fbpx

ଶିଡ଼ି ଚଢିବା ସମୟରେ ହେଉଛନ୍ତି କି ଧଇଁସଇଁ ? ଜାଣିନିଅନ୍ତୁ କିପରି ପାଇବେ ଏହି ସମସ୍ୟାରୁ ମୁକ୍ତି

ଭୁବନେଶ୍ୱର : ପ୍ରାୟ ଲୋକଙ୍କୁ ଶିଡ଼ି ଚଢିବା ବେଳେ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ । ଏହି ସମସ୍ୟା ବିଭିନ୍ନ ବୟସର ଲୋକଙ୍କ ଠାରେ ଦେଖିବାକୁ ମିଳେ । ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଏଭଳି ସମସ୍ୟା ସବୁ ଉପୁଜିଥାଏ । ଯେଉଁ ଲୋକମାନେ ଠିକ ଭାବରେ ନିଜର ଯତ୍ନ ନିଅନ୍ତି ନାହିଁ, ସେହିମାନେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଆଉ ଶୀଡ଼ି ଚଢିବାରେ ବହୁତ କଷ୍ଟ ଅନୁଭବ କରିଥାନ୍ତି ।

ଆସନ୍ତୁ ଜାଣିବା ଏହି ସମସ୍ୟାରୁ ମୁକ୍ତି ପାଇବାର ଉପାୟ :
୧. ଯେଉଁ ଲୋକଙ୍କ ଶରୀରରେ ପୋଷକ ତତ୍ତ୍ୱର ଅଭାବ ରହିଥାଏ, ସେମାନଙ୍କ ଠାରେ ଏଭଳି ସମସ୍ୟା ଦେଖାଦେଇ ଥାଏ । ତେଣୁ ନିଜ ଖାଦ୍ୟରେ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ । ଯାହାଫଳରେ କି ଶିଡ଼ି ଚଢିବାରେ ଆଉ କୌଣସି ଅସୁବିଧା ହେବ ନାହିଁ ।
୨. ନିୟମିତ ଭରପୁର ନିଦରେ ଶୁଅନ୍ତୁ । ଠିକ ଭାବରେ ନଶୋଇବା ଯୋଗୁଁ ଥକାପଣ ଭଳି ସମସ୍ୟା ଉପୁଜିଥାଏ ।
୩. ବଢୁଥିବା ଓଜନ ମଧ୍ୟ ଏହାର ଅନ୍ୟତମ କାରଣ ହୋଇପାରେ । ତେଣୁ ନିଜ ଶରୀରକୁ ଫିଟ ରଖନ୍ତୁ । ଯାହାଫଳରେ କି ଏଭଳି ସମସ୍ୟା ଦେଖା ଦେବ ନାହିଁ । ଏହା ସହିତ ଶିଡ଼ି ଚଢିବାରେ କୌଣସି ସମସ୍ୟା   ଦେଖାଦେବ ନାହିଁ ।
୪. ନିଜର ସ୍ୱାସ୍ଥ୍ୟ ଠିକ ରଖିବା ପରେ ଯଦି ଏଭଳି ସମସ୍ୟା ଦେଖା ଦେଉଛି, ତେବେ ଏହା ଅନ୍ୟ କୌଣସି ରୋଗର ଲକ୍ଷଣ ଅଟେ ।
୫. ଶରୀରରେ ପାଣିର ଅଭାବରୁ ଏଭଳି ସମସ୍ୟା ଉପୁଜିପାରେ । ଜଳର ଅଭାବ ଯୋଗୁଁ ଶିଡ଼ିରେ ଚଢିବା ବେଳେ ଅଧିକ ଧଇଁସଇଁ ଲାଗିୁଥାଏ । ତେଣି ନିୟମିତ ଭାବରେ ଆବଶ୍ୟକ ପରିମାଣର ପାଣି ପିଇବା     ସହ ପଇଡ଼ ପାଣି କିମ୍ବା ଜୁସ ମଧ୍ୟ ପିଇପାରିବେ ।
୬. କୁହାଯାଉଛି ଯେ, ଶରୀରରେ ରକ୍ତ ଅଭାବରୁ ମଧ୍ୟ ଏପରି ସମସ୍ୟା ଦେଖାଦେଇ ଥାଏ । ତେଣୁ ନିଜର ଦୈନିକ ଭାବରେ ଚେକାପ କରାଇ ନିଅନ୍ତୁ ।
୭. ଅଧିକ ଚିନ୍ତାରେ ରହିଲେ ମଧ୍ୟ ଶିଡ଼ି ଚଢବା ବେଳେ ଧଇଁସଇଁ ଲାଗିଥାଏ । ତେଣୁ ନିଜକୁ ଚିନ୍ତାମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ ।

Get real time updates directly on you device, subscribe now.