fbpx

କ୍ୟାବିନେଟରେ ନିଆଗଲା ବଡ଼ ନିଷ୍ପତ୍ତି : ୨୦୦ ଟଙ୍କା ଶସ୍ତା ହେଲା LPG ସିଲିଣ୍ଡର, ୩୩ କୋଟି ଗ୍ରାହକଙ୍କୁ ରିଲିଫ୍

ନୂଆଦିଲ୍ଲୀ : ମଙ୍ଗଳବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ବ୍ୟବହାରକାରୀଙ୍କ ପାଇଁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସେ କହିଛନ୍ତି ଯେ, ରକ୍ଷା ବନ୍ଧନ ଅବସରରେ ଦେଶର ମହିଳାମାନଙ୍କୁ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପହାର । କ୍ୟାବିନେଟର ଏହି ନିଷ୍ପତ୍ତି ସହିତ ୩୩ କୋଟି ଗ୍ରାହକକୁ ଫାଇଦା ମିଳିବ ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଅଗଷ୍ଟ ୨୩ ର ଉତ୍ସବକୁ ‘ଜାତୀୟ ମହାକାଶ ଦିବସ’ ଭାବେ କ୍ୟାବିନେଟ ଅନୁମୋଦନ କରିଛି । ସେ ଇସ୍ରୋର ଚନ୍ଦ୍ରଯାନ-୩ ମିଶନକୁ ପ୍ରଶଂସା କରି କହିଛନ୍ତି ଯେ, ଚନ୍ଦ୍ରଯାନ -୩ ର ସଫଳ ଅବତରଣ ପାଇଁ ସମଗ୍ର ଦେଶ ଇାସ୍ରୋକୁ ଅଭିନନ୍ଦନ ଜଣାଉଛି । ଏଥିରେ ମହିଳା ବୈଜ୍ଞାନିକମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ‘ଚନ୍ଦ୍ରଯାନ -୩ ର ସଫଳତା ପାଇଁ ସମଗ୍ର ଦେଶ ଏବଂ କ୍ୟାବିନେଟ୍ ମଧ୍ୟ ଏହାକୁ ସ୍ୱାଗତ କରିଛନ୍ତି । ଅଗଷ୍ଟ ୨୩ କୁ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯିବ ।’ ଏହା ସେ କହିଛନ୍ତି ଯେ ଚନ୍ଦ୍ରଯାନ -୩ ର ବିକ୍ରମ ଲ୍ୟାଣ୍ଡର୍ ଚନ୍ଦ୍ର-ଶକ୍ତିରେ ଅବତରଣ କରିଥିବା ସ୍ଥାନର ନାମ ମଧ୍ୟ ମନ୍ତ୍ରିମଣ୍ଡଳ ଅନୁମୋଦନ କରିଛି ।

Get real time updates directly on you device, subscribe now.