fbpx

RBI ଗଭର୍ଣ୍ଣର କହିଲେ, କମୁଛି ପନିପରିବା ଦର, ମହଙ୍ଗାକୁ ନେଇ ପ୍ରସ୍ତୁତ ରହିଛି ସେଣ୍ଟ୍ରାଲ ବ୍ୟାଙ୍କ

ନୂଆଦିଲ୍ଲୀ: ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ମହଙ୍ଗା ପ୍ରଭାବକୁ ନେଇ ସେଣ୍ଟ୍ରାଲ ବ୍ୟାଙ୍କ ପ୍ରସ୍ତୁତ ରହିଛି । ସେମାନେ କହିଛନ୍ତି ଯେ, ସବୁଜ ପନିପରିବା ଦରରେ ବୃଦ୍ଧି ହେତୁ ଜୁଲାଇ ୨୦୨୩ରେ ଖୁଚୁରା ମୁଦ୍ରାସ୍ଫୀତି ହାର ୭.୪୪ ପ୍ରତିଶତରେ ପହଁଚିଛି, କିନ୍ତୁ ବର୍ତ୍ତମାନ ପନିପାରିବା ଦର ହ୍ରାସ ପାଇବାରେ ଲାଗିଛି । ସେ ପୁଣି କହିଛନ୍ତି ଯେ, ଆରବିଆଇ ମହଙ୍ଗା ଦରକୁ ୪ ପ୍ରତିଶତ ଉପରେ ନେବା ପାଇଁ ଚେଷ୍ଟା କରୁଛି ।

ଦିଲ୍ଲୀ ସ୍କୁଲ ଅଫ ଇକୋନୋମିକ୍ସର ଡାଇମଣ୍ଡ ଜୁବଲୀ ପ୍ରଫେସରଙ୍କୁ ସମ୍ବୋଧିତ କରାଯାଇ, ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ମହଙ୍ଗା ଦର ଯେତେବେଳେ କମ ଏବଂ ସ୍ଥିର ରହିଛି ଯାହା ପରିବାର ଏବଂ କାରବାର ଜଗତକୁ ଲମ୍ବା ଅବଧି ପାଇଁ ସଂଚୟ ଏବଂ ନିବେଶ ଯୋଜନା କରିବା ପାଇଁ ସହଯୋଗ ମିଳିବ । ହେଲେ ଆବଶ୍ୟକୀୟ ଜିନିଷର ସପ୍ଲାଏର ଝଟକା ଏବେ ଲଗାତାର ଲାଗି ରହିଛି । ଯେଉଁଥିରେ ମହଙ୍ଗା ଉପରେ କାବୁ ପାଇବା ଠାରୁ ନେଇ ପ୍ରବନ୍ଧନରେ ସମସ୍ୟାର ସାମ୍ନା କରିବାକୁ ପଡୁଛି ।

ଆରବିଆଇ ମନିଟାରୀ ପଲିସିକୁ ନେଇ ଗଭର୍ଣ୍ଣର ନିଜ ସମ୍ବୋଧନରେ କହିଛନ୍ତି ଯେ, ମନିଟାରୀ ପଲିସିର ସଞ୍ଚାଳନ ରାସ୍ତାରେ ଚାଲୁଥିବା ଗାଡି ଚଳାଇବା ସହ ସମାନ, ଯେଉଁଥିରେ ଖାଲକୁ ନେଇ ସ୍ପିଡ ବ୍ରେକର ରହିଛି । ତେଣୁ ମନିଟାରୀ ବିଲ ଭବିଷ୍ୟତକୁ ଦେଖି କରିବା ଆବଶ୍ୟକ । ସେ କହିଛନ୍ତି ଯେ, ମହଙ୍ଗା ଉପରେ ଲଗାମ ଲଗାଇବା ପାଇଁ ମେ ୨୦୨୨ ପରେ ଆରବିଆଇ ରେପୋ ରେଟରେ ୨୫୦ ବେସିସର ପଏଣ୍ଟ ବଢାଯାଇଛି । ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ଭାରତର ବ୍ୟାଙ୍କିଙ୍ଗ ସେକ୍ଟର ପୁଞ୍ଜି ଅନୁପାତରେ ଉନ୍ନତି, ସଂପତ୍ତିର ଗୁଣବତ୍ତା ଏବଂ ଲାଭ ବୃଦ୍ଧି ଯୋଗୁଁ ଭାରତର ବ୍ୟାଙ୍କିଙ୍ଗ କ୍ଷେତ୍ର ଯୁଗ୍ମ ଏବଂ ଶକ୍ତିଶାଳୀ ।

Get real time updates directly on you device, subscribe now.