fbpx

‘ଭାରତ’ ଓ ‘ଇଣ୍ଡିଆ’ କେତୋଟି ଫିଲ୍ମର ଟାଇଟଲରେ ବ୍ୟବହୃତ ହୋଇଛି: ଦେଖନ୍ତୁ ସମ୍ପୂର୍ଣ୍ଣ ଲିଷ୍ଟ

ନୂଆଦିଲ୍ଲୀ: ସାରା ଦେଶରେ ଏବେ ‘ଇଣ୍ଡିଆ’ର ନାମ ‘ଭାରତ’କୁ ପରିବର୍ତ୍ତନ ନେଇ ବିବାଦ ସୃଷ୍ଟି ହୋଇଛି । ଏହା ମଧ୍ୟରେ ନୂଆଦିଲ୍ଲୀରେ ଭାରତ ଅଧ୍ୟକ୍ଷତାରେ ଦୁଇଦିନିଆ ଜି-୨୦ ଶିଖର ସମ୍ମିଳନୀ ଆୟୋଜିତ ହୋଇଛି । ଏହି ଅବସରରେ ‘ଇଣ୍ଡିଆ’ ସ୍ଥାନରେ ‘ଭାରତ’ର ବ୍ୟବହାର କରାଯାଇଥିବା ଦେଖିବାକୁ ମିଳିଛି । ତେବେ ଏହା ମଧ୍ୟରେ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଦ ଗ୍ରେଟ ଇଣ୍ଡିଆ ରେସକ୍ୟୁ’ର ନାମ ବଦଳି ‘ମିଶନ ରାନୀଗଞ୍ଜ: ଦ ଗ୍ରେଟ ଭାରତ ରେସକ୍ୟୁ’ ହୋଇଯାଇଛି ।

‘ଭାରତ’ ବନାମ ‘ଇଣ୍ଡିଆ’ ବିବାଦ ପରିପ୍ରେକ୍ଷୀରେ ପ୍ରଥମ ଥର ପାଇଁ କୌଣସି ବଲିଉଡ ଫିଲ୍ମର ଟାଇଟଲ ବଦଳି ଯାଇଛି । ତେବେ ଏହା ପୂର୍ବରୁ ମଧ୍ୟ ଅନେକ ଫିଲ୍ମର ଟାଇଟଲରେ ‘ଭାରତ’ ଓ ‘ଇଣ୍ଡିଆ’ ଶବ୍ଦର ବ୍ୟବହାର କରାଯାଇଛି । ୧୯୫୭ ମସିହା ଅକ୍ଟୋବର ୨୫ରେ ‘ମଦର ଇଣ୍ଡିଆ’ ଫିଲ୍ମ ରିଲିଜ୍ ହୋଇଥିଲା । ୧୯୪୦ରେ ରିଲିଜ ହୋଇଥିବା ‘ଔରତ’ ଫିଲ୍ମର ତାହା ରିମେକ୍ ଥିଲା । ୧୯୮୭ ମସିହା ମେ ୨୫ରେ ‘ମିଷ୍ଟର ଇଣ୍ଡିଆ’ ରିଲିଜ୍ ହୋଇଥିଲା । ୨୦୦୧ ମସିହା ଜୁନ ୧୫ ତାରିଖରେ ‘ଲଗାନ: ୱାନ୍ସ ଅପ୍ ଏ ଟାଇମ୍ ଇନ୍ ଇଣ୍ଡିଆ’ ରିଲିଜ୍ ହୋଇଥିଲା ।

୨୦୦୭ ମସିହା ଅଗଷ୍ଟ ୧୦ରେ ‘ଚକ ଦେ ଇଣ୍ଡିଆ’ ରିଲିଜ୍ ହୋଇଥିଲା । ୨୦୧୯ ମସିହା ମେ ୨୪ରେ ‘ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଣ୍ଡ’ ରିଲିଜ୍ ହୋଇଥିଲା । ସେହିପରି ୨୦୨୧ ମସିହା ଅଗଷ୍ଟ ୧୩ରେ ‘ଭୁଜ: ଦ ପ୍ରାଇଡ ଅଫ୍ ଇଣ୍ଡିଆ’, ୨୦୧୮ ମସିହା ସେପ୍ଟେମ୍ବର ୨୮ରେ ‘ସୁଈ ଧାଗା: ମେଡ ଇନ ଇଣ୍ଡିଆ’, ୨୦୦୧ ମସିହା ଅକ୍ଟୋବର ୨୬ରେ ‘ଇଣ୍ଡିଆନ’, ୨୦୧୯ ମସିହା ଜାନୁଆରୀ ୧୮ରେ ‘ହ୍ୱାଏ ଚିଟ୍ ଇଣ୍ଡିଆ’, ୨୦୦୪ ମସିହା ମାର୍ଚ୍ଚ ୩୦ରେ ‘ଇନ୍ଦିରା ଗାନ୍ଧି: ଦ ଡେଥ ଅଫ୍ ମଦର ଇଣ୍ଡିଆ’ ରିଲିଜ୍ ହୋଇଥିଲା । ୨୦୦୯ରେ ‘ୱାଇ.ଏମ.ଆଈ. ୟେ ମେରା ଇଣ୍ଡିଆ’ ଓ ‘ଲଭ୍ ଇନ୍ ଇଣ୍ଡିଆ’, ୧୯୯୫ରେ ‘ଓଃ ଡାଲିଂ ୟେ ହୈ ଇଣ୍ଡିଆ’, ୨୦୧୯ରେ ‘ଭାରତ’, ୨୦୦୨ରେ ‘ଭାରତ ଭାଗ୍ୟ ବିଧାତା’, ୧୯୭୨ରେ ‘ଭରତ ମିଲାପ’, ୨୦୧୮ରେ ‘ଭାରତ ଅନେ ନେନୁ’, ୧୯୭୨ରେ ‘ଭାରତ କେ ଶହୀଦ’, ୧୯୬୫ରେ ‘ଭାରତ କୀ ବେଡୀ’ ରିଲିଜ୍ ହୋଇଥିଲା ।

Get real time updates directly on you device, subscribe now.