fbpx
BJD SKY
BJD SKY

SBI PO ନିଯୁକ୍ତି ବିଜ୍ଞପ୍ତି: ୨ ହଜାର ପଦ ଖାଲି, ସ୍ନାତକଙ୍କ ପାଇଁ ବଢ଼ିଆ ସୁଯୋଗ

BJD

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପକ୍ଷରୁ ୨୦୦୦ ପ୍ରୋସେବନାରୀ ଅଫିସର (ପିଓ) ପଦ ଭର୍ତ୍ତି ପାଇଁ ନିଯୁକ୍ତି ବିଜ୍ଞାପନ ଜାରି କରାଯାଇଛି । ସାରା ଭାରତବର୍ଷର ସମସ୍ତ ସ୍ନାତକ ପାସ ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ଆବେଦନ କରିବା ପୂର୍ବରୁ ତଳେ ଆଶାୟୀମାନେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ଜାଣିନିଅନ୍ତୁ ।

ସେପ୍ଟେମ୍ବର ମାସ ୭ ତାରିଖରୁ ଅନଲାଇନ୍ ଆବେଦନ ଓ ପେମେଣ୍ଟ ପଇଠ ପ୍ରକ୍ରିୟା ଆରମ୍ଭ ହୋଇ ୨୭ରେ ସମାପ୍ତ ହେବ । ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହରେ ପ୍ରାର୍ଥୀମାନେ ସେମାନଙ୍କର ପ୍ରିଲିମିନାରୀ ପରୀକ୍ଷାର କଲ୍ ଲେଟର ଡାଉନଲୋଡ୍ କରିପାରିବେ । ନଭେମ୍ବର ମାସରେ ଅନଲାଇନରେ ପ୍ରିଲିମିନାରୀ ପରୀକ୍ଷା ଆୟୋଜିତ ହୋଇ ନଭେମ୍ବର / ଡିସେମ୍ବର ମାସରେ ଫଳାଫଳ ପ୍ରକାଶ ପାଇବ ।

ପ୍ରାର୍ଥୀମାନେ ନଭେମ୍ବର / ଡିସେମ୍ବରରେ ମେନ୍ ପରୀକ୍ଷା ପାଇଁ କଲ୍ ଲେଟର ଡାଉନଲୋଡ୍ କରିପାରିବେ । ଡିସେମ୍ବର / ଜାନୁଆରୀ ୨୦୨୩ରେ ମେନ୍ ପରୀକ୍ଷା ଆୟୋଜିତ ହୋଇ ସେହି ମାସରେ ଫଳାଫଳ ପ୍ରକାଶ ପାଇବ । ଜାନୁଆରୀ / ଫେବୃଆରୀରେ ଫେଜ-୩ ପାଇଁ କଲଲେଟର ଡାଉନଲୋଡ୍ କରାଯିବ । ଏହାପରେ ଜାନୁଆରୀ-ଫେବୃଆରୀରେ ସାଇକୋମେଟ୍ରିକ ଟେଷ୍ଟ, ସାକ୍ଷାତକାର ଓ ଗ୍ରୁପ ଏକ୍ସରସାଇଜ୍ କରାଯାଇ ଫେବୃଆରୀ / ମାର୍ଚ୍ଚରେ ଅନ୍ତିମ ଫଳାଫଳ ଘୋଷଣା କରାଯିବ ।
ଚଳିତ ବର୍ଷ ଏପ୍ରିଲ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୩୦ ବର୍ଷ ହୋଇଥିବା ଆବଶ୍ୟକ । ଓବିସିଙ୍କ ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ, ଏସସି / ଏସଟିଙ୍କ ପାଇଁ ୫ ବର୍ଷର ବୟସ କୋହଳ କରାଯିବ । ପ୍ରାର୍ଥୀଙ୍କର ବେସିକ ପେ’ ୪୧,୯୬୦ ଟଙ୍କାରୁ ଆରମ୍ଭ ହେବ । ଓଡ଼ିଶାର ଆଶାୟୀମାନେ ରାଜ୍ୟର ୭ଟି ପରୀକ୍ଷା କେନ୍ଦ୍ରରେ ପ୍ରାର୍ଥୀମାନେ ପରୀକ୍ଷା ଦେଇ ପାରିବେ ।

ଅନଲାଇନ୍ ଆବେଦନ ଲିଙ୍କ: https://bank.sbi/web/careers/current-openings

ନୋଟିଫିକେସନ ଲିଙ୍କ: https://bank.sbi/documents/77530/36548767/060923-1_detailed+Advt.+English+PO+23-24_07.09.2023.pdf/9c9b6e4b-9fdd-df11-3194-d40cdb336aac?t=1694002437061

Get real time updates directly on you device, subscribe now.