fbpx

ସାଧାରଣ LED ନା ସ୍ମାର୍ଟ LED ? ଜାଣି ନିଅନ୍ତୁ କେଉଁ ବଲବ୍‌ଟି ଆପଣଙ୍କ ଘର ପାଇଁ ଉତ୍ତମ

ନୂଆଦିଲ୍ଲୀ : ବିଜୁଳି ବଞ୍ଚାଇବା ପାଇଁ ଲୋକେ ଘରେ ଏଲଇଡି ବଲବ ଲଗାନ୍ତି । ସାଧାରଣତଃ ବଜାରରେ ଦୁଇ ପ୍ରକାରର ଏଲଇଡି ବଲବ ବିକ୍ରି ହୁଏ । ଗୋଟିଏ ହେଉଛି ସାଧାରଣ ଏଲଇଡି ଏବଂ ଅନ୍ୟଟି ସ୍ମାର୍ଟ ଏଲଇଡି । ଏହାକୁ ଆପଣ ବଜାରରେ କିମ୍ବା ଇ-କମର୍ସ ସାଇଟରେ କିଣି ପାରିବେ । ଅଧିକାଂଶ ଲୋକେ ସାଧାରଣ ଏଲଇଡି ଏବଂ ସ୍ମାର୍ଟ ଏଲଇଡି ବଲବ ମଧ୍ୟରେ ଅନ୍ତର ଜଣି ନଥାନ୍ତି । ଏହି କାରଣରୁ ଲୋକେ ସ୍ମାର୍ଟ ଏଲଇଡି ବଲବ ବ୍ୟବହାର କରିବାର ଫାଇଦା ଜାଣି ପାରନ୍ତି ନାହିଁ ।

ବର୍ତ୍ତମାନ ସ୍ମାର୍ଟ ଏଲଇଡି ବଲବ ବଜାରରେ ବହୁତ ପପୁଲାର ହେଉଛି । ଆସନ୍ତୁ ଜାଣିବା ସ୍ମାର୍ଟ ଏଲଇଡି ବଲବର ଫିଚର ଏବଂ ସମସ୍ତ ଗୁଣ ଜାଣିବା । ଏହି ସବୁ ଜାଣିବା ପରେ ଆପଣ ନିଜ ଘରେ ସ୍ମାର୍ଟ ଏଲଇଡି ବଲବର ବ୍ୟବହାର ସହଜରେ କରି ପାରିବେ ।

ସାଧାରଣ ଏଲଇଡି ବଲବ : ଏହି ବଲବ କେବଳ ଧଳା ରଙ୍ଗର ହିଁ ଆଲୋକ ପ୍ରଦାନ କରିଥାଏ । ଏହି ବଲବ ବିଜୁଳିର ବିଲ ହ୍ରାସ କରିବାରେ ସହାୟକ ହୋଇଥାଏ । କେବଳ ଏତିକି ନୁହେଁ, ପାଠ ପଢିବାରେ କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ କାମ କରିବା ବେଳେ କୌଣସି ଅସୁବିଧା ହୁଏ ନାହିଁ । ବଲବ ଗୁଡିକ ୫୦ ଟଙ୍କାରୁ ଆରମ୍ଭ ହୋଇ ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହି ବଲବର ମୂଲ୍ୟ ସେମାନଙ୍କର ଆକାର ଅନୁଯାୟୀ ସ୍ଥିର କରାଯାଏ । ଏହି ଏଲଇଡି ବଲବ ଗୁଡିକର ଆକାର ଛୋଟ ହୋଇଥାଏ, କିନ୍ତୁ ଆଲୋକ ପ୍ରଦାନ କରିବାରେ ବହୁତ ଶକ୍ତିଶାଳୀ ଅଟେ । ପାଠ ପଢା ପାଇଁ ଏହି ବିଲବକୁ ବହୁଳ ପରିମାଣରେ ବ୍ୟବବହାର କରାଯାଏ ।

ସ୍ମାର୍ଟ ଏଲଇଡି ବଲବ : ଏହି ବଲବଟି ସାଧାରଣ ଏଲଇଡି ତୁଳନାରେ ସାମାନ୍ୟ ବଡ଼ ଅଟେ । ଯଦି ଦାମ ବିଷୟରେ କହିବା ତେବେ ସାଧାରଣ ଏଲଇଡି ତୁଳନାରେ ଏହି ଏଲଇଡି ବଲବର ଦାମ ସାମାନ୍ୟ ଅଧିକଲ ଅଟେ । ସ୍ମାର୍ଟ ଏଲଇଡି ବଲବଗୁଡିକ ବହୁ ଆକାରର ପାଇ ପାରିବେ । ସାଧାରଣ ଏଲଇଡି ବଲବ ତୁଳନାରେ ଏହି ବଲବ ସାମାନ୍ୟ କମ ଆଲୋକ ପ୍ରଦାନ କରିଥାଏ । ଏହି ବଲବର ରଙ୍ଗ ଏବଂ ଆଲୋକକୁ ବଦାଳାଇ ହେବ । ଏହି ବଲବ ଗୁଡିକର ଦାମ ୩୦୦ ଟଙ୍କାରୁ ଆରମ୍ଭ ହୋଇ ୧୦୦୦ ଟଙ୍କାରେ ଶେଷ ହୋଇଛି ।

Get real time updates directly on you device, subscribe now.