fbpx

ଦିଲ୍ଲୀରେ ଦୋକାନୀମାନେ ବି ହେଲେଣି ପ୍ରସ୍ତୁତ, ଇଂରାଜୀ କହୁଥିବା ସେଲସମ୍ୟାନଙ୍କୁ ଦେଉଛନ୍ତି ନିଯୁକ୍ତି

ନୂଆଦିଲ୍ଲୀ:ଦିଲ୍ଲୀରେ ହେବାକୁ ଯାଉଥିବା ଜି୨୦ ଶିଖର ସମ୍ମିଳନୀ ଲାଗି ଚାନ୍ଦିନୀ ଚୌକି ବଜାରରେ ଦୋକାନୀମାନେ ବି ଏବେ ପୁରା ପ୍ରସ୍ତୁତିରେ ଲାଗି ପଡିଛନ୍ତି । ବିଦେଶୀ ଗ୍ରାହକଙ୍କ ସହ ଆଦାନପ୍ରଦାନ ଲାଗି ସେମାନେ ଅନୁବାଦକ ଓ ଇଂରାଜୀ କହୁଥିବା ସେଲସମ୍ୟାନ ନିଯୁକ୍ତ କରୁଛନ୍ତି ।

ଦିଲ୍ଲୀ ଚାନ୍ଦିନୀ ଚୌକର ଜଣେ ଲେହଙ୍ଗା ବ୍ୟବସାୟୀ ଏକ ଗଣମାଧ୍ୟମକୁ କହିଛନ୍ତି, ସେ ଇଂରାଜୀ ବୁଝିପାରନ୍ତି କିନ୍ତୁ ଠିକ୍ ଭାବରେ କହିପାରିବେ ନାହିଁ । ଏହି କାରଣ ଲାଗି ସେ ନିଜ ଶିକ୍ଷିତ ପୁଅ ଓ ଝିଅଙ୍କୁ କିଛିଦିନ ପାଇଁ ଦୋକାନରେ ରହିବାକୁ ଡାକିଛନ୍ତି । ସେ କହିଛନ୍ତି ତାଙ୍କ ଝିଅ ଜର୍ମାନୀ ଭାଷାରେ ବି କଥା ହୋଇପାରେ । ସେହିପରି ଏଠାରେ ଏକ ଫୁଡ୍ ଷ୍ଟଲର ମାଲିକ ମଧ୍ୟ ବିଦେଶୀ ଗ୍ରାହକଙ୍କ ଲାଗି ଅନୁବାଦକ ନିଯୁକ୍ତ କରିଛନ୍ତି । ସେ କହିଛନ୍ତି ଜି୨୦ ସମୟରେ ଦିଲ୍ଲୀରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇବ ।

ଚାମ୍ବର ଅଫ୍ ଟ୍ରେଡ ଆଣ୍ଡ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ବ୍ରଜେଶ ଗୋଏଲ କହିଛନ୍ତି ଚାନ୍ଦିନୀ ଚୌକରେ ଅଧିକ ଦୋକାନୀ ହିନ୍ଦି ହିଁ କହିଥାନ୍ତି । ସେ କହିଛନ୍ତି କିଛି ଦୋକାନୀ ଅନୁବାଦକ ଓ କିଛି ଦୋକାନୀ ଫ୍ରେଞ୍ଚ, ମାଣ୍ଡାରିନ ଓ ରୁଷୀୟ ଭାଷା ଜାଣିଥିବା ଗାଇଡ୍ ନିଯୁକ୍ତ କରୁଛନ୍ତି । କିଛି ଦୋକାନୀ ଇଂରାଜୀ କହୁଥିବା ସେଲସମ୍ୟାନ ବି ରଖୁଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଜି ୨୦ ଶିଖର ସମ୍ମିଳନୀର ଆୟୋଜନ ୯ ଓ ୧୦ ଡିସେମ୍ବରରେ ଦିଲ୍ଲୀରେ ହେବ । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହିତ ବିଭିନ୍ନ ଦେଶର ବହୁ ରାଷ୍ଟ୍ରମୁଖ୍ୟ ଓ ପ୍ରମୁଖ ବ୍ୟକ୍ତିବିଶେଷ ରାଜଧାନୀ ଦିଲ୍ଲୀରେ ଉପସ୍ଥିତ ରହିବେ । ଏହି ଶିଖର ସମ୍ମିଳନୀକୁ ନେଇ ଦିଲ୍ଲୀକୁ ପୁରା ପ୍ରସ୍ତୁତ କରାଯାଉଛି । ଜଳ, ସ୍ଥଳ, ଆକାଶ ସବୁଠାରେ ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରି ଦିଆଯାଇଛି ।

Get real time updates directly on you device, subscribe now.