fbpx

ଘରର ମୁଖ୍ୟ ଦ୍ୱାର ସମ୍ନାରେ ଏପରି ବସନ୍ତୁ ନାହିଁ … ନଚେତ ଦେଖା ଦେବ ଅନେକ ସମସ୍ୟା

ଭୁବନେଶ୍ୱର : ବାସ୍ତୁ ଶାସ୍ତ୍ରରେ ଆଜି ଜାଣିବା କବାଟକୁ ପିଠି କରି ବସିବା ଦ୍ୱାରା କ’ଣ ହୋଇଥାଏ । ଅନେକ ଲୋକଙ୍କ ଅଫିସରେ ଏପରି ବ୍ୟବସ୍ଥା ରହିଥାଏ, ଯାହାଦ୍ୱାରା କି ସେମାନେ ଅଫିସର ମେନ ଗେଟକୁ ପଛ କରି ବସିଥାନ୍ତି । ଏହା ଆଦୌ ଉଚିତ ନୁହେଁ । ଅଫିସ ହେଉ କିମ୍ବା ଘରେ କବାଟକୁ ପିଠି କରି ବସିବା ଅନୁଚିତ ଅଟେ ।

କେବଳ ଘରର କବାଟ ନୁହେଁ ଝରକା ଆଡକୁ ମଧ୍ୟ ପିଠି କରି ବସିବା ଦ୍ୱାରା ଆପଣଙ୍କ ଉର୍ଜା କମ ହୋଇଥାଏ । ଏହା ଦ୍ୱାରା ଆପଣଙ୍କ କନିଫିଡେନ୍ସ ଲେଭଲ କମହୋଇଥାଏ ଏବଂ ଆପଣଙ୍କ ଚିନ୍ତା ବଢିଥାଏ । ଯାହା ଦ୍ୱାରା କି ଏହାର ଖରାପ ପ୍ରବାହ ସିଧାସଳଖ ଆପଣଙ୍କ କାମ ଉପରେ ପଡିଥାଏ । ଯାହା ଦ୍ୱାରା ଆପଣ କାମ ମଧ୍ୟ ଠିକ ଢଙ୍ଗରେ କରିପାରିବେ ନାହିଁ । ତେଣୁ ବସିବା ବେଳେ ଆପଣଙ୍କୁ ଧ୍ୟାନ ରଖିବା ଆବଶ୍ୟକ ଯେ , ଆପଣ ବସିବା ବେଳେ ଘରର ମୁଖ୍ୟ କବାଟ ବା ଝରକାକୁ ଯେମିତି ପିଠି କରି ନ ବସନ୍ତି ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ସାମ୍ନାରେ ଗଛ କିମ୍ବା କୌଣସି ଖୁଣ୍ଟ ନଥିବା ଉଚିତ । ଏହା ରହିବା ଦ୍ୱାରା ଘରର ସନ୍ତାନ ଉପରେ ଖରାପ ପ୍ରବାହ ପଡିଥାଏ । ଏହା ସହିତ ତାଙ୍କ କ୍ୟାରିୟରରେ ବାଧା ମଧ୍ୟ ସୃଷ୍ଟି ହୋଇଥାଏ ।

ଏହି କଥାର ମଧ୍ୟ ଧ୍ୟାନ ରଖିବା ଆବଶ୍ୟକ ଯେ, ଘରର ସାମ୍ନାରେ କୌଣସି ଗାତ କିମ୍ବା କୁଅ ନଥିବ ଉଚିତ । ଘର ସାମ୍ନାରେ ଏହି ସବୁ ଜିନିଷ ରହିଲେ ଲୋକମାନଙ୍କୁ ମାନସିକ ରୋଗର ଶିକାର ହେବାକୁ ପଡିଥାଏ ।

ଆପଣଙ୍କ ଘର ସାମ୍ନାରେ ଯଦି କାଦୁଅ ଅଛି ତେବେ ତାହାକୁ ତୁରନ୍ତ ହଟାନ୍ତୁ ,ନ ହେଲେ ଏହା ଘର ପାଇଁ ଅଶୁଭ ହୋଇଥାଏ । ଘରର ମୁଖ୍ୟ ଦ୍ୱାରରେ ଖରାପ ପାଣି ଜମିବାକୁ ଦିଅନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କୁ ଅର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବ ।

Get real time updates directly on you device, subscribe now.