fbpx

McAfee Alert: ଭାରତର କ୍ରୀଡ଼ାପ୍ରେମୀ ସାବଧାନ, ମାଗଣା ବିଶ୍ୱକପ୍ ଟିକେଟ ଲାଳସା ଦେଖାଇ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଖାଲି କରିଦେବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଅକ୍ଟୋବର ମାସ ୫ ତାରିଖରୁ ଭାରତରେ ଦିନିକିଆ ବିଶ୍ୱକପ ୨୦୨୩ ଆରମ୍ଭ ହେବ । ଚଳିତ ବିଶ୍ୱକପ ଭାରତ ଆୟୋଜନ କରୁଥିବା ବେଳେ ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ମୋଟ ୪୮ଟି ମ୍ୟାଚ ଖେଳାଯିବ । ଏଥିରେ ମୋଟ ୧୦ଟି ଦେଶ ଅଂଶଗ୍ରହଣ କରିବେ । ନଭେମ୍ବର ମାସ ୧୯ ତାରିଖରେ ଅହମ୍ମଦାବାଦରେ ଫାଇନାଲ ମ୍ୟାଚ ଖେଳାଯିବ ।

ତେବେ ବିଶ୍ୱକପ ପାଇଁ ନିକଟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଲ (ବିସିସିଆଇ) ତା’ର ୧୫ ଜଣିଆ ଦଳ ଘୋଷଣା କରିସାରିଛି । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏଥର ବିଶ୍ୱବିଜୟୀ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ । ବିଶ୍ୱକପ ପାଇଁ କ୍ରୀଡ଼ାପ୍ରେମୀମାନେ ଯେତିକି ଉତ୍ସାହିତ ଭାରତ-ପାକିସ୍ତାନ ଲଢ଼େଇ ପାଇଁ ତା’ଠାରୁ ବେଶି ଉତ୍ସାହିତ ହୋଇ ରହିଛନ୍ତି । ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ବିଶ୍ୱକପ ଟିକେଟ ପାଇବାକୁ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ପ୍ରବଳ ମାତ୍ରାରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ । ତେଣୁ ଏଭଳି ସ୍ଥିତିରେ ଆପଣମାନେ ସ୍କାମରେ ପଡ଼ିବାର ସମ୍ଭାବନା ରହିଛି । ଦେଶରେ କ୍ରିକେଟକୁ ଲୋକ ଲୋକମାନେ କେତେ ପାଗଳ ତାହା କାହାକୁ ଅଛପା ନାହିଁ । ତେଣୁ ଏହାର ଫାଇଦା ଉଠାଇ ପାରନ୍ତି ସ୍କାମର୍ସ । ଏହି ଠକମାନେ ମାଗଣା ବିଶ୍ୱକପ ଟିକେଟର ଲାଳସା ଦେଖାଇ ଲୋକଙ୍କୁ ଚୁନା ଲଗାଇ ପାରନ୍ତି ଓ ଆପଣଙ୍କୁ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି କରିଦେଇ ପାରନ୍ତି ।

ତେଣୁ ଏହି ସ୍କାମର୍ସଙ୍କ କବଳରୁ ରକ୍ଷା ପାଇବା ପାଇଁ କମ୍ପ୍ୟୁଟର ସୁରକ୍ଷା ଓ ସଫ୍ଟୱେର ଫାର୍ମ McAfee ପକ୍ଷରୁ ଚେତାବନୀ ଜାରି କରାଯାଇଛି । ଏହି ଅନଲାଇନ୍ ସାଇବର ଫ୍ରଡମାନେ ଲୋକଙ୍କୁ ଫ୍ରି ଟିକେଟ ଓ ରିହାତିର ଲୋଭ ଦେଖାଇବେ । ଏଭଳି ସ୍ଥିତିରେ ଅନଲାଇନରେ ଟିକେଟ ବୁକିଂ, ଟିକେଟ ଡାଉନଲୋଡ ନାମରେ ଠକାମି ହୋଇପାରେ । ବିଶ୍ୱକପ ସମୟରେ ଭାରତର ବିଭିନ୍ନ ସହରରେ ୟୁଜର୍ସଙ୍କ ସହିତ ଏପରି ଘଟିପାରେ । ଠକମାନେ ଫର୍ଜି ସାଇଟ ମାଧ୍ୟମରେ ଭିଡିଓ ଡାଉନଲୋଡ ସୁବିଧା ଦେଇ ସ୍ପାଇ ସଫ୍ଟୱେର ଇନଷ୍ଟଲ କରିପାରନ୍ତି । ତେଣୁ ଏଥିପାଇଁ ସାବଧାନ ରହିବାକୁ କୁହାଯାଇଛି ।

Get real time updates directly on you device, subscribe now.