fbpx

ବାଇଡେନଙ୍କ ବିରୋଧରେ ଚାଲିବ ମହାଅଭିଯୋଗ ମାମଲା, ନିଜ ପୁଅର ବ୍ୟବସାୟକୁ ଲାଭ ଦେବାପାଇଁ କ୍ଷମତାର …

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ.ବାଇଡେନଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଆମେରିକା ପ୍ରତିନିଧି ସଭାରେ ରିପବ୍ଲିକାନ ସ୍ପିକର କେବିନ୍ ମେକାର୍ଥି ବାଇଡେନଙ୍କ ବିରୋଧରେ ଆସିଥିବା ମହାଭିଯୋଗର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିଜ ପୁଅ ହଣ୍ଟର ବାଇଡେନଙ୍କ ବ୍ୟବସାୟକୁ ଲାଭ ଦେବାପାଇଁ ଜୋ. ବାଇଡେନ ନିଜ କ୍ଷମତାର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି । ବିଭିନ୍ନ ଦେଶକୁ ମିଥ୍ୟା ତଥ୍ୟ ପ୍ରଦାନ କରି ସେ ଅର୍ଥ ତୋଷାରପାତ କରିଥିବା ଅଭିଯୋଗ ହୋଇଛି ।

ଅପରପକ୍ଷରେ ହଣ୍ଟର ବାଇଡେନଙ୍କ ମାମଲାରେ ରାଷ୍ଟ୍ରପତି ବାଇଡେନଙ୍କ କୌଣସି ସଂପୃକ୍ତି ନଥିବା ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି । ହଣ୍ଟର ନିଜ ବ୍ୟବସାୟ ପାଇଁ ୟୁକ୍ରେନ, ରୁଷ୍, ଚୀନ୍ ଓ କାଜାକିସ୍ତାନ ପରି ଦେଶମାନଙ୍କଠାରୁ ୨୦ଲକ୍ଷ ମିଲିୟନ ଅର୍ଥ ନେଇଛନ୍ତି । ଏହାପଛରେ ବାଇଡେନଙ୍କ କ୍ଷମତାର ହାତ ଥିବା ଅଭିଯୋଗ ହୋଇଛି ।

ରାଷ୍ଟ୍ରପତିଙ୍କ ବିରୋଧରେ ଦେଶଦ୍ରୋହ, ଲାଞ୍ଚ ନେବା ଓ କ୍ଷମତାର ଦୁରୁପଯୋଗ କରିବା ଭଳି ସଂଗୀନ ଅଭିଯୋଗକୁ ଭିତ୍ତିକରି ସମ୍ବିଧାନର ନିୟମ ଅନୁସାରେ ମହାଭିଯୋଗ କରାଯାଇପାରିବ ବୋଲି ରିପବ୍ଲିକାନ ସ୍ପିକର କହିଛନ୍ତି । ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଏହା ବାଇଡେନଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆକଳନ କରାଯାଉଛି ।

Get real time updates directly on you device, subscribe now.