fbpx
BJD
BJD SKY
BJD SKY

Video: କ୍ରିକେଟରେ ପ୍ରଥମ ଖେଳାଳି ଭାବେ ରେଡ୍ କାର୍ଡ ଶିକାର ସୁନିଲ ନାରିନ, ରାଗରେ ଲାଲ ପଡ଼ିଗଲେ ଅଧିନାୟକ କିରନ ପୋଲାର୍ଡ

ନୂଆଦିଲ୍ଲୀ: ଅନେକ ଦିନ ଧରି ଫୁଟବଲ୍ ପରି କ୍ରିକେଟ୍‌ରେ ରେଡ୍ କାର୍ଡ, ୟେଲୋ କାର୍ଡ ନିୟମ ଆଣିବାକୁ ଦାବି ହେଉଥିଲା । ଏହାରି ମଧ୍ୟରେ କାରେବିଆନ ପ୍ରିମିୟର ଲିଗ୍‌(ସିପିଏଲ୍‌) ରେ କିରନ ପୋଲାର୍ଡଙ୍କ ଟିମ୍ ଟ୍ରିନବାଗୋ ନାଇଟ୍ ରାଇଡର୍ସ ଟିମ୍ ଇତିହସାରେ ପ୍ରଥମ ଟିମ୍ ଭାବରେ ରେଡ୍ କାର୍ଡ ଶିକାର ହୋଇଛନ୍ତି । ସେଣ୍ଟ କିଟ୍ସ ଏବଂ ନେଭିସ୍ ପିଟ୍ରିୟଁଟ୍‌ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ରେଡ୍ କାର୍ଡ ପାଇଥିଲା ପୋଲାର୍ଡଙ୍କ ଟିମ୍ ।

ଯେତେବେଳେ ଅମ୍ପାୟାର ରେଡ କାର୍ଡ ଦେଖାଇଲେ, ପୋଲାର୍ଡଙ୍କ ଦଳ ଏଥିପାଇଁ ଦଣ୍ଡିତ ହୋଇଥିଲେ । ନିର୍ଦ୍ଦିଷ୍ଟ ସମୟରେ ପୋଲାର୍ଡଙ୍କ ଦଳ କୋଟାର ୧୯ ଓଭର ପକାଇବାରେ ବିଫଳ ହୋଇଥିଲେ । ଫଳରେ ଦଳକୁ ଶେଷ ଓଭରରେ ପଡ଼ିଆରେ ୧୦ ଖେଳାଳିଙ୍କ ସହ ଖେଳିବାକୁ ପଡିଥିଲା । ଏହି ସମୟରେ, କେବଳ ଦୁଇଜଣ ଖେଳାଳିଙ୍କୁ ଥାର୍ଟି ୟାର୍ଡ ବାହାରେ ରଖାଯାଇପାରିବ । ଏହା ପରେ ପୋଲାର୍ଡ ସୁନୀଲ ନାରିନଙ୍କୁ ପଡ଼ିଆରୁ ବାହରାକୁ ପଠାଇବାକୁ ନିଷ୍ପତ୍ତି ନେଇଥିଲେ ।

ସିପିଏଲ୍‌ର ନୂଆ ନିୟମ ଅନୁଯାୟୀ, ଯଦି କୌଣସି ଦଳ ଇନିଂସର ୧୮ ତମ ଓଭର ନିର୍ଦ୍ଧାରିତ ସମୟ ପୁର୍ବରୁ ଆରମ୍ଭ କରିବାରେ ବିଫଳ ହୁଅନ୍ତି, ତେବେ ଏହା ୩୦-ୟାର୍ଡ ସର୍କଲ ବାହାରେ ସର୍ବାଧିକ ଚାରି ଖେଳାଳିଙ୍କୁ ରଖିପାରିବ । ଏବଂ ଯଦି ଏହା ୧୯ ଓଭରରେ ଘଟେ, ତେବେ ସର୍ବାଧିକ ୩୦ ୟାର୍ଡ ସର୍କଲ ବାହାରେ ୩ ଖେଳାଳି ରଖିପାରିବେ ଏବଂ ସମାନ ପ୍ରସଙ୍ଗରେ ୨୦ ଓଭରରେ ସର୍କଲ ବାହାରେ ସର୍ବାଧିକ ଦୁଇ ଖେଳାଳି ରଖିବାକୁ ଅନୁମତି ଦିଆଯିବ ।

ଏହି ମ୍ୟାଚ୍ ପରେ ପୋଲାର୍ଡ କହିଥିଲେ କି ଏହି ଦଣ୍ଡ ଦ୍ୱାରା ଏହା ପୁର୍ବରୁ ସମସ୍ତ ଖେଳାଳିଙ୍କ ଦ୍ୱାରା କରାଯାଇଥିବା ପରିଶ୍ରମ ପାଣିରେ ପଡିଯିବ । ତେବେ ଆମେ ନିୟମ ଅନୁଯାୟୀ ଯାହା କରିବାକୁ ଥିଲା କରିଥିଲୁ । ଆମେ ଯଥାଶୀଘ୍ର ଖେଳିବାକୁ ଚେଷ୍ଟା କରିଥିଲୁ । କିନ୍ତୁ ଯଦି ମାତ୍ର ୩୦୪୫ ସେକେଣ୍ଡ ପାଇଁ ଦଣ୍ଡ ଦିଆଯିବ ତାହା ହାସ୍ୟସ୍ପଦ ଅଟେ ।

ପୋଲାର୍ଡଙ୍କ ଦଳ ପାଇଁ ଏହି ଦଣ୍ଡ ବହୁତ ମହଙ୍ଗା ପଡିଥିଲା ଏବଂ ଶେଷ ଓଭରରେ ଡୱେନ ବ୍ରାଭୋ ୧୮ ରନ୍ ଦେଇଥିଲେ । ବିପକ୍ଷ ଦଳର ଅଧିନାୟକ ରଦରଫୋର୍ଡ ୩୮ ଟି ବଲରୁ ୬୨ ରନ କରି ଅପରାଜିତ ଇନିଂସ ଖେଳିଥିଲେ । ଏହା ସହ ତାଙ୍କ ଦଳ ୨୦ ଓଭରରେ ୫ ୱିକେଟ୍ ପାଇଁ ୧୭୮ ରନ୍ ସଂଗ୍ରହ କରିଥିଲେ । ୩ ଓଭରରେ ସୁନୀଲ ନାରିନ ୨୪ ରନ୍ ଦେଇଥିଲେ । ତେବେ ଭଲ କଥା ହେଲା ପୋଲାର୍ଡଙ୍କ ଦଳ ପାଇଁ ନିକୋଲସ ପୁରାନଙ୍କ ୩୨ ଟି ବଲରୁ ୬୧ ରନ୍ ସଂଗ୍ରହ କରିଥିଲେ ଏବଂ ତାଙ୍କ ଦଳ ୬ ୱିକେଟ ଜିତିଥିଲେ ।

Get real time updates directly on you device, subscribe now.