fbpx

SBI ଆଣିଛି ଗ୍ରାହକଙ୍କ ପାଇଁ ଖୁସି ଖବର : ଲଞ୍ଚ ହେଲେ ଏହି ନୂଆ ଯୋଜନା

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅଟେ । ଏବେ ଏହି ବ୍ୟାଙ୍କ ଗ୍ରାହକଙ୍କ ଏକ ପାଇଁ ଖୁସି ଖବର ଆଣିଛି । ବର୍ତ୍ତମାନ ଏସବିଆଇ ଏକ ନୂଆ ଯୋଜନା ଲଞ୍ଚ କରିଛି । ଏହି ଯୋଜନା ମାଧ୍ୟମରେ ଗ୍ରାହକ ସୋଶଲ ସିକ୍ୟୁରିଟୀ ଯୋଜନାରେ ନିଜର ଆଧାର କାର୍ଡ ଜରିଆରେ ନାମାଙ୍କନ କରିପାରିବେ । ଅର୍ଥାତ ସୋଶଲ ସିକ୍ୟୁରିଟୀ ଯୋଜନା ପାଇଁ ଗ୍ରାହଙ୍କୁ ଏବେ ପାସବୁକ ନେଇ ଯିବା ଆବଶ୍ୟକ ନାହିଁ । ଏହି ଯୋଜନା ଲଞ୍ଚ କରିବା ସମୟରେ ଏସବିଆଇର ଅଧ୍ୟକ୍ଷ ଏକ କଷ୍ଟମ୍ବର ସର୍ଭିସ ପଏଣ୍ଟର ଉନ୍ମୋଚନ କରିଛନ୍ତି, ଯେଉଁଠାରେ କି ଗ୍ରାହକ ଏହି ସୁବିଧା ପାଇ ପାରିବେ ।

ସୂଚନା ଅନୁସାରେ, ଏହି ଯୋଜନା ଲଞ୍ଚ ହେବା ପରେ ଏସବିଆଇ ଗ୍ରାହକଙ୍କୁ ଏବେ ସୋଶଲ ସିକ୍ୟୁରିଟୀ ଯୋଜନା ଭଳି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନସନ ଭଳି ଯୋଜନାରେ ନାମାଙ୍କନ କରାଇବା ପାଇଁ କେବଳ ଆଧାରକାର୍ଡ ଜରୁରୀ । ଅର୍ଥାତ ଏବେ ବ୍ୟାଙ୍କ ଦ୍ୱାରା ଲଞ୍ଚ କରାଯାଇଥିବା କଷ୍ଟମ୍ବର ସର୍ଭିସ ପଏଣ୍ଟକୁ ପାସବୁକ ନେଇ ଯିବା ଆବଶ୍ୟକ ନାହିଁ । ଏହି ନାମାଙ୍କନ ପ୍ରକ୍ରିୟା ସରଳ ଏବଂ ଶୀଘ୍ର ହେବା ପାଇଁ ଏହି ଯୋଜନାକୁ ଜାରି କରାଯାଇଛି ।

ଦେଶର ସବୁଠାରୁ ବଡ ବାଣିଜ୍ୟକ ବ୍ୟାଙ୍କ ହେଉଛି ଏସବିଆଇ । ଜୁନ ୨୦୨୩ ପର୍ଯ୍ୟନ୍ତ ବ୍ୟାଙ୍କର ଡିପୋଜିଟ ୪୫.୩୧ଲକ୍ଷ କୋଟି ଟଙ୍କା ରହିଥିଲା । ଅନ୍ୟପଟେ, ହୋମ ଲୋନରେ ଶ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମାର୍କେଟ ସେୟାର ୩୩.୪ ପ୍ରତିଶତ ଥିବା ବେଳେ ହୋମ ଲୋନରେ ୧୯.୫ ପ୍ରତିଶତ ଅଛନ୍ତି । ସପ୍ତାହର ଶେଷ ଦିନ ଅଥ୍ରାତ ଶୁକ୍ରବାର ଦିନ ଏସବିଆଇର ସେୟାର BSEରେ ୫୭୦.୨୫ ଟଙ୍କାରେ ବନ୍ଦ ହୋଇଥିଲା ।

Get real time updates directly on you device, subscribe now.