fbpx

ଭାରତରୁ ଫେରିଗଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ତାଙ୍କ ସୁରକ୍ଷାରେ ଦେଖାଦେଇଥିଲା ଏଭଳି ଏକ ବଡ଼ ତ୍ରୁଟି

ଓଡିଶା ଭାସ୍କର; ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଥମ ଭାରତ ଗ୍ରସ୍ତ ଶେଷ କରି ଭିଏତନାମ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଜି-୨୦ ସମ୍ମିଳନୀରେ ଯୋଗ ଦେବା ପାଇଁ ଶୁକ୍ରବାର ଠାରୁ ବାଇଡେନ ଭାରତ ଆସିଥିଲେ। ସେହି ଦିନ ସଂନ୍ଧ୍ୟାରେ ସେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦିଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କରିଥିଲେ।

ଶନିବାର ଭାରତ ମଣ୍ଡପ ଠାରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀର ମୁଖ୍ୟ ବୈଠକରେ ଭାରତ- ପଶ୍ଚିମ ଏସିଆ ଇଉରୋପ ଇକୋନୋମିକାଲ କରିଡର ନିର୍ମାଣକୁ ନେଇ ବାଇଡେନ ଚୁକ୍ତି ସ୍ଵାକ୍ଷର କରିଥିଲେ। ରାଜଘାଟ ଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପରେ ଆମେରିକା ରାଷ୍ଟ୍ରପତି ଭିଏତ ନାମ ଗ୍ରସ୍ତରେ ବାହାରିଛନ୍ତି । କିନ୍ତୁ ଶନିବାର ଏପରି କିଛି ଘଟଣା ଘଟିଥିଲା ଯାହା ସମସ୍ତ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଆମେରିକା ରାଷ୍ଟ୍ରପତି ଶୁକ୍ରବାର ୮ସେପ୍ଟେମ୍ବର ଦିଲ୍ଲୀରେ ପହଞ୍ଚିଥିଲେ। ଦିଲ୍ଲୀ ଏୟାରପୋର୍ଟରୁ ଜି-୨୦ବୈଠକ ଭାରତ ମଣ୍ଡପମକୁ ସେ ତାଙ୍କ ସରକାରୀ ଗାଡି ଦି ବିଷ୍ଟ୍‌ରେ ଆସିଥିଲେ। ଏହା ଏକ ବୁଲେଟଫ୍ରୁଫ୍‌ ଗାଡି । ବାଇଡେନଙ୍କ କଡା ସୁରକ୍ଷାକୁ ଦୃଷ୍ଟିରେ ରଖି ଏହାକୁ ଆମେରିକାରୁ ଭାରତକୁ ଅଣାଯାଇଥିଲା। ସେହିପରି ଅନେକ ଆମେରିକୀୟ ଗାଡି ତାଙ୍କ ସହ ଭାରତକୁ ଅଣାଯାଇଥିଲା। ଅନ୍ୟପଟେ ଭାରତରେ ବିଦେଶୀ ଅତିଥିଙ୍କ ପାଇଁ ସୁରକ୍ଷା କଡାକଡି ବ୍ୟବସ୍ଥା କରାଯାଇଥିଲା।

ଏହା ସହ ଭାରତ ସରକାର ମଧ୍ୟ ବାଇଡେନଙ୍କ ଯାତୟାତ ପାଇଁ ଗାଡି ଯୋଗାଇଥିଲେ। ତାହା ମଧ୍ୟରେ ଏକ ଏର୍ଟିଗା କାର ଥିଲା। ଯାହାର ଡ୍ରାଇଭର କିଛି ବ୍ୟକ୍ତିଗତ ଲୋକଙ୍କୁ ନେଇ ତାଜ ମାନ ସିଂ ହୋଟେଲରେ ପହଞ୍ଚିଥିଲେ। ଯେତେବେଳେ କି ସେ ବାଇଡେନଙ୍କୁ ନବା ଆଣିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ଏହି କାରରେ ଅନେକ ସୁରକ୍ଷା ସମ୍ବନ୍ଧୀୟ ଷ୍ଟିକର୍‌ ଥିଲା। ଡ୍ରାଇଭରଙ୍କୁ ଚିହ୍ନିବା ପରେ ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଇ ପଚରାଉଚରା ପରେ ଗିରଫ କରିଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରିଥିଲା। ଯେଉଁଥିରୁ ଜଣାପଡିଥିଲା କି, ଡ୍ରାଇଭର ଜଣଙ୍କ ନିଜ ବ୍ୟକ୍ତିଗତ ଗ୍ରାହକଙ୍କୁ ହୋଟେଲକୁ ପହଞ୍ଚାଉଥିଲେ। ଏହା ଜାଣିବା ପରେ ପୋଲିସ ତାଙ୍କୁ ଛାଡି ଦେଇଥିଲା। ତେବେ ଏଭଳି ଏକ ତ୍ରୁଟିକୁ ନେଇ ସାଧାରଣରେ ନାପସନ୍ଦ କରାଯାଇଛି ।

Get real time updates directly on you device, subscribe now.