ଓଡିଶା ଭାସ୍କର; ନମ୍ରତା ହେଉଛି ଏକ ନାରୀର ପରିଚୟ । ଜଣେ ନାରୀ ଆଉ ଜଣେ ନାରୀକୁ ସମ୍ମାନ ଓ ସହଯୋଗ କରିବା ହେଉଛି ନାରୀ ସମାଜର ଏକ ବଡ଼ ଦାଇତ୍ୱ । ଯେତେବେଳେ ଜଣେ ନାରୀକୁ ପୁରୁଷ ସମାଜ ଖରାପ ଦୃଷ୍ଟିରେ ଦେଖିଥାଏ ସେତେବେଳେ ଜଣେ ନାରୀ ହିଁ ଆଉ ଜଣେ ନାରୀର ଅଧିକ ସହାୟତା ନେଇଥାଏ । ଏମିତିରେ ଅନେକ କିଛି କଥା ଥାଏ ଯାହା କେବଳ ଗୋଟିଏ ନାରୀ ଅନ୍ୟ ଏକ ନାରୀକୁ ହିଁ କହିପାରେ । ହେଲେ ଯଦି ଗୋଟେ ନାରୀ ଅନ୍ୟ ନାରୀକୁ ସମ୍ମାନ ଦେବା ବଦଳରେ ତାକୁ ଆକ୍ରମଣରେ ସେତେବେଳେ ନାରୀଟିଏ ସମ୍ପୁର୍ଣ୍ଣ ନିରାଶ୍ରୟୀ ପାଲଟିଯାଏ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖା ଦେଇଛି ଯାହାକୁ ନେଇ ସମ୍ପୂର୍ଣ୍ଣ ନାରୀ ସମାଜର ମୁଣ୍ଡ ତଳକୁ ନଇଁ ଯିବ ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ମହିଳା ଅନ୍ୟ ତିନିଜଣ ମହିଳାଙ୍କ ସହ ବାଦବିବାଦରେ ଲିପ୍ତ ଥିବା ଦେଖାଯାଇଛି । ଆଉ ସେହି ମହିଳା ଜଣଙ୍କ ଉକ୍ତ ତିନିଜଣ ମହିଳାଙ୍କୁ ବିଚ୍ ରାସ୍ତାରେ ଉପରେ ନିର୍ମମ ଭାବେ ମାଡ଼ ମାରିବାରେ ଲାଗିଛନ୍ତି । ବିଧା, ଗୋଇଠା ସାଙ୍ଗକୁ ତାଙ୍କୁ ମୁଥା ପରେ ମୁଥା ମାରି ଚାଲିଛନ୍ତି । କେହି ତାଙ୍କୁ ଆସି ଅଟକାଇବାକୁ ଚେଷ୍ଟା କରୁଥିଲେ ବି ସେ ନ ଅଟକି ଆହୁରି ସେହି ମହିଳା ମାନଙ୍କୁ ମାଡ଼ ମାରିବାରେ ଲାଗିଛନ୍ତି । ତାଙ୍କୁ ଟଣା ଓଟରା କରିବା ସହ ତାଙ୍କ ଡ୍ରେସକୁ ଝିଙ୍କି ପକାଉଥା’ନ୍ତି । ଏହି ସମୟରେ ଜଣେ ମହିଳା ଆକ୍ରମଣରୁ ବର୍ତ୍ତିବା ପାଇଁ ତାଙ୍କୁ ପାଲଟା ଆକ୍ରମଣ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି ।
Women on Road in Chandigarh over a minor collision with a Cab@DgpChdPolice #chandigarh #fightingvideos #cab #driver #viralvideo pic.twitter.com/ZM8yXO37pi
— Journalist Vipan Mehra (@MehraPatialvi) August 21, 2023
ସୂଚନା ଅନୁଯାୟୀ, ଏହି ଭିଡିଓଟି ଚଣ୍ଡିଗଡ଼ ସେକ୍ଟର -୩୪ ଅଞ୍ଚଳରୁ ସାମ୍ନାକୁ ଆସିଛି । ମାଡ଼ ମାରୁଥିବା ମହିଳା ଜଣକ ହେଉଛନ୍ତି ଜଣେ କ୍ୟାବ ଡ୍ରାଇଭର । ଯେତେବେଳେ ଏହି ମହିଳା ଜଣକ ଗାଡି ଚଳାଉଥିଲେ ଏବଂ ରାସ୍ତାର ଭୁଲ ପାର୍ଶ୍ୱରେ ଥିଲେ ସେତେବେଳେ ଏହି ବିବାଦ ଆରମ୍ଭ ହୋଇଥିଲା । ସେ ସେହି ଗାଡ଼ିରେ ଥିବା ଅନ୍ୟ ଏକ କାରକୁ ଧକ୍କା ଦେବା ପଥରେ ଥିଲେ । ଅନ୍ୟ କାରର ଅଧିବାସୀମାନେ ବାହାରକୁ ଯାଇ ବିରୋଧ କରିବା ସହ ତାଙ୍କୁ ରାସ୍ତାର ଭୁଲ ପାର୍ଶ୍ୱରେ ଗାଡି ଚଳାଇବାକୁ ବାରଣ କରିଥିଲେ । ଏହି କାରଣରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି ।
ଦୀର୍ଘ ସମୟ ଏହି ଗଣ୍ଡଗୋଳ ଜାରି ରହିଥିବାରୁ ସେକ୍ଟର -୩୪ ରେ ଟ୍ରାଫିକ ଜାମ୍ ହୋଇଥିଲା । ସେଠାରେ ଉପସ୍ଥିତ ଥିବା ଲୋକମାନେ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଘଟଣାସ୍ଥଳରେ ପୋଲିସ କର୍ମଚାରୀ ପହଞ୍ଚି ଥିଲେ । ଦାୟିତ୍ୱରେ ଥିବା ଷ୍ଟେସନ ଅଫିସରଙ୍କ କହିବା ଅନୁଯାୟୀ ଅନୁଯାୟୀ, ଉଭୟ ପକ୍ଷ ସନ୍ଧ୍ୟା ସୁଦ୍ଧା ବୁଝାବଣା କରି ଏକ ଚୁକ୍ତି କରିନେଇଥିଲେ ।