fbpx

(Video) ପାଞ୍ଚ ମହଲା ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ: ୭୩ ଜଣଙ୍କ ମୃତ୍ୟୁ, ୫୨ ଆହତ

ନୂଆଦିଲ୍ଲୀ: କଥାରେ ଅଛି ନିଆଁ ଲାଗିବା ଠାରୁ ବଡ଼ ବିପଦ ନାହିଁ । ଅନେକ ସମୟରେ ନିଆଁ ଏତେ ତୀବ୍ର ରୂପ ଧାରଣ କରେ ଯେ ତାହାକୁ ନିୟନ୍ତ୍ରଣ କରିବା କାଠିକର ପାଠ ହୋଇଥାଏ । ଫଳରେ ବିଳମ୍ବରେ ନିଆଁକୁ ଆୟତ୍ତ କରିବା ବେଳକୁ ବହୁ ଜୀବନ ଚାଲିଯିବା ସହିତ ଧନସମ୍ପତ୍ତି ମଧ୍ୟ ବର୍ବାଦ ହୋଇଯାଇଥାଏ । ତେବେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ୭୩ ଜଣଙ୍କ ମୃତ୍ୟୁ ଘଟିବା ସହିତ ୫୨ ଜଣ ଲୋକ ଆହତ ହୋଇଛନ୍ତି ।

ଖବର ମୁତାବକ, ଦକ୍ଷିଣ ଆଫ୍ରିକାରୁ ଆସିଛି ଏଭଳି ଏକ ଖବର । ଜୋହାନ୍ସବର୍ଗର ଏକ ୫ ମହଲା ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଏହାପରେ ସଙ୍ଗେସଙ୍ଗେ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା । ତେବେ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୭୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୨ ଜଣ ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ମୃତ୍ୟୁସଂଖ୍ୟା ଆଗକୁ ଆହୁରି ବଢ଼ିବାର ସମ୍ଭାବନା ରହିଛି ।

ତେବେ ଏହି ଅଗ୍ନିକାଣ୍ଡ ଘଟିବାର କାରଣ କ’ଣ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଗତକାଲି ରାତି ପାଖାପାଖି ୧.୩୦ ସମୟରେ ଡେଲବର୍ସ ଆଣ୍ଡ ଆଲବର୍ଟସ ମାର୍ଗ ସ୍ଥିତ ଏକ ବିଲଡିଂରେ ନିଆଁ ଲାଗିଥିବା ନେଇ ଜୋହାନ୍ସବର୍ଗ ସହରର ଜରୁରୀକାଳୀନ ସେବା ବିଭାଗକୁ ସୂଚନା ମିଳିଥିଲା । ଏହି ଅଗ୍ନିକାଣ୍ଡରେ ବିଲଡିଂ ନଷ୍ଟ ହୋଇଯାଇଛି । ଅଧିକାଂଶ ଲୋକ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ନିଆଁ କାରଣରୁ ବାସହରା ହୋଇପଡ଼ିଥିବା ଲୋକଙ୍କୁ ରହିବା ପାଇଁ ବ୍ୟବସ୍ଥା କରାଯାଉଥିବା କୁହାଯାଇଛି ।

Get real time updates directly on you device, subscribe now.