fbpx

ଅପେକ୍ଷାର ଘଟିଲା ଅନ୍ତ : ଘୋଷଣା ହେଲା ‘ପୁଷ୍ପା-୨’ର ରିଲିଜ ତାରିଖ

ନୂଆଦିଲ୍ଲୀ : ପୁଷ୍ପାରାଜ ପରେ ଏବେ ରାଜ କରିବ ପୁଷ୍ପା-୨ । ପୁଷ୍ପା-୨ ଫିଲ୍ମ ରିଲିଜର ତାରିଖ ଘୋଷଣା ହୋଇଛି । ଏହାର ଘୋଷଣା ପାଇଁ ଏକ ପୋଷ୍ଟର ତିଆରି ହୋଇଥିଲା । ଯାହାକି ଏବେ ସୋସିଆଲ ମିଡିଆରେ ପୁରା ଧୁମ ମଚାଉଛି । ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ଦେଖିବା ପରେ ଦର୍ଶକ ‘ପୁଷ୍ପା-୨’ ପାଇଁ ବହୁତ ଅପେକ୍ଷା କରିଥିଲା । କିନ୍ତୁ ବର୍ତ୍ତମାନ ସେମାନଙ୍କ ଅପେକ୍ଷାର ଅନ୍ତ ଘଟିଛି । ଅଗଷ୍ଟ ୧୫ ୨୦୨୪ରେ ଏହି ଫିଲ୍ମଟି ରିଲିଜ ହେବାକୁ ଯାଉଛି ।

ସ୍ୱାଧିନତା ଦିବସରେ ଦର୍ଶକ ଦେଖିବେ ପୁଷ୍ପା-୨ । ରିଲିଜ ତାରିଖ ଘୋଷଣାର ଅଫିସିଆଲ ପୋଷ୍ଟର ସୋସିଆଲ ମିଡିଆରେ ଏବେ ଝଡ଼ ସୃଷ୍ଟି କରିଛି । ଯବାନ ପରେ ଏବେ ପୁଷ୍ପା-୨ କ୍ରେଜ କରିବାର ଦେଖିବାକୁ ମିଳିଛି । ଅଲ୍ଲୁ ଅର୍ଗୁନଙ୍କୁ ପୁଷ୍ପା ଫିଲ୍ମର ଅଭିନୟ ପାଇଁ ୬୯ ତମ ଜାତୀୟ ପୁରସ୍କାର ମିଳିଥିଲା । ପୁଷ୍ପା-୨ ଫିଲ୍ମରେ ଅଭୀନେତ୍ରୀ ରଶ୍ମୀକା ମନ୍ଦନା ଏବଚ ଫଦାହ ଫସିଲ ଲିଡ ରୋଲରେ ନଜର ଆସିବେ ବୋଲି ସୂଚନା ମିଳିଛି ।

https://x.com/MythriOfficial/status/1701182519545389130?s=20

Get real time updates directly on you device, subscribe now.