fbpx

ଆମାଜନ ମ୍ୟାନେଜରଙ୍କ ମୃତ୍ୟୁ ଘଟଣା; ମାତ୍ର ୧୮ ବର୍ଷର ଯୁବକ ପରିଚାଳନା କରୁଥିଲା ‘ମାୟା ଗ୍ୟାଙ୍ଗ’

ନୂଆଦିଲ୍ଲୀ; ଚାରୋଟି ମର୍ଡର କେସ୍, ୧୨ ଜଣ ଗ୍ୟାଙ୍ଗ ମେମ୍ବର, ବନ୍ଧୁକ ଧରି ଇନଷ୍ଟା ରିଲସ ଓ ଫିଲ୍ମର ଆକ୍ସନ ଡାଇଲଗ କହି ଚାଲୁଥିଲା ‘ମାୟା ଗ୍ୟାଙ୍ଗ’। ଆମଜନ ମ୍ୟାନେଜର ହରପ୍ରିତ ଗିଲଙ୍କ ମୃତ୍ୟୁ ଘଟଣାରେ ଆଉ କେହି ନୁହେଁ ବରଂ ମାତ୍ର ୧୮ ବର୍ଷ ଯୁବକର ହାତ ରହିଛି । ଆଉ ଏହି ଯୁବକ ଜଣଙ୍କ ଆତଙ୍କ ମଚାଉଥିବା ‘ମାୟା ଗ୍ୟାଙ୍ଗ’ର ମୁଖ୍ୟ ଥିଲେ । ଅଭିଯୁକ୍ତ ମହମ୍ମଦ ସମୀର ଛଦ୍ମନାମ ମାୟା ଦ୍ୱାରା ହିଁ ଏହି କୁଖ୍ୟାତ ‘ମାୟା ଗ୍ୟାଙ୍ଗ’ ପରିଚାଳନା ହେଉଥିଲା ବୋଲି ଦିଲ୍ଲୀ ପୋଲିସକୁ ସୂଚନା ମିଳିଛି ।

ଅଭିଯୁକ୍ତ ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲର ବାୟୋରେ ଲେଖିଛନ୍ତି, “ନାମ ବଦନାମ, ପତା କବରସ୍ତାନ, ଉମର ଜିନେ କି, ସୌକ୍ ମରନେ କା – ପ୍ରାୟ ଅର୍ଥ,” ମୁଁ ବଦନାମ, କବରସ୍ଥାନ ମୋର ଠିକଣା, ବଞ୍ଚିବା ମୋର ବୟସ, କିନ୍ତୁ ମୁଁ ମରିବାକୁ ଇଚ୍ଛା କରେ “। ଆଉ ତାଙ୍କର ଏହି ଆଇ.ଡିରେ ୨,୦୦୦ ରୁ ଉର୍ଦ୍ଧ ଅନୁସରଣକାରୀ ମଧ୍ୟ ରହିଛନ୍ତି ।

ସ୍କ୍ରୋଲ୍ କରିବା ସମୟରେ, ଆପଣ ଏହି ଅଭିଯୁକ୍ତ ମହମ୍ମଦ ସମୀର ଛଦ୍ମନାମ ମାୟାକୁ ଚମତ୍କାର ପୋଷାକରେ ଫଟୋ ଉଠାଇବା ଏବଂ ଲମ୍ବା କେଶରେ ଦେଖିବାକୁ ପାଇବେ । ସୋସିଆଲ ମିଡ଼ିଆର ପ୍ରୋଫାଇଲରେ ଏହି ଅଳ୍ପ ବୟସର ଯୁବକ ଯିଏ ପୋଷାକ ପିନ୍ଧିବାକୁ ଏବଂ ପୋଜ୍ ଦେବାକୁ ଭଲ ପାଏ । ଆଉ ଏହି ଫଟୋ ପୋଜ୍ ଦେଖିବା ମାତ୍ରେ ହିଁ ଆପଣ ଭୟଭୀତ ହୋଇଯିବେ । ହାତରେ ବନ୍ଧୁକ ଧରି ଅନେକ ଥର ସେ ରିଲସ ମଧ୍ୟ କରିଛି । ସେହିପରି ଗୋଟିଏ ଭିଡିଓରେ ଦେଖିବାକୁ ମିଳିଛି କିଛି ଅଳ୍ପ ବୟସର ଯୁବକଙ୍କୁ ନେଇ ଅଭିଯୁକ୍ତ ଏକ ରିଲସ କରିଛି ଆଉ ଏହି ରିଲସର ଶେଷରେ ଗୁଳି ମଧ୍ୟ ଚାଳନା କରୁଛି । ଏହିଭଳି ଭାବେ ଗ୍ୟାଙ୍ଗ ଲିଡର ‘ମାୟା’ ତା’ର ରିଲସ ଜରିଆରେ ଲୋକଙ୍କୁ ଭୟଭୀତ କରିଥାଏ । ପୋଲିସ କହିବା ଅନୁଯାୟୀ ଏହି ଅଳ୍ପ ବୟସର ଯୁବକ ମାନେ ମାୟା ଗ୍ୟାଙ୍ଗର ସକ୍ରିୟ ସଦସ୍ୟ ନୁହନ୍ତି ସେ କେବଳ ଆତଙ୍କ ଦେଖାଇବାକୁ ପସନ୍ଦ କରନ୍ତି । ହେଲେ ଉତ୍ତର-ପୂର୍ବ ଦିଲ୍ଲୀକୁ ଆତଙ୍କିତ କରିଥିବା ମାୟାର ଏକ ଗ୍ୟାଙ୍ଗ ରହିଛି । ମାୟା ପରେ ଏହି ଗ୍ରୁପର ସଦସ୍ୟ ମାନେ ନିଜକୁ ନିଜେ ‘ମାୟା ଗ୍ୟାଙ୍ଗ’ ବୋଲି ପରିଚିତ କରାଇଥାନ୍ତି ।

ଆମାଜନ ମ୍ୟାନେଜର ଗିଲଙ୍କ ମୃତ୍ୟୁ ଘଟଣାରେ ମାୟା ସହ ଆଉ ଜଣେ ୧୮ ବର୍ଷୀୟ ଯୁବକ ବିଲାଲ ଗାନିକୁ ଗିରଫ କରିଛି ପୋଲିସ । ଏହା ସହ ଏହି ଘଟଣାକୁ ନେଇ ଅନ୍ୟ ଅଭିଯୁକ୍ତଙ୍କ ସନ୍ଧାନରେ ରହିଛି ପୋଲିସ । ୧୮ ବର୍ଷୀୟ ଯୁବକ ମାୟା ଯିଏକି ବର୍ତମାନ ୪ଟି ମର୍ଡର କେସରେ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି । ସେହିପରି ମାୟା ସହ ଗିରଫ ହୋଇଥିବା ଗାନି ଗୋଟିଏ ମର୍ଡର କେସ ଏବଂ ଗୋଟିଏ ଡକାୟତି କେସରେ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି । ତେବେ ଏହି ଘଟଣାକୁ ନେଇ ବର୍ତ୍ତମାନ ପୋଲିସ ସେମାନଙ୍କୁ ଜେରା କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

 

Get real time updates directly on you device, subscribe now.