fbpx

‘ISRO ଉପରେ ଭରଷା କରି ନଥିଲେ ପୁର୍ବ ସରକାର…’, ନମ୍ବି ନାରାୟଣଙ୍କ ଭିଡିଓ ସେୟାର କରି କଂଗ୍ରେସକୁ ଟାର୍ଗେଟ୍ କଲା ବିଜେପି

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩ ସଫଳତାର ସହିତ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ଇସ୍ରୋ ସଫଳତାର ଶ୍ରେୟ ନେବାକୁ ବିଜେପି ଏବଂ କଂଗ୍ରେସ ଲାଗିଡ଼ିଛନ୍ତି । ଏହାରି ମଧ୍ୟରେ ଇସ୍ରୋର ପୁର୍ବତ୍ତନ ବୈଜ୍ଞାନିକ ନମ୍ବି ନାରାୟଣଙ୍କ ଏକ ଭିଡିଓ ସେୟାର କରି ବିଜେପି କଂଗ୍ରେସକୁ ଟାର୍ଗେଟ୍ କରିଛି । ଏହି ଭିଡିଓରେ ସେ କହୁଛନ୍ତି ଯେ, ‘ତାଙ୍କର ପ୍ରାଥମିକତା କିଛି ଅଲଗା ଥିଲା, ସେ କେବେହେଲେ ମହାକାଶ ଯାତ୍ରାକୁ ପ୍ରାଥମିକତା ଦେଇ ନାହାନ୍ତି । ତାଙ୍କ ସମୟରେ ସରକାର ଇସ୍ରୋକୁ ଖୁବ୍ କମ୍ ଟଙ୍କା ପ୍ରଦାନ କରୁଥିଲେ।’

ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ଇସ୍ରୋର ଅନୁସନ୍ଧାନ ପାଇଁ କୌଣସି ଜିପ୍ କିମ୍ବା କାର୍ ନଥିଲା । ସେମାନଙ୍କ ପାଖରେ ଏକ ବସ୍ ଥିଲା । ଯାହା ସିପ୍ଟ ହିସାବରେ ଚାଲୁଥିଲା । ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେତେବେଳେ ଇସ୍ରୋର ପ୍ରଦର୍ଶନ ଭଲ ହୋଇଚାଲିଲା, ସରକାରଙ୍କ ବିଶ୍ୱାସ ବଢିବାରେ ଲାଗିଲା ଏବଂ ବୈଜ୍ଞାନିକମାନଙ୍କୁ ପ୍ରଶଂସା ମିଳିଲା । ବିଜେପି ଭିଡିଓ ସେୟାର କରି ଲେଖିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋର ପାଣ୍ଠି ବୃଦ୍ଧି କରିଥିଲେ ଏବଂ ସେମାନଙ୍କର ସଫଳତା ଏବଂ ବିଫଳତାରେ ସେମାନଙ୍କ ସହିତ ଛିଡ଼ା ହୋଇଥିଲେ, ଯାହା ଫଳରେ ଆଜି ଭାରତ ମହାକାଶ ଯାତ୍ରାରେ ବହୁତ ଆଗକୁ ଯାଇ ସାରିଛି।’

ଚନ୍ଦ୍ରଯାନ-୩ ସଫଳତା ଉପରେ ନମ୍ବି ନାରାୟଣ କହିଥିଲେ କି ମୋର କାମକୁ ଆଜି ମାନ୍ୟତା ମିଳିଛି । ବର୍ତ୍ତମାନ ସମୟରେ ଇସ୍ରୋ ଆଜି ଯୋଉଁ ସ୍ଥାନରେ ଅଛି, ସେଥିରେ ନମ୍ବି ନାରାୟଣଙ୍କ ବହୁତ ଯୋଗଦାନ ରହିଛି। କିଛି ଦିନ ତଳେ ତାଙ୍କର ଜୀବନି ଉପରେ ଏକ ଫିଲ୍ମ ରିଲିଜ ହୋଇଥିଲା। ”ରକେଟ୍ରି: ଦି ନମ୍ବି ଇଫେକ୍ଟ” ନାମରେ ଅଭିନେତା ଆର. ମାଧବନ ନିର୍ମାଣ କରିଥିଲେ।

ନମ୍ବି ଯିଏକି ଭାରତକୁ ତରଳ ଇନ୍ଧନ ରକେଟ୍ ଟେକ୍ନୋଲୋଜି ଆଣିଥିଲେ। ପୂର୍ବରୁ ଦେଶରେ ରକେଟ୍ ଟେକ୍ନୋଲୋଜି କଠିନ ପ୍ରୋପେଲାଣ୍ଟ ଉପରେ ନିର୍ଭରଶୀଳ ଥିଲା, କିନ୍ତୁ ୧୯୭୦ରେ ନମ୍ବି ତରଳ ଇନ୍ଧନ ରକେଟ୍ ଟେକ୍ନୋଲୋଜି ଭାରତକୁ ଆସିଥିଲା ​​ଏବଂ ଏହି ଇନ୍ଧନ ରକେଟ୍ ଟେକ୍ନୋଲୋଜି ଦେଶରେ ଆରମ୍ଭ ହୋଇଥିଲା। ଯାହା ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (PSLV) ଏବଂ ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଯାନ (GSLV) ସହିତ ଏହାର ଅନେକ ରକେଟ୍ ପାଇଁ ISRO ଦ୍ୱାରା ବ୍ୟବହୃତ ହୋଇଥିଲା। ନମ୍ବି ନାରାୟଣନ ବିକ୍ରମ ସାରଭାଇ, ସତୀଶ ଧାୱନ ଏବଂ ଏପିଜେ ଅବଦୁଲ କଲାମଙ୍କ ସହ ତାଙ୍କ କ୍ୟାରିୟରରେ କାମ କରିଥିଲେ।

Get real time updates directly on you device, subscribe now.