fbpx

ବାତ୍ୟାର ରୂପ ନେବ ଲଘୁଚାପ!

ଭୁବନେଶ୍ୱର, ୧୪ା୫(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲ ମାର୍କ ଲୋପ୍ରେସରରେ ପରିଣତ ହୋଇଥିବା ନେଇ ସୂଚନା ମିଳିଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗରରେ କେନ୍ଦ୍ରଭୂତ ହୋଇଛି । ଆସନ୍ତାକାଲି ସୁଦ୍ଧା ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି । ଦକ୍ଷିଣ ବଙ୍ଗୋପସାଗରରେ କେନ୍ଦ୍ରୀୟ ଭାଗରେ ଅବପାତର ରୂପ ନେବା ଆଶଙ୍କା ରହିଛି । ୧୬ତାରିଖ ଦିନ ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ଲଘୁଚାପ । ୧୭ତାରିଖ ଯାଏଁ ଉତ୍ତର-ପଶ୍ଚିମ ଦିଗରେ ବାତ୍ୟା ଗତି କରିବା ନେଇ ପୂର୍ବାନୁମାନ କରାଯାଇଛି । ପରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବକୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.