fbpx

ଏହି ରାଜ୍ୟରେ କାଲିଠାରୁ ଆରମ୍ଭ ହେବ ମଦର ହୋମ୍ ଡେଲିଭରୀ

କରୋନା ଭାଇରସରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ହେଉଛି ମହାରାଷ୍ଟ୍ର । ଏକ୍-ଡାଉନରେ ଲୋକମାନଙ୍କର ମଦର ଦାବି ବଢିଚାଲିଛି । ଏହାରି ମଧ୍ୟରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଦର ହୋମ୍ ଡେଲିଭରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ମହାରାଷ୍ଟ୍ରର ମୁମ୍ବାଇକୁ ଛାଡି ବାକି ଜିଲ୍ଲା ଗୁଡିକରେ କାଲି ସକାଳ ୧୦ରୁ ମଦର ହୋମ୍ ଡେଲିଭରୀ ଆରମ୍ଭ ହେବ । ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବା କାରଣରୁ ସେଠାରେ ହୋମ୍ ଡେଲିଭରୀ ହେବାନାହିଁ । ତେବେ ରାଜ୍ୟର ୩୬ରୁ ୩୦ ଜିଲ୍ଲାରେ କାଲିଠାରୁ ମଦର ହୋମ୍ ଡେଲିଭରୀ ହେବ ।

ତେବେ ମଦର ହୋମ୍ ଡେଲିଭରୀ ନେଇ କିଛିଟା ନିୟମ ରହିଛି । ଜଣେ ଦୋକାନ ମାଲିକ ମଦ ପହଞ୍ଚାଇବା ପାଇଁ ୧୦ରୁ ଅଧିକ ଲୋକଙ୍କୁ ନିୟୋଜିତ କରିପାରିବ ନାହିଁ । ଗୋଟିଏ ବ୍ୟକ୍ତି ଗୋଟିଏ ଥରରେ ୨୪ଟି ବୋତଲରୁ ଅଧିକ ନେଇପାରିବ ନାହିଁ । ଏହା ସହୁ ବୋତଲରେ ଥିବା ଦାମ ଅପେକ୍ଷା ଦୋକାନୀ ଅଧିକ ଟଙ୍କା ନେଇପାରିବ ନାହିଁ ।

Get real time updates directly on you device, subscribe now.