fbpx

Big Breaking… ବିରୂପା ପରେ ବ୍ରାହ୍ମଣୀରେ କୁମ୍ଭୀର ଆତଙ୍କ: ମଇଁଷି ଚରାଳିଙ୍କୁ ଟାଣିନେଲା କୁମ୍ଭୀର

ରାଜନଗର: ସାରା ରାଜ୍ୟରେ ଏବେ କୁମ୍ଭୀର ଆତଙ୍କ ଖେଳିଯାଇଛି । ବିରୂପା ନଦୀରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେବା ପରେ ଏବେ ସବୁଆଡେ କୁମ୍ଭୀରର ଭୟ ଖେଳିଯାଇଛି । ଏହା ଭିତରେ ଏବେ ଆଉ ଜଣେ ବ୍ୟକ୍ତି କୁମ୍ଭୀରର ଶିକାର ପାଲଟି ଯାଇଛନ୍ତି । ରାଜନଗର ବ୍ଲକ ଅନ୍ତର୍ଗତ ରାଜପୁର ଗାଁରେ ଜଣେ ମଇଁଷି ଚରାଳିଙ୍କୁ ଟାଣି ନେଇଛି କୁମ୍ଭୀର । ବ୍ରାହ୍ମଣୀ ନଦୀ କୂଳରେ ମଇଁଷି ଚରାଉଥିବା ବେଳେ କୁମ୍ଭୀରଟି ହଠାତ୍ ପାଣି ଉପରକୁ ଉଠି ଆସିବା ସହ ତାଙ୍କୁ ଟାରି ନେଇଥିବା ସୂଚନା ମିଳିଛି । ତେବେ ସ୍ଥାନୀୟ ଲୋକେ ତାଙ୍କୁ ଖୋଜାଖୋଜି କରୁଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳି ନଥିବା ବେଳେ କୁମ୍ଭୀରକୁ ନେଇ ସମସ୍ତଙ୍କ ମନରେ ଛନକା ପଶିଛି ।

Get real time updates directly on you device, subscribe now.