fbpx

(Video) ଲଞ୍ଚ ହେଲା ଭାରତ-ମଧ୍ୟ ପୂର୍ବ-ୟୁରୋପ କନେକ୍ଟିଭିଟି କରିଡର: ପ୍ରଧାନମନ୍ତ୍ରୀ ଦେଲେ ଗ୍ରୀନ ସିଗନାଲ

ନୂଆଦିଲ୍ଲୀ: ଜି-୨୦ ସମ୍ମିଳନୀରେ ଭାରତକୁ ଏକ ବଡ଼ ଉପହାର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କନେକ୍ଟିଭିଟିକୁ ଗୁରୁତ୍ୱାରୋପ କରୁଥିବା ବେଳେ ଭାରତ-ୟୁରୋପ ମଧ୍ୟରେ ଆରମ୍ଭ କରିଛନ୍ତି ରେଳସେବା । ‘ୱାନ୍ ଫ୍ୟାମିଲି’ ସେଶନରେ ଭାରତ-ମଧ୍ୟ ପୂର୍ବ-ୟୁରୋପ କନେକ୍ଟିଭିଟି କରିଡର ଲଞ୍ଚ୍ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ ସମ୍ପର୍କକୁ ମଜବୁତ କରିବା ସହ ଉଭୟ ଦେଶ ମଧ୍ୟରେ ସଂଯୋଗକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ସେବାକୁ ଆରମ୍ଭ କରାଯାଇଛି ।

କନେକ୍ଟିଭିଟି କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କର ଏହା ଏକ ଐତିହାସିକ ନିଷ୍ପତ୍ତି ଭାବରେ ଲିପିବଦ୍ଧ ହୋଇ ରହିବ । ତେବେ ଭାରତ, ୟୁଏଇ, ସାଉଦି ଆରବ ଏବଂ ୟୂରୋପୀୟ ଦେଶଗୁଡ଼ିକ ମଧ୍ୟରେ ଭିତ୍ତିଭୂମି ଏବଂ ସଂଯୋଗ ରକ୍ଷା କରିବା ଏହାର ପ୍ରଥମ ତଥା ମୁଖ୍ୟ ଉଦ୍ଦେଶ୍ୟ । ଏହି କରିଡର ସାରା ବିଶ୍ୱ ପାଇଁ ଏକ ସ୍ଥାୟୀ ପଥ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାବ୍ୟତୀତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଏକ ନୂତନ ରେଳବାଇରେ ଏକ ମହତ୍ତ୍ୱପୂର୍ଣ୍ଣ ବିନିଯୋଗ ଘୋଷଣା କରିଛନ୍ତି । ଚାକିରି କ୍ଷେତ୍ରରେ ନୂଆ ପଦବୀ ଏବଂ ଖାଦ୍ୟ ଓ ସୁରକ୍ଷା କ୍ଷେତ୍ରରେ ସକରାତ୍ମକ ପ୍ରଭାବକୁ ଦୃଷ୍ଟିରେ ରଖି ଆଙ୍ଗୋଲାଠାରୁ ଭାରତୀୟ ମହାସାଗର ପର୍ଯ୍ୟନ୍ତ ଏକ ରେଲୱେ ଲାଇନ୍ ପ୍ରସ୍ତୁତ କରିବା ପାଇଁ ଘୋଷଣା କରିଛନ୍ତି ।

ସେହିପରି ସାଉଦି ଆରବର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍ ସଲମାନ ଭାରତ-ମଧ୍ୟ ପୂର୍ବ-ୟୁରୋପ ମଧ୍ୟରେ ସିଧାସଳଖ ସଂଯୋଗ ଏବଂ ଯୋଗାଯୋଗ ୪୦% ହ୍ରାସ ପାଇବା ଦର୍ଶାଇ ଏଥିପ୍ରତି ଉପଯୁକ୍ତ ପଦକ୍ଷେପ ନେବା ପାଇଁ ଉପଦେଶ ଦେଇଛନ୍ତି । ତେବେ ୟୁରୋପର ରାଷ୍ଟ୍ରପତି ଉର୍ସୁଲା ଭନ୍ ଡେର୍ ଏହାକୁ ସମର୍ଥନ ଜଣାଇଛନ୍ତି । ଏହି କରିଡର ଭାରତ-ମଧ୍ୟ ପୂର୍ବ-ୟୁରୋପ ମଧ୍ୟରେ ଯୋଗାଯୋଗକୁ ସହଜ କରିଦେବ ବୋଲି ସେ ପ୍ରକାଶ କରିଛନ୍ତି । ଆମେରିକା, ୟୁରୋପ, ୟୁଏଇ ଏବଂ ଅନ୍ୟ ପ୍ରମୁଖ ରାଷ୍ଟ୍ରମାନଙ୍କ ମଧ୍ୟ ସହଯୋଗିତାକୁ ନେଇ ବିସ୍ତୃତ ଯୋଜନାକୁ ସପଳ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ତେବେ ବେିଶଷ କରି ବାଣିଜ୍ୟ କ୍ଷେତ୍ରକୁ ଲକ୍ଷ୍ୟ ରଖି ଏହି ଯୋଜନା କରାଯାଇଥିବା ବେଳେ ଏହା ରାଜନୈତିକ କ୍ଷେତ୍ରରେ ମଧ୍ୟ ବିସ୍ତାର କରିବ ବୋଲି ଆଶା ରଖାଯାଇଛି ।

Get real time updates directly on you device, subscribe now.