fbpx

ଆପଲ୍‌ର iphone 15 ପ୍ରୋ ସିରିଜ୍‌ରେ ଇସ୍ରୋ ଜିପିଏସ୍‌, ଜାଣନ୍ତୁ କ’ଣ ମିଳିବ ଫାଇଦା

ନୂଆଦିଲ୍ଲୀ: ଆପଲ କମ୍ପାନୀ ଏହାର ଆଇଫୋନ୍ ୧୫ ସିରିଜ୍ ବିଭିନ୍ନ ନୂଆ ଫିଚର ଏବଂ ଉଚ୍ଚ ଶକ୍ତି ବିଶିଷ୍ଟ କ୍ୟାମେରା ସହ ଲଞ୍ଚ କରିଛି । ଏହା ସହିତ କମ୍ପାନୀ ଏହାର କନେକ୍ଟିିଭିଟି ଫିଚରରେ ଏକ ବଡ ଧରଣର ପରିବର୍ତ୍ତନ କରିଛି । ଆପଲ ପକ୍ଷରୁ ପ୍ରଥମ ଥର ଲାଗି ଦେଶୀ ଜିପିଏଓ୍ ନାଭିଗେସନ ସିଷ୍ଟମ (NavIC)ର ବ୍ୟବହାର କରାଯାଇଛି । ଆପଲ ଏହାର ନୂଆ ଆଇଫୋନ୍ ୧୫ ସିରିଜ୍‌ରେ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ଇସ୍ରୋ ଦ୍ୱାରା ନିର୍ମିତ ନାଭିଗେସନ ଉଇଥ୍ ଇଣ୍ଡିଆନ କନଷ୍ଟେଲସନ(NavIC) ଦେବାକୁ ଘୋଷଣା କରିଛି । ଅର୍ଥାତ୍ ଏହି ନୂଆ ଭର୍ସନରେ ଭାରତର ନିଜସ୍ୱ ଜିପିଏସ୍ ସିଷ୍ଟମ ରହିବ ଯାହା ଆମେରିକୀୟ କମ୍ପାନୀ ଦ୍ୱାରା ପରିଚାଳିତ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ,(NavIC) ଇସ୍ରୋ ଦ୍ୱାରା ବିକଶିତ ହୋଇଛି । କମ୍ପାନୀ କହିଛି ଏହି ଜିପିଏସ୍ ସିଷ୍ଟମ ଆଇଫୋନ ୧୫ ପ୍ରୋ ଓ ଆଇାଫୋନ୍ ୧୫ ପ୍ରୋ ମାକ୍ସ ଦିଆଯାଉଛି । ଆପଲ କେବଳ ଏହାର ପ୍ରୋ ମଡେଲକୁ ଇଣ୍ଡିଆନ ସାଟେଲାଇଟ ନାଭିଗେସନ ସିଷ୍ଟମରେ ସପୋର୍ଟ କରୁଛି । ପ୍ରଥମ ଥର ଲାଗି ଆପଲ କୌଣସି ଆଇଫୋନ୍ ମଡେଲରେ (NavIC) ସପୋର୍ଟ ପ୍ରଦାନ କରୁଛି ।
ଇସ୍ରୋ ଦ୍ୱାରା ବିକଶିତ (NavIC) ୨୦୧୮ରେ ଭାରତରେ ଆରମ୍ଭ ହୋଇଥିଲା । ଏହା ଏକ ଷ୍ଟାଣ୍ଡଏଲୋନ ନାଭିଗେସନ ସାଟେଲାଇଟ୍ ସିଷ୍ଟମ । ଏହା ଭାରତ ଓ ନିକଟବର୍ତ୍ତୀ ଅଞ୍ଚଳର ସ୍ଥିତି ଓ ସମୟ ବିଷୟରେ ସୂଚନା ଦେଇଥାଏ । ଏହାକୁ ୭ ସାଟେଲାଇଟ୍ ଓ ଗ୍ରାଉଣ୍ଡ ନେଟୱାର୍କ ସହ ଏକ ନେଟୱାର୍କରେ ଡିଜାଇନ୍ କରାଯାଇଛି । ଏହି (NavIC) ଏସପିଏସ ସିଗନାଲ ଅନ୍ୟ ଗ୍ଲୋବାଲ ନାଭିଗେସନ ସାଟେଲାଇଟ୍ ସିଷ୍ଟମ ସିଗନାଲ ଯେପରିକି ଜିପିଏସ୍‌, ଗ୍ଲୋନାସ, ଗ୍ୟାଲିଲିଓ ସହିତ କାମ କରିଥାଏ ।

(NavIC) ର ଉପଯୋଗରେ ଆକାଶ ଓ ସମୁଦ୍ର ସହିତ ଭୂଭାଗରେ ଯାତାୟତ ସହଜ ହୋଇଯିବ । ଏହା ସମସ୍ତ ସେବା, ବ୍ୟକ୍ତି ବିଷୟରେ ସଠିକ୍ ସୂଚନା ଦେଇପାରିବ । ଏହା ସହିତ ସର୍ଭେ ପରି କାମରେ ମଧ୍ୟ ଏହା ସହାୟତା କରିବ ।

Get real time updates directly on you device, subscribe now.