fbpx

(Video) Oh My God! କାନ୍ଥ ସେପଟେ ଲୁଚିଥିଲା ଇଏ କି ଜୀବ? ହାତରେ ଟାଣି ଆଣିଲେ ଯୁବକ

ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ଜାଗାରୁ ଅଦ୍ଭୁତ ଜୀବ ଦେଖିବାକୁ ମିଳୁଛନ୍ତି । ଅଧିକାଂଶ ସମୟରେ ବିଭିନ୍ନ ପ୍ରକାର ଭୟଙ୍କର ସାପ ସହିତ ଅନ୍ୟାନ୍ୟ ବିଷଧର ଜୀବ ମଧ୍ୟ ଉଦ୍ଧାର କରାଯାଉଛି । ଏଭଳି ଜୀବଜନ୍ତୁଙ୍କ କାମୁଡ଼ାରେ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଥିବାର ଦେଖାଯାଇଛି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଅନେକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ବିଭିନ୍ନ ଜାଗାରୁ ଭୟଙ୍କର ଜୀବଗୁଡ଼ିକୁ ବାହାର କରୁଛନ୍ତି ଉଦ୍ଧାରକାରୀ ଦଳ ।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଯୁବକ କାନ୍ଥ ଭିତରେ ହାତ ପୁରାଇ କିଛି କରୁଥିବାର ଦେଖାଯାଇଛି । ତେବେ ହଠାତ ଏକ ବିଶାଳକାୟ ସାପ କାନ୍ଥ ଭିତରୁ ବାହାର କରିଛନ୍ତି ଏହି ଯୁବକ । କାନ୍ଥ ଭିତରେ ଏହି ସାପ ଲୁଚି ରହିଥିବାରୁ ତାକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଥିଲେ । ତେବେ ଯୁବକ ଜଣକ ଏହାକୁ ଉଦ୍ଧାର କରିବା ପାଇଁ କାନ୍ଥ ଭିତରେ ହାତ ପୁରାଇବା ମାତ୍ରେ ଏକ ବିଶାଳକାୟ ସାପ ବାହାରି ଆସିଛି । ତେବେ ସାପଟିକୁ ଉଦ୍ଧାର କରିବା ପାଇଁ ଘର କାନ୍ଥରୁ କିଛି ଇଟା ମଧ୍ୟ ଭଙ୍ଗାଯାଇଛି । ତେବେ ସାପଟିକୁ ଧରି ଯୁବକ ଜଣକ ହସୁଥିବାର ଏହି ଭିଡିଓରେ ଦେଖାଯାଇଛି ।

ଇନଷ୍ଟାଗ୍ରାମରେ ଅପଲୋଡ ହେବା ପରେ ଏହି ଭିଡିଓକୁ ପ୍ରାୟ ଲକ୍ଷ ଲକ୍ଷ ଲୋକ ଦେଖି ସାରିଥିବା ବେଳେ ୪ ଲକ୍ଷରୁ ଅଧିକ ୟୁଜର ଏହାକୁ ପସନ୍ଦ କରିଛନ୍ତି । ଏହାବ୍ୟତୀତ ୧୭୦୦ରୁ ଅଧିକ ଲୋକ ଏଥିରେ କମେଣ୍ଟ କରିଛନ୍ତି । ଏହି ପେଜରେ ଅନେକ ଲୋକ ଅନ୍ୟ ସାପର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଖୁବ ଭାଇରାଲ ହେଉଛି ।

Get real time updates directly on you device, subscribe now.