fbpx

ସ୍ମାର୍ଟ ୱାଚ୍ ପିନ୍ଧିବା ଦ୍ୱାରା ହେଉଛି କି ଏହି ସବୁ ସମସ୍ୟା? ଆଗକୁ ଆପଣଙ୍କ ସମସ୍ୟା ବଢିପାରେ..

ଓଡିଶା ଭାସ୍କର; ସମୟ କ୍ରମେ ଧୀରେ ଧୀରେ ଆଧୁନିକ ଯୁଗ ସାଙ୍ଗକୁ ନୂଆ ନୂଆ ଜ୍ଞାନକୌଶଳ ସୃଷ୍ଟି ହେଉଛି । ପ୍ରତ୍ୟେକ କାର୍ଯ୍ୟକୁ ଆମେ ଏତେ ଜଲଦି କରିବାକୁ ଚେଷ୍ଟା କରୁଛେ ଯେ ଯାହା ପାଇଁ ଆମକୁ ସମୟକୁ ବି ଜଲଦି ଦେଖିବାକୁ ପଡୁଛି । ସେଥିପାଇଁ ସବୁବେଳେ ହାତରେ ଘଣ୍ଟା ବନ୍ଧା ହୋଇ ରହୁଛି । ଏମିତିରେ କିଛି ଜଣଙ୍କ କୌଣସି କାମ ନଥାଇ ବି ସେମାନେ ସଉକରେ ଘଣ୍ଟା ବିନ୍ଧିବାକୁ ପସନ୍ଦ କରୁଛନ୍ତି । ହେଲେ ଏବେ ଆଉ ସେହି ପୁରୁଣା କଣ୍ଟା ଥିବା ଘଣ୍ଟାକୁ ପିନ୍ଧିବାକୁ କେହି ପସନ୍ଦ କରୁନାହାନ୍ତି । ବର୍ତମାନ ନୂଆ ନୂଆ ଫିଚର ସହ ସମସ୍ତେ ସ୍ମାର୍ଟ ୱାଚ ପିନ୍ଧିବାକୁ ପସନ୍ଦ କରୁଛନ୍ତି ।

ମୋବାଇଲ ଭଳି ବର୍ତମାନ ସ୍ମାର୍ଟ ୱାଚରେ ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ରହୁଛି । ଘଣ୍ଟାରେ କେବଳ ସମୟ ଦେଖିବା ନୁହେ ବରଂ ଏଥିରେ ଅନେକ କାମ କରିହେଉଛି । ଫୋନ ଠାରୁ ଆରମ୍ଭ କରି ମନରଞ୍ଜନ ଯାଏଁ ସମସ୍ତ ସୁବିଧା ଏଥିରେ ମିଳିପାରୁଛି । ତେଣୁ ଏହି କାରଣରୁ ବର୍ତମାନ ସମସ୍ତେ ସ୍ମାର୍ଟ ୱାଚ ପିନ୍ଧିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏହି ସ୍ମାର୍ଟ ୱାଚ ପିନ୍ଧିବା ଦ୍ୱାରା ଆପଣଙ୍କ ଠାରେ କେଉଁ ସମସ୍ୟା ଦେଖା ଦେଉଛି ଏହା ଉପରେ କେବେ ଧ୍ୟାନ ଦେଇଛନ୍ତି କି? ଏହି ସ୍ମାର୍ଟ ୱାଚକୁ ଘଣ୍ଟା ଘଣ୍ଟା ଧରି ପିନ୍ଧିବା ଦ୍ୱାରା ଆପଣଙ୍କ ପାଖରେ ଅନେକ ସମସ୍ୟା ଦେଖାଦେଇପାରେ । ତେବେ ଏହି ସମସ୍ୟାକୁ ଏଡ଼ାଇବା ପାଇଁ ସଚେତନ ରହିବା ଆବଶ୍ୟକ ।

ସ୍ୱାସ୍ଥ୍ୟ ସମସ୍ୟା;
ସ୍ମାର୍ଟ ୱାଚ୍ ବ୍ୟବହାର ଆପଣଙ୍କର ଶୋଇବା, ଧ୍ୟାନ, ଏବଂ ସ୍ମୃତି ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପକାଇପାରେ । ଦୀର୍ଘ ଅବଧିରେ, ତାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତିକାରକ ପ୍ରଭାବ ପକାଇ ପାରନ୍ତି । ଦୀର୍ଘ ସମୟ ଧରି ଏହି ଗ୍ୟାଜେଟଗୁଡ଼ିକର ବ୍ୟବହାର ସ୍ମୃତି ଶକ୍ତି ହ୍ରାସ ଏବଂ ଖରାପ ଧ୍ୟାନ ଆଣିଥାଏ । କିଛି ଲୋକ ଦୀର୍ଘ ସମୟ ଧରି ସ୍ମାର୍ଟ ୱାଚ୍ ପିନ୍ଧିବା ପରେ ପ୍ରବଳ ମୁଣ୍ଡବିନ୍ଧା ଏବଂ ବାନ୍ତି ହେବାର ନଜର ରହିଛି ।

