fbpx

ଯେଉଁ ଘରେ ସୁଶାନ୍ତ ସିଂହ ରାଜପୁତ କରିଥିଲେ ଆତ୍ମହତ୍ୟା ସେହି ଘରକୁ କିଣୁଛନ୍ତି ଏହି ଅଭିନେତ୍ରୀ, ଜାଣିନିଅନ୍ତୁ ପୁରା ଖବର

ନୂଆଦିଲ୍ଲୀ: ବ୍ଲକବଷ୍ଟର ଫିଲ୍ମ ଦି କେରଳ ଷ୍ଟୋରୀରେ ଅଦା ଶର୍ମା ନିଜ ଅଭିନୟରେ ସମସ୍ତଙ୍କୁ ଚକିତ କରି ଦେଇଥିଲେ । ଫିଲ୍ମରେ ଅଦାଙ୍କ ଅଭିନୟକୁ ଭୁରି ଭୁରି ପ୍ରଶଂସା ମିଳିଥିଲା । ରୋଜଗାର ଦିଗରୁ ବି ଏହି ଫିଲ୍ମ ବହୁ ରେକର୍ଡ କରିଥିଲା । ଆକ୍ଟିଂ ସହିତ ଅଦା ସୋସିଆଲ ମିଡିଆରେ ବି ପ୍ରାୟ ସମୟ ସକ୍ରିୟ ରହିଥାନ୍ତି । ଏବେ ଅଦା ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ ଏଥର ନିଜ ନୂଆ ଘରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ଚର୍ଚ୍ଚାର କାରଣ ହେଉଛି ସେ ଯେଉଁ ଘର କିଣୁଛନ୍ତି ସେଠି ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ହୋଇଥିଲା ।

ଏକ ରିପୋର୍ଟ ଅନୁସାରେ ଅଦା ଶର୍ମା ବାନ୍ଦ୍ରା ସ୍ଥିତ ମଣ୍ଟ ବ୍ଲାଙ୍କ କୋଠା କିଣିବାକୁ ଯାଉଛନ୍ତି ଯେଉଁଠି ସୁଶାନ୍ତ ସିଂହ ରାଜପୁତ ରହୁଥିଲେ । ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କର ଏହି ଘର ବହୁବାର ଚର୍ଚ୍ଚାକୁ ଆସିଛି । ତାଙ୍କ ଘରକୁ ନେଇ ଏହି ଖବର ଆସିଥିଲା ଯେ, ଏହାର ଭଡା ବହୁତ ବଢାଇ ଦିଆଯାଇଛି । ଏହାରି ମଧ୍ୟରେ ଏହି ଖବର ଆସିଛି ଯେ, ଅଦା ସୁଶାନ୍ତଙ୍କ ଘର କିଣୁଛନ୍ତି । ତେବେ ଅଦା ଶର୍ମା ଓ ମୃତ ସୁଶାନ୍ତଙ୍କ ପରିବାର ପକ୍ଷରୁ ଏ ନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ୨୦୨୦ରେ ସୁଶାନ୍ତ ସିଂହ ରାଜପୁତ ଏହି ଫ୍ଲାଟରେ ଆତ୍ମହତ୍ୟା କରିଥିଲେ । ତେଣୁ ବହୁ ଲୋକ ଏହି ଘରକୁ ଅନଲକି ବୋଲି ମନେ କରନ୍ତି । ଏହି ଘରେ ସୁଶାନ୍ତଙ୍କ ଆତ୍ମା ଘୁରୁଥାଇପାରେ ଭାବି ବି ବହୁ ଲୋକ ଏହି ଘରକୁ କିଣିବାକୁ ପଛଘୁଞ୍ଚା ଦେଇଛନ୍ତି । ଏବେ ଅଦା ସୁଶାନ୍ତ ରହୁଥିବା ଏହି ଘରକୁ କିଣିବା ଖବର ଚାରିଆଡେ ପ୍ରସାରିତ ହେବା ପରେ ସମସ୍ତେ ଅଦାଙ୍କ ସାହାସକୁ ସାବାସୀ ଦେଇଛନ୍ତି ।

Get real time updates directly on you device, subscribe now.