fbpx

ଗରିବଙ୍କ ପାଇଁ ଦେଶରେ ଗଡିିବ ‘ବନ୍ଦେ ସାଧାରଣ’ ଟ୍ରେନ୍ , ଯାତ୍ରୀ ଭଡା କମ୍ ରହିଲେ ବି ବନ୍ଦେ ଭାରତ ଏକ୍ସପ୍ରେସ୍ ଭଳି ମିଳିବ ବହୁ ସୁବିଧା

ନୂଆଦିଲ୍ଲୀ: ଭାରତର ସେମି ହାଇସ୍ପିଡ୍ ଟ୍ରେନ ବନ୍ଦେ ଭାରତ ଏକ୍ସପ୍ରେସ୍ ପ୍ରାୟ ସମସ୍ତ ବଡ ସହର ସହ ଯୋଡି ହୋଇଯାଇଛି । ବନ୍ଦେ ଭାରତ ଟ୍ରେନରେ ବିଭିନ୍ନ ପ୍ରକାର ସୁବିଧା ରହିଥିବାରୁ ଏଥିରେ ଲୋକଙ୍କୁ ଯାତାୟତ କରିବା ବେଶ୍ ଆରାମଦାୟକ ମନେ ହେଉଛି । କିନ୍ତୁ ଏହି ଟ୍ରେନ୍‌ରେ ଭଡା ଅଧିକ ରହିଥିବାରୁ ଏବେ ବି ଦେଶର ଜନତାଙ୍କ ଏକ ବଡ ଭାଗ ଏହି ଟ୍ରେନରେ ଯାତ୍ରା କରିପାରୁ ନାହାନ୍ତି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଗରିବ ଜନତାଙ୍କ ବଜେଟ୍ ଅନୁକୂଳ ବନ୍ଦେ ସାଧାରଣ ଟ୍ରେନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ।

ଦେଶର ଗରିବ ଲୋକମାନେ ବି କିପରି ବନ୍ଦେ ଏକ୍ସପ୍ରେସର ଫାଇଦା ନେଇପାରିବେ ସେଥିପାଇଁ ସରକାର ଏହି ବନ୍ଦେ ସାଧାରଣ ଟ୍ରେନ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିିଶେଷ ସୂତ୍ରରୁ ଜଣାପଡିଛି ବନ୍ଦେ ସାଧାରଣ ସେହି ରୁଟ୍‌ରେ ଚଳାଚଳ କରିବ ଯେଉଁ ରୁଟ୍‌ରେ ପ୍ରବାସୀ ଶ୍ରମିକଙ୍କ ଯାତାୟତ ଅଧିକ ରହିଛି ଓ ଟ୍ରେନରେ ବହୁତ ଭିଡ ହେଉଛି । ଏଥିଲାଗି ରେଳବିଭାଗ ପକ୍ଷରୁ ସର୍ଭେ ମଧ୍ୟ କରାଯାଇଛି ।

ଏହି ଟ୍ରେନର ନିର୍ମାଣ କାର୍ଯ୍ୟ ଚେନ୍ନାଇ ଇଣ୍ଟିଗ୍ରାଲ କୋଚ୍ ଫ୍ୟାକ୍ଟ୍ରୀ (ଆଇସିଏଫ୍‌) ରେ ଆରମ୍ଭ ହୋଇଯାଇଛି । ଆଉ ମାତ୍ର କିଛି ମାସ ମଧ୍ୟରେ ଏହା ପ୍ରସ୍ତୁତ ହୋଇଯିବ । ଏଥିରେ ସମସ୍ତ ଦ୍ୱିତୀୟ ଶ୍ରେଣୀ ଡବା ରହିବ । ଏହି ଦୃଷ୍ଟିରୁ ଏଥିରେ ଯାତ୍ରୀ ଭଡା ବି କମ୍ ରହିବ । ଏହି ଟ୍ରେନରେ ମୋଟ ୨୪ ଏଲଏଚବି କୋଚ୍ ଓ ଦୁଇଟି ଇଂଜିନ ଲଗାଯିବ ।

ଏହି ଟ୍ରେନରେ ମଧ୍ୟ ବନ୍ଦେ ଭାରତ ପରି ସୁବିଧା ମିଳିବ । ବାୟୋ ଭାକ୍ୟୁମ ଶୌଚାଳୟ, ଯାତ୍ରୀ ସୂଚନା ପ୍ରଣାଳୀ, ଚାର୍ଜିଂ ପଏଣ୍ଟ ପରି ସୁବିଧା ଉପଲବ୍ଧ ହେବ । ଏଥିରେ ସିସିଟିଭି କ୍ୟାମେରା ବି ଲଗାଯିବ । ଏହା ବ୍ୟତିତ ସ୍ୱୟଂଚାଳିତ ଦ୍ୱାର ମଧ୍ୟ ରହିବ । ସବୁଠାରୁ ବଡ କଥା ହେଉଛି ଏହି ଟ୍ରେନର ସ୍ପିଡ୍ ମେଲ୍ ଓ ଏକ୍ସପ୍ରେସ ଟ୍ରେନ ଠାରୁ ଅଧିକ ରହିବ ଓ ଏହାର ଷ୍ଟପେଜ୍ ସଂଖ୍ୟା କମ୍ ରହିବ ।

Get real time updates directly on you device, subscribe now.