ଜୀବାଣୁ ଜନିତ ସମସ୍ୟା;
ଫ୍ଲୋରିଡା ଆଟଲାଂଟିକ ୟୁନିଭରସିଟି ଦ୍ୱାରା କରାଯାଇଥିବା ଏକ ଗବେଷଣାରେ ସ୍ପଷ୍ଟ ହୋଇଛି ଯେ, ଏହି ବ୍ରେସଲେଟଗୁଡିକରେ ଜୀବାଣୁ ସଂଖ୍ୟା ମାତ୍ରାଧିକ ରହୁଛି । ଏପରିକି ଏକ ପାଇଖାନା ପ୍ୟାନ ତୁଳନାରେ ଏଥିରେ ଅଧିକ ଜୀବାଣୁ ରହୁଛନ୍ତି । ପ୍ଲାଷ୍ଟିକ, ରବର, କନା, ଚମଡା, ସୁନା ଓ ରୂପା ସ୍ମାର୍ଟୱାଚ ଷ୍ଟ୍ରିପରେ ତଳେ ଝାଳ ଏବଂ ମଇଳା ଯୋଗୁ ଜୀବାଣୁ ସଂଖ୍ୟା ବୃଦ୍ଧି ପାଉଛି । ଏହା ଉପରକୁ ବିଶେଷ ନଜର ଦିଆ ଯାଉ ନ ଥିବାରୁ ସେଠାରେ ସେମାନେ ତାଙ୍କ ସଂଖ୍ୟା ସହଜରେ ବିସ୍ତାର କରିପାରୁଛନ୍ତି । ଫଳରେ ସେପସିସ ଓ ନିମୋନିଆ ପରି ରୋଗକୁ ଏହି ଜୀବାଣୁ ସହଜରେ ଶରୀର ମଧ୍ୟରେ ପ୍ରବେଶ କରାଇଥାନ୍ତି ।

ବ୍ଲୁ ଲାଇଟ ଇଫେକ୍ଟ;
ଅଧ୍ୟୟନରୁ ଜଣାପଡିଛି ଯେ ଶୋଇବା ପୂର୍ବରୁ ମୋବାଇଲ ବ୍ୟବହାର କରିବା ଦ୍ୱାରା ନିଦ ଭାଙ୍ଗିଥାଏ । ଦିନସାରା ଏବଂ ରାତିରେ ମଧ୍ୟ ଏକ ସ୍ମାର୍ଟ ୱାଚ୍ ବ୍ୟବହାର କରିବା ଆପଣଙ୍କ ଶୋଇବାର କ୍ଷମତା ଉପରେ ପ୍ରଭାବ ପକାଇପାରେ କାରଣ ଆପଣ ଆଖିକୁ ଇନଫ୍ରାଡ୍ ଆଲୋକର ପ୍ରଭାବରୁ ରକ୍ଷା କରିପାରିବେ ନାହିଁ ।

ମାନସିକ ପ୍ରଭାବ;
ସ୍ମାର୍ଟ ୱାଚର ଏକ ପ୍ରମୁଖ ପ୍ରଭାବ ହେଉଛି ଯେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାଡିଏସନ ସଂସ୍ପର୍ଶରେ ଆସିବା ପରେ ଆପଣଙ୍କ ସ୍ନାୟୁ ଆଉ କ୍ଳାନ୍ତ ଅନୁଭବ କରେ ନାହିଁ । ଏହି କାରଣରୁ, ଆପଣଙ୍କ ମାନସିକ ଚାପ ଏବଂ ଅସନ୍ତୋଷ ଧୀରେ ଧୀରେ ବୃଦ୍ଧି ପାଏ । ତେଣୁ କ୍ରୋଧିତ ଆଚରଣ କରିବା ସ୍ୱାଭାବିକ ହୋଇଥାଏ ।

Get real time updates directly on you device, subscribe now.