fbpx
BSKY
BJD MC SKY
BJD MS SKY

ଭୂତଳ କୋଠାକୁ ଟେକି ନେଇ ମହିଳା ସୁରକ୍ଷା କର୍ମୀଙ୍କୁ ଗଣ ଦୁଷ୍କର୍ମ କଲେ ସୁପରଭାଇଜର ଏବଂ ଦୁଇ…

ଓଡିଶା ଭାସ୍କର; ଦେଶରେ ଗଣ ଦୁଷ୍କର୍ମ ମାମଲା କମିବା ପରିବର୍ତ୍ତେ ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି । କେଉଁଠି କାହାକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଉଛି ତ ପୁଣି ଆଉ କେଉଁଠି କାହାକୁ ମାଡ଼ ମରାଯାଇ ଜୋର ଜବରଦସ୍ତ ଦୁଷ୍କର୍ମ କରାଯାଉଛି । ତେବେ ଏହାରି ଭିତରେ ଆଉ ଏକ ଚାଞ୍ଚଲ୍ୟକର ଗଣ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ମହିଳା ସୁରକ୍ଷା କର୍ମୀଙ୍କୁ ମାଡ଼ ମାରିବା ସହ ଗଣ ଦୁଷ୍କର୍ମ କରାଯାଇଛି । ଉତ୍ତର ପ୍ରଦେଶର ଗାଜିଆବାଦ କ୍ରସିଂ ରିପବ୍ଲିକ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ କାଣ୍ଡ ଘଟିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ପୀଡିତା ମହିଳା ଜଣଙ୍କ ଘର ଝାଡ଼ଖଣ୍ଡ ବୋଲି ଜଣାପଡିଛି । ସେ ତାଙ୍କର ଏକ ମାଉସୀଙ୍କ ଘରେ ରହିବା ସହ କିଛି ଦିନ ହେବ ଗାଜିଆବାଦର ହାଉସିଂ ସୋସାଇଟିରେ ଜଣେ ସୁରକ୍ଷା କର୍ମୀ ଭାବେ କାମ କରୁଥିଲେ । ଅଜୟ ନାମକ ଜଣେ ବ୍ୟକ୍ତି ଓ ଅନ୍ୟ ଦୁଇଜଣ ଉକ୍ତ ହାଉସିଂ ସୋସାଇଟିର ଏକ ଭୂତଳ କୋଠରୀକୁ ନେଇ ମହିଳା ସୁରକ୍ଷା କର୍ମୀ ମାଡ଼ ମାରିଥିଲେ । ଯେତେବେଳେ ସେ ସେମାନଙ୍କୁ ବିରୋଧ କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ତାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିଲା । ଏହି ଘଟଣା ପରେ ଯେତେବେଳେ ପୀଡିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା, ଅଭିଯୁକ୍ତ ଜାଣିଶୁଣି ପୋଲିସକୁ ଏଡାଇବା ପାଇଁ ଗାଜିଆବାଦ ବଦଳରେ ଗ୍ରେଟର ନୋଏଡାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।

ତେବେ ଏହି ଘଟଣା ବିଷୟରେ ମହିଳାଙ୍କ ସମ୍ପର୍କୀୟ ସୂଚନା ପାଇବା ପରେ ସେମାନେ ସେଠାରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରି ଅଜୟ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଦୁଷ୍କର୍ମ କରିଥିବା ଅଭିଯୁକ୍ତ ସେହି ହାଉସିଂ ସୋସାଇଟିରେ ଜଣେ ସୁପରଭାଇଜର ଭାବେ କାମ କରୁଥିବା ବେଳେ ଅନ୍ୟ ଦୁଇ ଜଣ ସୁରକ୍ଷା କର୍ମୀ ଭାବେ କାମ କରନ୍ତି ବୋଲି ଜଣାପଡିଛି । ବର୍ତମାନ ପ୍ରାରମ୍ଭିକ ତଦନ୍ତରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଓ ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି । ପୀଡିତାଙ୍କ ସ୍ୱାସ୍ଥ୍ୟ ଅବସ୍ତାରେ ସୁଧାର ଆସିବା ପରେ ତାଙ୍କୁ ଏହି ଘଟଣା ସମ୍ପର୍କରେ ପଚରାଉଚରା କରାଯିବ । ପୀଡିତାଙ୍କ ବୟାନ ରେକର୍ଡ ହେବା ପରେ ତଦନ୍ତ ଆହୁରି ଆଗକୁ ବଢିବ ବୋଲି ପୋଲିସ କହିଛି ।

Get real time updates directly on you device, subscribe now.