fbpx

ବ୍ୟବହାର ସମୟରେ ଆପଣଙ୍କ ଫୋନ୍ ତାତି ଯାଉଛି କି? ତୁରନ୍ତ କରନ୍ତୁ ଏହି କାମ ଅନ୍ୟଥା ଖରାପ ହୋଇଯିବ ଫୋନ୍‌

ଆପଣଙ୍କ ଫୋନ୍ କଥା ହେବା ସମୟରେ କିମ୍ବା ଚାର୍ଜରେ ବସାଇବା ସମୟରେ ତାତି ଯାଉଛି କି? ତେବେ ଆପଣଙ୍କୁ କ’ଣ କରିବା ଉଚିତ ହେବ । ସର୍ବପ୍ରଥମେ ଆପଣ ଜାଣିବା ଉଚିତ ଯେ, ଆପଣଙ୍କ ଫୋନ୍ କାହିଁକି ତାତି ଯାଉଛି । ଏହା ଜାଣିବା ପରେ ଯାଇ ଆପଣ ଏହି ସମସ୍ୟାର ସମାଧାନ କରିପାରିବେ ।

ଯଦି ଆପଣଙ୍କ ଫୋନ୍ ଗେମିଂ, ଚାର୍ଜିଂ କିମ୍ବା କ୍ୟାମେରା ୟୁଜ୍ ସମୟରେ ଗରମ ହୋଇଯାଉଛି ତେବେ ଏହା କିଛି ବଡ ସମସ୍ୟା ନୁହେଁ । କାରଣ ଯେତେବେଳେ ପ୍ରୋସେସର ଦ୍ୱାରା ଅଧିକ କାମ କରିବାକୁ ପଡିଥାଏ ସେତେବେଳେ ଏହା ଗରମ ହୋଇଥାଏ । ଏଥିରୁ ରକ୍ଷା ପାଇବା ଲାଗି ଆପଣ ଫୋନ୍‌ର କୁଲିଂକୁ ଆହୁରି ଅଧିକ ଭଲ ଭାବରେ କାମ କରିବାକୁ ସେଟ୍ କରିପାରିବେ । କିନ୍ତୁ ଆପଣ ଅଧିକ ଗେମ୍ ଖେଳୁଥିଲେ ଏଥିଲାଗି ଆପଣଙ୍କୁ ବାହାର ଫ୍ୟାନର ଉପଯୋଗ କରିବାକୁ ପଡିବ ।

ଅନ୍ୟପକ୍ଷରେ ଆପଣଙ୍କ ଫୋନ୍‌ର ବ୍ରାଇଟନେସ୍ ଅଧିକ ରହିଥିଲେ ଏହା ଶୀଘ୍ର ତାତି ଯାଇଥାଏ । ତେଣୁ ଏପରି ସ୍ଥିତିରେ ଆପଣ ନିଜ ଫୋନ୍‌ର ବ୍ରାଇଟନେସ୍‌କୁ କମ୍ କରିପାରିବେ । ଯେତେବେଳେ ଆପଣଙ୍କ ଫୋନ୍ ଗରମ ଅଛି ସେତେବେଳେ ଏହାକୁ ସିଧା ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆଣନ୍ତୁ ନାହିଁ । କାରଣ ସୂର୍ଯ୍ୟକିରଣ ପଡିବା ଦ୍ୱାରା ଏହା ଆହୁରି ଅଧିକ ଗରମ ହୋଇପାରେ ଏବଂ ଏହା ଖରାପ ହେବାର ସମ୍ଭାବନା ମଧ୍ୟ ବଢିଯାଏ ।

ଯଦି ଆପଣଙ୍କ ଫୋନ୍ ସ୍ଲୋ ହେଉଛି ଓ ଗରମ ରହୁଛି ତେବେ ଏହା ମାଲୱେୟାର କାରଣରୁ ହୋଇପାରେ । ଏପରି ସ୍ଥିତିରେ ଆପଣ ଫୋନ୍‌କୁ ଚେକ୍ କରି ଏଥିରେ ଥିବା ଅବ୍ୟବହୃତ ଓ ଫେକ୍ ଆପ୍‌କୁ ହଟେଇ ଦେବା ଉଚିତ ।

ଫୋନ୍‌କୁ ଓଭରହିଟିଂରୁ ରକ୍ଷା କରିବା ଲାଗି ଆପଣ ଏହାର କଭର ବି ହଟାଇ ଦେବା ଉଚିତ । କାରଣ କଭର କାରଣରୁ ଉତ୍ତାପ ଠିକ୍ ଭାବରେ ବାହାରକୁ ଆସିପାରି ନ ଥାଏ । ଯଦି ଫୋନ୍ ଚାର୍ଜ କରିବା ସମୟରେ ତାତି ଯାଉଛି ତେବେ ଆପଣ ଏହାର ଚାର୍ଜିଂ କେବୁଲ ଓ ଆଡାପ୍ଟରକୁ ଚେକ୍ କରନ୍ତୁ । ଯଦି ଆପଣ ଅଧିକ ପାୱାରର ଚାର୍ଜର ବ୍ୟବହାର କରିବେ ତେବେ ନିଶ୍ଚୟ ଆପଣଙ୍କ ଫୋନ୍ ଓଭରହିଟ୍ ହେବ ।

ଫୋନ୍‌କୁ କୁଲ୍ କରିବା ଲାଗି ଆପଣ ଏହାକୁ ଏରୋପ୍ଲେନ ମୋଡ୍‌କୁ ଆଣିପାରିବେ । ଏହା ବ୍ୟତିତ ଫୋନ୍ ଅଧିକ ଗରମ ହୋଇଗଲେ ଆପଣ ଏହାକୁ କିଛି ସମୟ ଲାଗି ସ୍ୱିଚ୍ ଅଫ୍ କରିପାରିବେ ।

Get real time updates directly on you device, subscribe now.