ ନାହିଁ । ଏପରି ଲୋକଙ୍କୁ କେହିବି ପସନ୍ଦ କରି ନ ଥାନ୍ତି । ୱାର୍କପ୍ଲେସରେ ସମସ୍ତଙ୍କ ସହ ଭଲ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଛବି ଲୋକଙ୍କ ମଧ୍ୟରେ ଭଲ ରହିବ ଓ ଆପଣଙ୍କ ପଦୋନ୍ନତିର ବାଟ ଖୋଲିଯିବ ।

Get real time updates directly on you device, subscribe now.