fbpx

ଆଜି ବାଲେଶ୍ୱରରେ ପହଞ୍ଚିବ ୪ଟି ଶ୍ରମିକ ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର, ୧୪ା୫(ଓଡ଼ିଶା ଭାସ୍କର): କରୋନା ଭାଇରସ୍ ସତର୍କତା ପାଇଁ ଦେଶ ଓ ରାଜ୍ୟ ଲକଡାଉନ ରହିଛି । ଏନେଇ ବହୁ ପ୍ରବାସୀ ଓଡ଼ିଆ ବାହାର ରାଜ୍ୟରେ ଫସି ରହିଛନ୍ତି । କିନ୍ତୁ ସେମାନଙ୍କୁ ଓଡ଼ିଶାକୁ ଫେରେଇ ଆଣିବା ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି । ଏହାସହ ସେମାନଙ୍କ ଆସିବା ପାଇଁ ସ୍ୱତନ୍ତ୍ର ଟ୍ରେନ ଓ ବସର ବ୍ୟବସ୍ଥା ହୋଇଛି । ଏହାରି ମଧ୍ୟରେ ଆଜି ବାଲେଶ୍ୱରରେ ପହଞ୍ଚିବ ୪ଟି ଶ୍ରମିକ ସ୍ପେଶାଲ ଟ୍ରେନ୍ । ସେହି ୪ଟି ଟ୍ରେନ ଗୁଜୁରାଟରୁ ୩ଟି ହୋଇଥିବା ବେଳେ ତାମିଲନାଡୁରୁ ଗୋଟିଏ ଆସିବ ବୋଲି ସୂଚନା ରହିଛି । ୪ଟି ଟ୍ରେନରେ ପ୍ରାୟ ୩ହଜାର ପ୍ରବାସୀ ଓଡ଼ିଆ ଫେରିବେ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.