PM ମୋଦୀ ଦୁନିଆକୁ ଦେଲେ ନୂଆ ମନ୍ତ୍ର : G୨୦ ଶିଖର ସମ୍ମିଳନୀ କହିଲେ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ

ନୂଆଦିଲ୍ଲୀ : ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଣ୍ଡୋନେସିଆ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାରରେ ଆସିଆନ୍ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ, ଭାରତ ପାଇଁ ଆକ୍ଟ ଇଷ୍ଟ ନୀତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମର ସହଭାଗିତା ଚତୁର୍ଥ ଦଶନ୍ଧିରେ ପହଞ୍ଚି ଯାଇଛି । ଏହି ଶିଖର ସମ୍ମିଳନୀରେ ସହ-ଅଧ୍ୟକ୍ଷ ହେବା ମୋ ପାଇଁ ଗର୍ବର ବିଷୟ ଅଟେ । ଏହି ଶିଖର ସମ୍ମିଳନୀ ଆୟୋଜନ କରିଥିବାରୁ ମୁଁ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୱିଡୋଡୋଙ୍କୁ ଅଭିନନ୍ଦନ ଜଣାଉଛି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଚଳିତ ବର୍ଷର ଥିମ୍ ହେଉଛି ଏସିଆନ୍ ମ୍ୟାଟର୍ସ: ଅଭିବୃଦ୍ଧିର କେନ୍ଦ୍ର। ସେ କହିଛନ୍ତି ଯେ ଏସିଆନ୍ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଏଠାରେ ସମସ୍ତଙ୍କ ସ୍ୱର ଶୁଣାଯାଏ ଏବଂ ଏସିଆନ ହେଉଛି ବିକାଶର କେନ୍ଦ୍ର, ବିଶ୍ୱ ବିକାଶରେ ଏସିଆନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଗତ ବର୍ଷ ଆମେ ଭାରତ-ଏସିଆର ବନ୍ଧୁତ୍ୱ ଦିବସ ପାଳନ କରିଥିଲୁ ଏବଂ ଏହାକୁ ଏକ ବ୍ୟାପକ ରଣନୀତିକ ଭାଗିଦାରୀରେ ପରିଣତ କରିଥିଲୁ।

ଜି -20 ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ‘ବସୁଦୈବ କୁଟୁମ୍ବକମ୍’ ବିଷୟରେ କହିଥିଲେ। ସେ କହିଛନ୍ତି ଯେ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି -20 ର ଥିମ ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ଅଟେ ।